ETV Bharat / state

ଏକୁଟିଆ ଚାମ୍ବରକୁ ଡାକୁଛନ୍ତି ବୋଲଗଡ଼ ବିଡିଓ ! ବ୍ଲକ ସାମ୍ନାରେ ମହିଳାଙ୍କ ହଲ୍ଲାବୋଲ - ଅସଦାଚରଣ ଅଭିଯୋଗ

ସଂଘବଦ୍ଧ ଭାବେ ନ ଆସି ଏକୁଟିଆ ଚାମ୍ବରକୁ ଡାକୁଛନ୍ତି ବୋଲଗଡ଼ ବିଡିଓ ଧୋବେଇ ନାୟକ । ଏହାର ପ୍ରତିବାଦରେ ବ୍ଲକ ସାମ୍ନାରେ ମିଶନ ଶକ୍ତି ମହିଳାଙ୍କ ଧାରଣା । ଅଧିକ ପଢନ୍ତୁ

Mission Shakti staffs protest at Bolagad Block office

author img

By

Published : Aug 21, 2023, 4:22 PM IST

Updated : Aug 21, 2023, 4:53 PM IST

ଏକୁଟିଆ ଚାମ୍ବରକୁ ଡାକୁଛନ୍ତି ବୋଲଗଡ଼ ବିଡିଓ ! ବ୍ଲକ ସାମ୍ନାରେ ମହିଳାଙ୍କ ହଲ୍ଲାବୋଲ

ଖୋର୍ଦ୍ଧା: ମହିଳାଙ୍କୁ ଅସମ୍ମାନ ନେଇ ବୋଲଗଡ଼ ବ୍ଳକରେ ହଲ୍ଲାବୋଲ । ମିଶନ ଶକ୍ତି ମହିଳା ଆଣିଲେ ବିଡ଼ିଓଙ୍କ ନାଁରେ ଅସଦାଚରଣ, ଦୁର୍ବ୍ୟବହାର ଏବଂ ପିସି ମାଗିବା ଭଳି ଗୁରୁତର ଅଭିଯୋଗ । ମିଶନଶକ୍ତି ବ୍ଲକ ସଂଯୋଜିକା ମଧ୍ୟ ଅଭିଯୋଗର ସତ୍ୟତାକୁ ସ୍ବୀକାର କରିଛନ୍ତି । ଏହାର ପ୍ରତିବାଦରେ ବ୍ଲକ ସାମ୍ନାରେ ଧାରଣା ମଧ୍ୟ ଦେଇଛନ୍ତି ମହିଳା । ବିଡ଼ିଓଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନହେଲେ ଆସନ୍ତା ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦିଆଯାଇଛି । ସେପଟେ ଅଭିଯୋଗକୁ ବାଏଁ ବାଏଁ ଉଡାଇବା ସହ ଏହାକୁ ଭିତ୍ତିହୀନ ବୋଲି କହିଛନ୍ତି ବିଡିଓ ।

ରାଜ୍ୟ ସରକାର ସବୁ କଥାରେ ମହିଳାଙ୍କୁ ସମ୍ମାନ ଦେଉଥିବା ଦାବି କରିଛନ୍ତି । ମିଶନ ଶକ୍ତିକୁ ସବୁ ଯାଗାରେ ପ୍ରୋତ୍ସାହନ ଦେବା କଥା କହୁଛନ୍ତି । ହେଲେ ତଳ ସ୍ତରରେ ମିଶନ ଶକ୍ତିର ମହିଳାମାନେ ଆଣିଛନ୍ତି ଏକ ଗୁରୁତର ଅଭିଯୋଗ । ଯାହାକି ସରକାରଙ୍କ ଏ ସ୍ଲୋଗାନ ଏକ ଧୂଆଁବାଣରେ ପରିଣତ କରିଛି । ବୋଲଗଡ଼ ବ୍ଲକର ମିଶନଶକ୍ତି ଆଞ୍ଚଳିକ ମହାସଂଘର ମହିଳାମାନେ ବୋଲଗଡ଼ ବିଡିଓ ଧୋବେଇ ନାୟକ ସେମାନଙ୍କୁ ଅସଦାଚରଣ, ଦୁର୍ବ୍ୟବହାର ଓ ପିସି ମାଗୁଥିବା ନେଇ ଗୁରୁତର ଅଭିଯୋଗ ଆଣିଛନ୍ତି । ବ୍ଲକ ସାମ୍ନାରେ ଏହାର ପ୍ରତିବାଦରେ ଧାରଣା ମଧ୍ୟ ଦେଇଛନ୍ତି । ଆଉ ଏଭଳି ଅଭିଯୋଗକୁ ସ୍ବୀକାର କରିଛନ୍ତି ବ୍ଲକ ମିଶନଶକ୍ତି ସଂଯୋଜିକା ।

ଏହା ବି ପଢନ୍ତୁ- ଜମି ବିବାଦ: ଅସଦାଚରଣ ଅଭିଯୋଗ ଆଣିଲେ ମହିଳା, ମିଥ୍ୟା ଅଭିଯୋଗ କହିଲେ ଗ୍ରାମବାସୀ

ଅଭିଯୋଗ ଅନୁସାରେ ବିଡିଓ ମହିଳାମାନଙ୍କୁ ସଂଘବଦ୍ଧ ଭାବେ ନ ଆସି ଏକୁଟିଆ ଚାମ୍ବରକୁ ଡାକୁଛନ୍ତି । କଥା ନ ମାନିଲେ ଦୁର୍ବ୍ୟବହାରର ଶିକାର ହେବାକୁ ପଡୁଛି । ପିସି ନଦେଲେ ଟେବୁଲରୁ ଉଠୁନି ଫାଇଲ । ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି ବୋଲଗଡ଼ ଆଞ୍ଚଳିକ ମହାସଂଘ ସ୍ବୟଂ ସହାୟକ ଗୋଷ୍ଠୀ । ଆଉ ଏହାର ପ୍ରତିବାଦ କରି ବ୍ଲକ କାର୍ଯ୍ୟାଳୟ ଆଗରେ ଧାରଣା ମଧ୍ୟ ଦେଇଛନ୍ତି । ବିଭିନ୍ନ ସମୟରେ ଉଚ୍ଚ ଅଧିକାରୀଙ୍କୁ ଏ ସମ୍ପର୍କରେ ଅବଗତ କରିବା ପରେ କୌଣସି ସୁଫଳ ନମିଳିବାରୁ ଏଭଳି ପଦକ୍ଷେପ ନେଇଥିବା ମହିଳାମାନେ କହିଛନ୍ତି । ବିଡିଓଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନହେଲେ ଆସନ୍ତା ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

କେବଳ ଏସଏଚଜି ମହିଳା ନୁହନ୍ତି ବ୍ଲକର ମହିଳା କର୍ମଚାରୀ ମଧ୍ୟ ବିଡିଓଙ୍କ ବିରୁଦ୍ଧରେ ସମାନ ଅଭିଯୋଗ ଆଣିଛନ୍ତି । ବିଡିଓଙ୍କ ଦୁର୍ବ୍ୟବହାର ଏବଂ ପିସି କାରବାର ସମ୍ପର୍କରେ ମୁଁହ ଖୋଲିବା ସହିତ ଏସଏଚଜି ମହିଳା ଗୋଷ୍ଠୀ କରିଥିବା ଅଭିଯୋଗକୁ ସ୍ବୀକାର ମଧ୍ୟ କରିଛନ୍ତି । ମିଶନଶକ୍ତି ବ୍ଲକ ପ୍ରକଳ୍ପ ସଂଯୋଜିକା ସୁରୁଚି ସୁପ୍ରୀତି ସାହୁ ଏହି ମହିଳାଙ୍କ ଅଭିଯୋଗ ସମ୍ପର୍କରେ ପୂର୍ବରୁ ଅବଗତ ଥିଲେ ମଧ୍ୟ ବିଡିଓଙ୍କର ଦୁର୍ବ୍ୟବହାର ଯୋଗୁଁ ସେ ନୀରବ ରହିଥିବା କଥା କହିଛନ୍ତି । କେବଳ ସେତିକି ନୁହେଁ ସବୁ କାମରେ ପିସି କାରବାର ହେଉଥିବା ସେ ସ୍ବୀକାର କରିଛନ୍ତି । ସେପଟେ ଏନେଇ ବୋଲଗଡ଼ ବିଡିଓ ଏହାକୁ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହିଛନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

Last Updated : Aug 21, 2023, 4:53 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.