ଭୁବନେଶ୍ବର: ସର୍ବଭାରତୀୟ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଦିଗରେ ଆଉ ଏକ ବଡ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଆଚାର୍ଯ୍ୟ ହରିହର ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଫର୍ କ୍ୟାନ୍ସରରେ କର୍କଟ ଚିକିତ୍ସା ପାଇଁ ମଲିକୁଲାର ପରୀକ୍ଷା ହେବ । ପରୀକ୍ଷା ପାଇଁ ହେବାକୁ ଥିବା ଖର୍ଚ୍ଚକୁ ରାଜ୍ୟ ସରକାର ବହନ କରିବେ । ଏନେଇ ଡିଏନ୍ଏ ଲ୍ୟାବ୍ ସହିତ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । AHPGIC ଛଡ଼ା ବାକି ମେଡିକାଲ କଲେଜରେ ଖୁବ ଶୀଘ୍ର ଏହି ସୁବିଧା ଆରମ୍ଭ ହେବ ।
କର୍କଟ ରୋଗରେ ଥିବା ମଲିକୁଲାର ପରୀକ୍ଷା ଖୁବ୍ ଶୀଘ୍ର ଆଚାର୍ଯ୍ୟ ହରିହର ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଫର୍ କ୍ୟାନ୍ସର (AHPGIC)ରେ କରାଯିବ । ଏନେଇ ଏସସିବି ମେଡିକାଲ୍ କଲେଜ ଏବଂ ପିପିପି ମୋଡରେ ଥିବା ଅନ୍ୟ ଚିକିତ୍ସା କେନ୍ଦ୍ରର ଯାହା ଡିଏନ୍ଏ ଲାବୋରେଟୋରୀ ସହିତ ଚୁକ୍ତିନାମାରେ କାର୍ଯ୍ୟ କରିବେ । ଏହି ଅନୁଷ୍ଠାନ ଗୁଡିକରୁ ନମୁନା ସଂଗ୍ରହ କରାଯିବ। ଯାହା ଡିଏନ୍ଏ ଲାବୋରେଟୋରୀରେ ପରୀକ୍ଷା କରାଯିବ । ରିପୋର୍ଟ ଗୁଡିକ ପୁନର୍ବାର ଅନୁଷ୍ଠାନକୁ ଦାଖଲ କରାଯିବ । ଚାଲିଥିବା ନିଦାନ ଯୋଜନା ମାଧ୍ୟମରେ ସମ୍ପୂର୍ଣ୍ଣ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ।
ଲାବୋରେଟୋରୀକୁ OSMCL ଦ୍ୱାରା ଏକ ଖୋଲା ଟେଣ୍ଡର ମାଧ୍ୟମରେ ଚୟନ କରାଯାଇଥିଲା । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଟ୍ୟୁମରର ମଲିକୁଲାର ପରୀକ୍ଷା ହେଉଛି ପରୀକ୍ଷଣର ଉନ୍ନତ ସଂସ୍କରଣ ଯାହା ଟ୍ୟୁମର ଜୀବ ବିଜ୍ଞାନକୁ ଚିହ୍ନଟ କରିବାରେ ସାହାଯ୍ୟ କରିପାରିବ । ଥେରାପି ପାଇଁ ଚିକିତ୍ସାକୁ ଅଧିକ ସଠିକ୍ ଭାବରେ ଯୋଜନା କରିପାରିବ । ଯାହା ରାଜ୍ୟ ସରକାରଙ୍କ ଏକ ପ୍ରୟାସ ଦ୍ଵାରା କର୍କଟ ରୋଗୀଙ୍କ ଶୀଘ୍ର ଚିକିତ୍ସା ପାଇଁ ଏହି ସୁବିଧା ବହୁତ ସାହାଯ୍ୟ କରିବ । SCM, MKCG, VIMSAR, PRMMCH, FMMCH, BBMCH, SLNMCH, କ୍ୟାପିଟାଲ୍ ହସ୍ପିଟାଲ୍ ଏବଂ RGH ରାଉରକେଲା ପାଇଁ OSMCL InDNA ସହିତ ଚୁକ୍ତିନାମା ସ୍ୱାକ୍ଷର କରାଯାଇଛି । ଏହି ଅନୁଷ୍ଠାନ ଗୁଡ଼ିକରେ ଖୁବ୍ ଶୀଘ୍ର ଏହି ସୁବିଧା ଆରମ୍ଭ ହେବ ।
ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ସାର୍ବଜନୀନ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଦିଗରେ ନିରନ୍ତର ବିକାଶ ଲକ୍ଷ୍ୟର ଦୃତ ହାସଲ ନିମନ୍ତେ ବହୁ ଯୁଗାନ୍ତକାରୀ ସଂସ୍କାରମୂଳକ ପଦକ୍ଷେପମାନ ନିଆଯାଇଛି । କ୍ୟାନ୍ସର ରୋଗ ପ୍ରତିହତ ନିମନ୍ତେ ରାଜ୍ୟ ରାଜଧାନୀରେ ୭୫୦ଶଯ୍ୟା ବିଶିଷ୍ଟ ବାଗ୍ଚୀ ଶ୍ରୀ ଶଙ୍କର କ୍ୟାନ୍ସର ହସ୍ପିଟାଲ୍ ନିର୍ମାଣ କରାଯାଉଛି । ଏଥିରେ କ୍ୟାନସର ଚିକିତ୍ସା ନିମନ୍ତେ ସମସ୍ତ ଅତ୍ୟାଧୁନିକ ସୁବିଧା ରହିବ । ଅନ୍ୟପଟେ ଭୁବନେଶ୍ୱର ସ୍ଥିତ ନାଇଜର କ୍ୟାମ୍ପସ୍ରେ ଆଉ ଏକ ୨୫୦ଶଯ୍ୟା ବିଶିଷ୍ଟ ବିଶ୍ୱସ୍ତରୀୟ କ୍ୟାନ୍ସର ହସ୍ପିଟାଲ୍ କାର୍ଯ୍ୟ ଆରମ୍ଭ ହୋଇଛି ।
ଇଟିଭି ଭାରତ, ଭୁବନେଶ୍ବର