ETV Bharat / state

ଥାନାରୁ ବାହାରି ରାଗ ସୁଝାଇଲେ, ଖଣ୍ଡା ଚୋଟରେ ହୋଟେଲ ମାଲିକ ଗୁରୁତର

author img

By ETV Bharat Odisha Team

Published : Oct 26, 2023, 1:41 PM IST

ଥାନାରୁ ବାହାରି ହୋଟେଲ ମାଲିକଙ୍କୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ । ପୋଲିସର ତନାଘନା ଜାରି। ଅଧିକ ପଢନ୍ତୁ

miscreants attacked oyo hotel owner
miscreants attacked oyo hotel owner

ଭୁବନେଶ୍ବର: ଶେଷ ହେଲା ଦୁର୍ଗାପୂଜା, ରାଜଧାନୀରେ ବୁଲିଲା ଖଣ୍ଡା । ପୂର୍ବ ଶତ୍ରୁତାକୁ ନେଇ ଓୟୋ ହୋଟେଲ ମାଲିକଙ୍କୁ ଖଣ୍ଡାରେ ହାଣି ରକ୍ତାକ୍ତ କଲେ ଥାନାରେ ଅଟକ ଅଭିଯୁକ୍ତ । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ହୋଟେଲ ମାଲିକ । ଗୁରୁତର ଜଣଙ୍କ ହେଉଛନ୍ତି ବରମୁଣ୍ଡା ହାଉସି ବୋର୍ଡ କଲୋନିରେ ସାଜନ ସାମଲ । ତାଙ୍କର ବରମୁଣ୍ଡା ହାଉସି ବୋର୍ଡରେ ସି୧୦ରେ ଏକ ଓୟୋ ହୋଟେଲ ରହିଛି ।

ଏହା ମଧ୍ୟ ପଢନ୍ତୁ-ପୂଜା ମଣ୍ଡପରେ ମାତିଲେ ଲୁଟେରା, ମହିଳାଙ୍କ ବେକରୁ ସୁନା ଚେନ୍ ଲୁଟ୍ ଅଭିଯୋଗ

ଗତ ଦୁଇ ଦିନ ତଳେ ସାଜନ ସାମଲଙ୍କ ହୋଟେଲରେ କିଛି ଦୁର୍ବୃତ୍ତ ପଶିଥିବା ସେ ଜାଣିବାକୁ ପାଇଥିଲେ । ସେମାନେ ଚୋରି ବା ଡକାୟତି ପାଇଁ ଘରେ ପଶିଥିବା ସେ ସିସିଟିଭି ଫୁଟେଜ ଦେଖି ସନ୍ଦେହ କରିଥିଲେ । ଏନେଇ ଅଭିଯାଗ ପରେ ୪ଜଣଙ୍କୁ ଥାନାକୁ ଉଠାଇ ନେଇଥିଲା ପୋଲିସ । ପରେ ଥାନାରେ କିଛି ସମୟ ରଖିବା ପରେ ପଚରାଉଚରା କରି ଦୁର୍ବୃତ୍ତଙ୍କୁ ପୋଲିସ ଛାଡ଼ିଦେଇଥିଲା ।

ଏହା ମଧ୍ୟ ପଢନ୍ତୁ-କୁନ୍ଦୁଲି ଦଶହରା ପଡିଆରେ ଡବଲ ମର୍ଡର, ପୋଲିସର ତଦନ୍ତ ଜାରି

ସେହି ଦୁର୍ବୃତ୍ତ ମାନେ ଥାନାରୁ ବାହାରି ସାଜନ ସାମଲଙ୍କୁ ଖଣ୍ଡାରେ ଆକ୍ରମଣ କରିଥିବା ସେ ଅଭିଯାଗ କରିଛନ୍ତି । ଭରତପୁର ଥାନାରେ ଏନେଇ ହୋଟେଲ ମାଲିକ ଏକ ଅଭିଯୋଗ କରିଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୋଲିସର ସୂଚନା ମୁତାବକ, ହୋଟେଲ ମାଲିକଙ୍କ ସହ ଆକ୍ରମଣକାରୀଙ୍କ ପୂର୍ବ ଶତ୍ରୁତାକୁ ରହିଛି । ସେଥି ପାଇଁ ସେମାନେ ଏପରି କାଣ୍ଡ ଭିଆଇଛନ୍ତି । ଜିରୋ ଟଲେରାନ୍ସ ପଲିସି ଅନୁଯାୟୀ କୌଣସି ଅପରାଧୀ ବା ଅପରାଧକୁ ଆଶ୍ରୟ ଦିଆଯିବନି । ଦୁର୍ବୃତ୍ତଙ୍କୁ ବର୍ତ୍ତମାନ ଖୋଜା ଚାଲିଛି।

ସେହିପରି ମଞ୍ଚେଶ୍ବର ଥାନା ଅଧିନ ରସୁଲଗଡ ପୂଜା ମୁଣ୍ଡରେ ମଧ୍ୟ ଖଣ୍ଡା ବୁଲିଛି । କିଛି ବାଉନସର ଭାବେ କାମ କରୁଥିବା ଯୁବକ ପୂଜା ମୁଣ୍ଡରେ ଆତଙ୍କ ଖେଳାଇବା ସହ କିଛି ଜଣଙ୍କୁ ଆକ୍ରମଣ କରିଛନ୍ତି । ଏନେଇ ପୋଲିସକୁ ଜଣାଇବା ପରେ କିଛି ଆକ୍ସନ ନେବାରୁ ପୂଜା ମଣ୍ଡପର କର୍ମକର୍ତ୍ତା ମଞ୍ଚେଶ୍ବର ଥାନା ଘେରାଉ ସହ ହୋହଲ୍ଲା କରିଛନ୍ତି । ପୋଲିସର ନିରବତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ଥାନାର‌ ଗେଟ ତାଲା ପକାଇ ହୋହଲ୍ଲା କରିବା ସହ ଥାନା ଅଧିକାରୀଙ୍କ ବିରୋଧରେ ନାରାବାଜି ଦେଇଛନ୍ତି ପୂଜା ମଣ୍ଡପର କର୍ମକର୍ତ୍ତା । ପୋଲିସ ବୁଝାସୁଝା ପରେ ସେମାନେ ପରିସ୍ଥିତି ଶାନ୍ତ ପଡିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.