ETV Bharat / state

ଶିକ୍ଷିତ ବାବୁଙ୍କ ଘରେ ନିର୍ଯାତିତ ଶିଶୁ ଶ୍ରମିକ, ରାଜଧାନୀରୁ ନାବାଳିକା ଉଦ୍ଧାର

ବିଶ୍ବସ୍ତରରେ ସୁନାମ ଆଣୁଛି ରାଜ୍ୟ । ହେଲେ ଅସଲ ଚିତ୍ର କରୁଛି ଦୁର୍ନାମ । ଶିକ୍ଷିତ ବାବୁମାନଙ୍କ ଅଶିକ୍ଷିତ କାମ ଯୋଗୁଁ ଅନ୍ଧାରକୁ ଚାଲି ଯାଉଛି ଅନେକ ନାବାଳିକାଙ୍କ ଜୀବନ । ଭୁବନେଶ୍ୱର ପଳାଶୁଣି ବ୍ୟାଙ୍କ କଲୋନିରୁ ନାବାଳିକା ଶିଶୁ ଶ୍ରମିକ ଉଦ୍ଧାର କଲା ପୋଲିସ । ଅଧିକ ପଢନ୍ତୁ

child labour rescued in bhubaneswar
child labour rescued in bhubaneswar
author img

By

Published : Dec 25, 2022, 1:39 PM IST

child labour rescued in bhubaneswar

ଭୁବନେଶ୍ୱର: ରାଜ୍ୟର ରାଜଧାନୀ ଭୁବନେଶ୍ବର, ସମସ୍ତଙ୍କ ସ୍ବପ୍ନ ଥାଏ ଏଠାକୁ ଆସି ନିଜ ସ୍ବପ୍ନକୁ ପୂରଣ କରିବେ ପ୍ରତିଷ୍ଠିତ ହେବେ ଓ ଟଙ୍କା ରୋଜଗାର କରିବେ, କିନ୍ତୁ ଏଠାରେ ଥିବା କିଛି ଶିକ୍ଷିତ ବାବୁ ନିଜେ ଅୟସରେ ଜୀବନ ବିତାଇବା ପାଇଁ ନାବାଳିକାଙ୍କୁ ଲଗାଇ ଦେଉଛନ୍ତି ଘର କାମରେ । ଶେଷରେ ପାଠ ପଢା ବୟସରେ ବହି ଖାତା ପେନ ଛାଡି ହାତରେ ଝାଡୁ ଧରି କରୁଛନ୍ତି ଘର କାମ । ଶିକ୍ଷିତ ବାବୁଙ୍କ ଏପରି ଅଶିକ୍ଷିତ କାମ ଯୋଗୁଁ ନାବାଳିକା ପାଲଟିଯାଇଛନ୍ତି ଶିଶୁ ଶ୍ରମିକ । ନାବାଳିକାଙ୍କୁ ରଖାଇ କରାଉଥିଲେ କାମ । କାମରେ ଟିକିଏ ଏପଟ ସେପଟ ହେଲେ ଦେଉଥିଲେ ନିର୍ଯାତନା । ଶେଷରେ ଚାଇଲ୍ଡଲାଇନ ପହଞ୍ଚି ରାଜଧାନୀ ଭୁବନେଶ୍ବରର ପଳାଶୁଣି ବ୍ୟାଙ୍କ କଲୋନିରୁ ଜଣେ ୧୩ ବର୍ଷର ନାବାଳିକାକୁ ଉଦ୍ଧାର କରିଛି (minor girl child labour rescued by child line)।

ଏହା ମଧ୍ୟ ପଢନ୍ତୁ-ପବନ ମାଡରେ ଘାଇଲା ହୋଇ ସମୁଦ୍ରରେ ବୁଡିଲା ଡଙ୍ଗା, ଅଳ୍ପକେ ବର୍ତ୍ତିଲେ ମତ୍ସ୍ୟଜୀବୀ

ଏକ ପ୍ରତିଷ୍ଠିତ କମ୍ପାନୀରେ କାମ କରନ୍ତି ଅଶୋକ କୁମାର ସ୍ବାଇଁ । ନିଜରେ ଘରେ ଚାକରାଣୀ ଭାବେ ଜଣେ ନାବାଳିକାଙ୍କୁ ରଖିଥିଲେ । ଘରେ ରୋଷେଇ କାମଠୁ ଆରମ୍ଭ କରି ସମସ୍ତ କାର୍ଯ୍ୟ କରାଉଥିଲେ । କିନ୍ତୁ ନାବାଳିକାଙ୍କୁ କାମ କରିବାକୁ କଷ୍ଟ ହେଲେ ମାଲିକ ମାଲିକାଣି ଅତ୍ୟାଚାର କରିବା ଆରମ୍ଭ କରିଦେଉଥିଲେ । ଏନେଇ ଖବର ପାଇଥିଲା ଚାଇଲ୍ଡ ଲାଇନ । ଶେଷରେ ପଳାଶୁଣି ବ୍ୟାଙ୍କ କଲୋନି ପ୍ଲଟ ନଂ BE89, ଲେନ ନଂ -5 ରେ ରହୁଥିବା ଅଶୋକଙ୍କ ଘରେ ପୋଲିସ ଚଢାଉ କରି ନାବାଳିକାଙ୍କୁ ଉଦ୍ଧାର କରିଥିଲେ ।

ଭୁବନେଶ୍ୱର ଭଳି ସହରରେ ସହରିଆ ଶିକ୍ଷିତ ବାବୁଙ୍କ ଘରେ ମାଟି ହୋଇଯାଉଛି ଅନେକ କୁନି ଭବିଷ୍ୟତ । ଏନେଇ ଶିଶୁ ସୁରକ୍ଷା ଅଧିକାର ଆୟୋଗ କେବଳ ଯୋଜନା ନକରି କଡ଼ା ଆଭିମୁଖ୍ୟ ଗ୍ରହଣ କରିବାର ସମୟ ଆସିଛି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.