ETV Bharat / state

କ୍ୟାପିଟାଲ ହସ୍ପିଟାଲରେ ଗୃହ ରାଷ୍ଟ୍ରମନ୍ତ୍ରୀ, ଆହତ ପୋଲିସ କର୍ମୀଙ୍କ ବୁଝିଲେ ସ୍ବାସ୍ଥ୍ୟାବସ୍ଥା

author img

By

Published : Feb 28, 2023, 10:28 PM IST

କ୍ୟାପିଟାଲ ହସ୍ପିଟାଲରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା । ଲୋୟର ପିଏମଜିରେ ଆହତ ହୋଇଥିବା ପୋଲିସ କର୍ମୀଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ଅଧିକ ପଢନ୍ତୁ

State Home Minister Tusharkanti Behera
State Home Minister Tusharkanti Behera
କ୍ୟାପିଟାଲ ହସ୍ପିଟାଲରେ ଗୃହ ରାଷ୍ଟ୍ରମନ୍ତ୍ରୀ, ଆହତ ପୋଲିସ କର୍ମୀଙ୍କ ବୁଝିଲେ ସ୍ବାସ୍ଥ୍ୟବସ୍ଥା

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ପୋଲିସ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା । ଆହତ ପୋଲିସ କର୍ମଚାରୀଙ୍କୁ ଭେଟି ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି । ବିଜେପିର ବିଧାନସଭା ଘେରାଉ ସମୟରେ ଆକ୍ରମଣର ଶିକାର ହୋଇଥିଲେ ପୋଲିସ କର୍ମୀ । ଆହତ ପୋଲିସ କର୍ମଚାରୀଙ୍କୁ ଭେଟିବା ପରେ ମନ୍ତ୍ରୀ କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକଙ୍କ ସହ ଆଲୋଚନା କରିଛନ୍ତି । ପୋଲିସ ଡିଜିପି ଏବଂ ପୋଲିସ କମିଶନର ମଧ୍ୟ ହସ୍ପିଟାଲର ନିର୍ଦ୍ଦେଶକଙ୍କ ସହିତ ଆଲୋଚନା କରିଛନ୍ତି ।

ଆହତ ପୋଲିସ କର୍ମୀମାନଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ଲାଗି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କ ସହ ଆଲୋଚନା ହୋଇଛି। ସୂଚନା ଥାଉ କି ଆଜି ଲୋୟର ପିଏମଜିଠାରେ ବିଜେପି କର୍ମୀଙ୍କ ଆକ୍ରମଣରେ ଏକାଧିକ ପୋଲିସ ଅଧିକାରୀ ସମେତ କର୍ମଚାରୀମାନେ ମଧ୍ୟ ଆହତ ହୋଇଛନ୍ତି । ଜଣେ ଏସିପି ଗୁରୁତର ଭାବରେ ଆହାତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏସିପିଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ପାଖାପାଖି ୨୦ରୁ ଅଧିକ ପୋଲିସ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି ।

ଏହା ବି ପଢନ୍ତୁ- New SRC: ନୂଆ ଏସଆରସି ହେଲେ ବରିଷ୍ଠ ଆଇଏଏସ ନିକୁଞ୍ଜ ବିହାରୀ ଧଳ

ବିଧାନସଭା ଅଭିମୁଖେ ଆସୁଥିବା ବିଜେପି ଯୁବମୋର୍ଚ୍ଚା ରାଲିକୁ ଲୋୟର ପିଏମଜିରେ ଅଟକାଇବାକୁ ପ୍ରୟାସ କରାଯାଇଥିଲେ ମଧ୍ୟ ବିଜେପି କର୍ମୀମାନେ ପୋଲିସ କର୍ମୀଙ୍କ ଉପରକୁ ଆକ୍ରମଣ କରିବାକୁ ପଛାଇନଥିଲେ। ଅଣ୍ଡା, ଢେଲା ପଥର ସମେତ ପାଣି ପାଉଚ ମାଡ଼ କରିଥିଲେ। ଏଥିରେ ଆହତ ହୋଇଥିବା ସମସ୍ତ ପୋଲିସ କର୍ମଚାରୀଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ଏକାଧିକ ପୋଲିସ କର୍ମୀ ମେଡିକାଲରେ ଭର୍ତ୍ତି ହେବା ପରେ ପୋଲିସ ଡିଜିପି ସୁନୀଲ ବଂଶଲ, କମିଶନର ସୌମେନ୍ଦ୍ର୍ୟ ପ୍ରିୟଦର୍ଶୀ ହସପିଟାଲକୁ ଯାଇଥିଲେ ।

ସମସ୍ତ ପୋଲିସ କର୍ମୀଙ୍କୁ ଭେଟିଥିଲେ । ରାଜ୍ୟରେ ଜଣେ କ୍ୟାବିନେଟ ମନ୍ତ୍ରୀଙ୍କ ହତ୍ୟା ମାମଲାରେ ମାସେ ପୁରିଛି । ହେଲେ ଏ ପର୍ଯ୍ୟନ୍ତ ସତ୍ୟାସତ୍ୟ ଲୋକଲୋଚନକୁ ଆସିପାରିଲା ନାହିଁ। କ୍ୟାବିନେଟ ମନ୍ତ୍ରୀ ନବ କିଶୋର ଦାସଙ୍କ ଗୁଳିକାଣ୍ଡ ଘଟଣାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ସେପଟେ ବିଜେପି କହିଛି କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ବିଶ୍ବାସ ନାହିଁ । ତଦନ୍ତ ଭାର ଏକ ଥାର୍ଡ ପାର୍ଟିକୁ ଦିଆଯାଉ। ନହେଲେ ତଦନ୍ତ ବାଟମାରଣା ହୋଇଯିବ। ଏହା ସମ୍ପୂର୍ଣ୍ଣ ରାଜନୈତିକ ହତ୍ୟାକାଣ୍ଡ । ତେଣୁ ସରକାର ଜାଣିଶୁଣି ହତ୍ୟାକାରୀକୁ ସୁରକ୍ଷା ଦେଉଛନ୍ତି । ତେଣୁ ବିଜେପି ଦାବି କରୁଛି ସିବିଆଇ ତଦନ୍ତ ହେଉ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.