ETV Bharat / state

'ମୋ ମାଟି ମୋ ଦେଶ' କାର୍ଯ୍ୟକ୍ରମରେ ଖୋର୍ଦ୍ଧାରୁ ମାଟି ସଂଗ୍ରହ କଲେ ଧର୍ମେନ୍ଦ୍ର ପ୍ରଧାନ

author img

By ETV Bharat Odisha Team

Published : Aug 29, 2023, 6:33 AM IST

ଐତିହାସିକ ଖୋର୍ଦ୍ଧା ବରୁଣେଇ ପାହାଡ଼ ପଦଦେଶରୁ 'ମୋ ମାଟି ମୋ ଦେଶ' ଅଭିଯାନ ପବିତ୍ର ମାଟି ସଂଗ୍ରହ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢ଼ନ୍ତୁ

ମୋ ମାଟି ମୋ ଦେଶ
ମୋ ମାଟି ମୋ ଦେଶ
ମୋ ମାଟି ମୋ ଦେଶ

ଖୋର୍ଦ୍ଧା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନରେ ଆରମ୍ଭ ହୋଇଥିବା 'ମୋ ମାଟି ମୋ ଦେଶ' ଅଭିଯାନ ଖୋର୍ଦ୍ଧାରେ ଅନୁଷ୍ଠିତ ହୋଇଯାଇଛି । ଖୋର୍ଦ୍ଧାର ବରୁଣେଇରୁ ସଂଗ୍ରହ ହେଲା ପବିତ୍ର ମାଟି । ଏହି କାର୍ଯ୍ୟକ୍ରମ ଜରିଆରେ ମାଟି ସଂଗ୍ରହ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଐତିହାସିକ ଖୋର୍ଦ୍ଧା ବରୁଣେଇ ପାହାଡ଼ ପଦଦେଶରୁ ପବିତ୍ର ମାଟି ସଂଗ୍ରହ କରାଯାଇଛି ।

ତେବେ ଆଜି କେନ୍ଦ୍ର ଉଚ୍ଚ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଖୋର୍ଦ୍ଧା ବରୁଣେଇ ପାଦଦେଶରୁ 'ମୋ ମାଟି ମୋ ଦେଶ' ଅଭିଯାନରେ ସାମିଲ ହେବା ସହ ସେଠାରୁ ସାଇକେଲ ଶୋଭାଯାତ୍ରା କରି ଆଇଆଇଟି ଭୁବନେଶ୍ୱରରେ ପହଞ୍ଚିଥିଲେ । ସେଠାରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ବୀର ଶହୀଦ ଫଳକର ଉନ୍ମୋଚନ କରିବା ସହ ବୃକ୍ଷ ରୋପଣ କରିଛନ୍ତି । ସେହିପରି 6 ଜଣ ବୀର ଶହୀଦ ଯବାନଙ୍କ ପରିବାର ଲୋକଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହା ମଧ୍ୟ ପଢ଼ନ୍ତୁ...ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମରେ ସୀତାରମଣ, ଗୁଲାମୀ ମାନସିକତାରୁ ମୁକୁଳି ଆସିବାକୁ ଦେଲେ ଆହ୍ବାନ

ଏହି କାର୍ଯ୍ୟକ୍ରମରେ ବନ୍ଦେ ମାତରମ ସହ ବନ୍ଦେ ଉତ୍କଳ ଜନନୀ କହିବାକୁ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ ଧର୍ମେନ୍ଦ୍ର । ସେହିପରି ଚନ୍ଦ୍ରଯାନ-3ର ସଫଳତା ସହ ଜାଭେଲିନରେ ନୀରଜ ଚୋପ୍ରା ସାରା ବିଶ୍ୱରେ ଆଜି ଭାରତର ନାମକୁ ଉଜ୍ବଳ କରିଛନ୍ତି । ଆଜି ସଂଗ୍ରହ ହୋଇଥିବା ପବିତ୍ର ମାଟି ଦିଲ୍ଲୀ ଯାଇ ସବୁ ରାଜ୍ୟରୁ ଆସିଥିବା ମାଟି ଏକାଠି କରାଯିବ । ସେହିପରି ଓଡ଼ିଶାର ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥ ଓ ଦେଶର ସୁରକ୍ଷା ପାଇଁ ପାଇକ ଜୟୀ ରାଜଗୁରୁ ଓ ବକ୍ସି ଜଗବନ୍ଧୁ ବ୍ରିଟିସମାନଙ୍କ ବିରୁଦ୍ଧରେ ଲଢ଼େଇ କରି କିପରି ନିଜ ଜୀବକୁ ବଳିଦୀନ ଦେଇଥିଲେ ତାହା ଉପରେ ନିଜ ମତ ରଖିଥିଲେ । ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଆଗାମୀ 25 ବର୍ଷ ମଧ୍ୟରେ ଦେଶକୁ ବିକଶିତ କରାଯିବ ସହ ଭାରତର ଅର୍ଥନୀତି ମଧ୍ୟ ବିକଶିତ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ତେବେ ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓଡଡ଼ିଶା ଆସି ପେଣ୍ଠକଟା ସ୍ଥିତ ସହାଶିବ ସଂସ୍କୃତ ବିଶ୍ବବିଦ୍ୟାଳୟ ଯାଇ 'ମୋ ମାଟି ମୋ ଦେଶ' ବୃକ୍ଷରୋପଣ ଅଭିଯାନରେ ସାମିଲ ହୋଇଥିଲେ । ସେଠାରେ ଶହୀଦଙ୍କ ପରିବାରଙ୍କୁ ସମ୍ବର୍ଦ୍ଧିତ କରିବା ସହ ଶହୀଦଙ୍କ ସ୍ମୃତିରେ ବୃକ୍ଷରୋପଣ କରିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ । 'ମୋ ମାଟି ମୋ ଦେଶ' ଅଭିଯାନରେ ଅଭିଭାଷଣ ରଖି ସଦାଶିବ ସଂସ୍କୃତ ବିଶ୍ବବିଦ୍ୟାଳୟରେ ଶିକ୍ଷାର୍ଥୀଙ୍କୁ ପଞ୍ଚସୂତ୍ରୀ ଶପଥ କରାଇଥିଲେ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.