ETV Bharat / state

ଟ୍ରେନର ଚେନ ଟାଣି ଷ୍ଟେସନରେ ଓହ୍ଲାଇଲେ 400 ପ୍ରବାସୀ ଓଡିଆ ଶ୍ରମିକ

ଟ୍ରେନରେ ଥିବା ପ୍ରବାସୀ ଶ୍ରମିକମାନେ ଟ୍ରେନର ଚେନକୁ ଟାଣି ଟ୍ରେନକୁ ଅଟକାଇବାକୁ ଚେଷ୍ଟା କରିଥିଲେ । ତେବେ 400ରୁ ଉର୍ଦ୍ଧ୍ବ ଶ୍ରମିକ ଚିଲିକା ରେଳ ଷ୍ଟେସନରେ ଓହ୍ଲାଇ ପଡିଥିଲେ ।

migrant-workers-pull-chain-to-get-off-from-train
ଟ୍ରେନର ଚେନ ଟାଣି ଷ୍ଟେସନରେ ଓହ୍ଲାଇଲେ ପ୍ରବାସୀ ଓଡିଆ ଶ୍ରମିକ
author img

By

Published : May 24, 2020, 2:34 PM IST

ଖୋର୍ଦ୍ଧା: ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ନେଇ ଆନ୍ଧ୍ରପ୍ରଦେଶର ଗୁଣ୍ଡୁରୁରୁ ଭଦ୍ରକ ଅଭିମୁଖେ ଆସୁଥିବା ଟ୍ରେନ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ଚିଲିକା ଷ୍ଟେସନଠାରେ ହଠାତ ଅଟକିଗଲା । ଏହା ପଛର କାରଣ ଥିଲା ଟ୍ରେନରେ ଥିବା ପ୍ରବାସୀ ଶ୍ରମିକମାନେ ଟ୍ରେନର ଚେନକୁ ଟାଣି ଟ୍ରେନକୁ ଅଟକାଇବାକୁ ଚେଷ୍ଟା କରିଥିଲେ । ତେବେ 400ରୁ ଉର୍ଦ୍ଧ୍ବ ଶ୍ରମିକ ଚିଲିକା ରେଳ ଷ୍ଟେସନରେ ଓହ୍ଲାଇ ପଡିଥିଲେ ।

ଟ୍ରେନର ଚେନ ଟାଣି ଷ୍ଟେସନରେ ଓହ୍ଲାଇଲେ ପ୍ରବାସୀ ଓଡିଆ ଶ୍ରମିକ

ଶ୍ରମିକମାନେ ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର, ଜଗନ୍ନାଥପୁର ଏବଂ ଖଲ୍ଲିକୋଟ ଅଞ୍ଚଳର ଥିଲେ । ତେବେ ଏ ସବୁ ଷ୍ଟେସନରେ ଟ୍ରେନ ନ ରହି ଖୋର୍ଦ୍ଧା ରୋଡ଼ରେ ରହିବ ବୋଲି ଜାଣି ଚିଲିକା ଷ୍ଟେସନରେ ଟ୍ରେନ ଚେନ ଟାଣି ଓହ୍ଲାଇ ପଡିଥିଲେ । ଖବର ପାଇ ଖଲ୍ଲିକୋଟ ତହସିଲଦାର ଚକ୍ରଧର ପାଢ଼ୀ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ ନିଜ ନିଜ କ୍ବାରେଣ୍ଟ।ଇନ ସେଣ୍ଟରକୁ ନେବାର ବ୍ୟବସ୍ଥା କରିଥିଲେ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.