ETV Bharat / state

ଇସ୍ତଫା ଦେବେ ଶ୍ରମ ମନ୍ତ୍ରୀ ! ୨୦୨୪ରେ କଟିପାରେ ଟିକେଟ

author img

By

Published : Apr 17, 2023, 6:10 PM IST

ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ଜନୈକା ମହିଳାଙ୍କ ଅଭିଯୋଗ ପରେ ବଢ଼ୁଛି ମନ୍ତ୍ରୀଙ୍କ ଅଡ଼ୁଆ । ଏନେଇ ଶ୍ରୀକାନ୍ତଙ୍କୁ ୨୦୨୪ ନିର୍ବାଚନ ପାଇଁ ଟିକେଟ ତାଲିକାରୁ ବାଦ ଦିଆଯାଇପାରେ ବୋଲି କହିଛନ୍ତି ବରିଷ୍ଠ ରାଜନୀତି ସମୀକ୍ଷକ ରବି ଦାସ । ତେବେ କୌଣସି ବିଧାୟକଙ୍କ ଇମେଜ ଖରାପ ହେଲେ ତାହା ଦଳ ଉପରେ ପ୍ରଭାବ ପକାଇବ ନାହିଁ ବୋଲି ସେ କହିଛନ୍ତି । ଅଧିକ ପଢ଼ନ୍ତୁ

ବଢ଼ୁଛି ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ଅଡ଼ୁଆ

ଭୁବନେଶ୍ବର: ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କୁ ୨୦୨୪ ନିର୍ବାଚନରେ ପୋଲସରା ଆସନରୁ ମିଳିବ ତ ଟିକେଟ ? ଶ୍ରୀକାନ୍ତଙ୍କ ଉପରେ ଅସନ୍ତୁଷ୍ଟ କି ତୃତୀୟ ମହଲା ? ଶ୍ରୀକାନ୍ତଙ୍କ ଉପରେ ଅସନ୍ତୁଷ୍ଟ କି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ? ଦଳର ଭାବମୂର୍ତ୍ତିକୁ ବଞ୍ଚାଇବା ପାଇଁ ଶ୍ରୀକାନ୍ତ ଟିକେଟ ନେବାରୁ ବାଦ ପଡିବେ ନାହିଁ ତ ? ଏମିତି ଅନେକ ଅସମାହିତ ପ୍ରଶ୍ନ ସେତେବେଳେ ଉଠିଛି, ଯେତେବେଳେ ସୋସିଆଲ ମିଡିଆରେ ଶ୍ରୀକାନ୍ତଙ୍କୁ ନେଇ ଝଡ଼ ସୃଷ୍ଟି ହୋଇଛି । ବିଧାୟକଙ୍କ ସମର୍ଥକ ଓ ବିରୋଧୀଙ୍କ ମଧ୍ୟରେ ଆରମ୍ଭ ହୋଇଛି ଡିଜିଟାଲ ୱାର ।

'ଶ୍ରୀକାନ୍ତଙ୍କର ଟିକେଟ କଟିପାରେ': ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ନାଁରେ ଜଣେ ମହିଳା ଆଣିଥିଲେ ସାଂଘାତିକ ଅଭିଯୋଗ । ଏହି ଅଭିଯୋଗକୁ କେନ୍ଦ୍ର କରି ବିଜେପି ମଧ୍ୟ ରାସ୍ତାକୁ ଓହ୍ଲାଇଥିଲା । ତୁରନ୍ତ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି କହିଥିଲା ବିଜେପି । ଏପରିକି ମାଆକୁ ସମ୍ମାନ କହୁଥିବା ଦଳ କିପରି ଶ୍ରୀକାନ୍ତଙ୍କୁ ବରଦାସ୍ତ କରୁଛି ବୋଲି ମଧ୍ୟ ପ୍ରଶ୍ନ ଉଠିଥିଲା । ଏହାପରେ ସୋସିଆଲ ମିଡିଆରେ ଶ୍ରମ ମନ୍ତ୍ରୀଙ୍କ ସମର୍ଥକ ଓ ବିରୋଧୀଙ୍କ ମଧ୍ୟରେ ପୋଷ୍ଟ ୱାର ଜାରି ରହିଛି । ଏପରି ସ୍ଥିତିରେ ରାଜନୀତି ସମୀକ୍ଷକଙ୍କ ଉତ୍ତର ହେଲା, "ବିଜେଡିର ବ୍ରାଣ୍ଡ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେଣୁ କୌଣସି ବିଧାୟକଙ୍କ ଇମେଜ ଖରାପ ହେଲେ ତାହା ଦଳର ଜିତ୍‌ ହାର୍‌ ଉପରେ ପ୍ରଭାବ ପକାଇବ ନାହିଁ ।" ଏବେ ମୁଖ୍ୟମନ୍ତ୍ରୀ ନିଜେ ଗୃହ ବିଭାଗ ଦାୟିତ୍ବରେ ଅଛନ୍ତି । ତାଙ୍କ ପାଖରେ ସବୁ ଖବର ଅଛି । ତେଣୁ ଦରକାର ପଡ଼ିଲେ ଶ୍ରୀକାନ୍ତଙ୍କୁ ଟିକେଟ ତାଲିକାରୁ ବାଦ ଦିଆଯାଇପାରେ ବୋଲି କହିଛନ୍ତି ରବି ଦାସ ।

ଇସ୍ତଫା ଦେଇପାରନ୍ତି ଶ୍ରମ ମନ୍ତ୍ରୀ !: ଅନ୍ୟପଟେ ମିଳିଥିବା ସୂଚନା ଅନୁସାରେ ଯଦି ଶ୍ରୀକାନ୍ତ ସାହୁ ପ୍ରସଙ୍ଗକୁ ବିରୋଧୀ ଆଉ କିଛି ଦିନ ଧରି ରଖନ୍ତି, ତେବେ ବିଜେଡି ସୁପ୍ରିମୋ କିଛି ଗୋଟିଏ କଡ଼ା ନିଷ୍ପତ୍ତି ନେଇପାରନ୍ତି । ସାମ୍ବାଦିକ ସମ୍ମିଳନୀ କରି ଶ୍ରୀକାନ୍ତ ଦଳରୁ ଇସ୍ତଫା ଦେଇପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ସୂଚନା ଅନୁସାରେ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ସାମ୍ବାଦିକ ସମ୍ମିଳନୀରେ ସବିଶେଷ ତଥ୍ୟ ଦେବା ସହିତ ଦଳୀୟ ଭାବମୂର୍ତ୍ତି ରକ୍ଷା ଦୃଷ୍ଟିରୁ ଇସ୍ତଫା କଥା ଘୋଷଣା କରିପାରନ୍ତି । ଏହା ମଧ୍ୟ ଚର୍ଚ୍ଚା ହେଉଛି, ଶ୍ରୀକାନ୍ତଙ୍କ ପତ୍ନୀ ଅଭିଯୋଗ ଆଣିଥିବା ମହିଳାଙ୍କ ନାଁରେ ସ୍ବାମୀଙ୍କ ଚରିତ୍ରକୁ ଆକ୍ଷେପ କରିଥିବାର ଅଭିଯୋଗ ମଧ୍ୟ ଆଣିପାରନ୍ତି ।

ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ନାଁରେ ଜଣେ ମହିଳା ଥାନାରେ ଅଭିଯୋଗ ଆଣିଥିଲେ । ଏହାକୁ ନେଇ ବିରୋଧୀ ତୁମ୍ବିତୋଫାନ କରିବା ପରେ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ । ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଥିଲେ, ଯଦି ଆସିଥିବା ଅଭିଯୋଗ ପ୍ରମାଣିତ ହୁଏ, ତେବେ ମନ୍ତ୍ରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ ମନ୍ତ୍ରୀଙ୍କ ପ୍ରସଙ୍ଗରେ ବିଜେଡି ଚୁପ ରହିଛି । ଯାହାକି ସନ୍ଦେହକୁ ଆହୁରି ବଢ଼ାଇ ଦେଇଛି । ଆଗକୁ ଦଳର କିଭଳି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଉଛି, ଏବେ ତାହାକୁ ଅପେକ୍ଷା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.