ETV Bharat / state

ଦୁବାଇରେ ଓଡ଼ିଆ ଚଳଚ୍ଚିତ୍ର ସମ୍ମାନ: ସବ୍ୟସାଚୀ-ଶିବାନୀ ଶ୍ରେଷ୍ଠ ଅଭିନେତା-ଅଭିନେତ୍ରୀ

author img

By ETV Bharat Odisha Team

Published : Jan 16, 2024, 12:56 PM IST

Updated : Jan 16, 2024, 2:46 PM IST

Odia Film Award In Dubai: ଦୁବାଇରେ ଓଡ଼ିଆ କଳାକାରଙ୍କ ଜଲୱା । ସେଠାରେ ପ୍ରଥମ ଥର ପାଇଁ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଓଡ଼ିଆ କଳାକାରମାନଙ୍କୁ ସମ୍ମାନିତ କରାଯାଇଛି । ଅଧିକ ପଢନ୍ତୁ

ଦୁବାଇରେ ଓଡ଼ିଆ ଚଳଚ୍ଚିତ୍ର ସମ୍ମାନ
ଦୁବାଇରେ ଓଡ଼ିଆ ଚଳଚ୍ଚିତ୍ର ସମ୍ମାନ
ଦୁବାଇରେ ଓଡ଼ିଆ ଚଳଚ୍ଚିତ୍ର ସମ୍ମାନ

ଭୁବନେଶ୍ବର: ଦୁବାଇରେ ଆୟୋଜିତ ହୋଇଥିବା ଓଡ଼ିଆ ଚଳଚ୍ଚିତ୍ର ସମ୍ମାନ ପୁରସ୍କାର ପାଇ ଭୁବନେଶ୍ବର ଫେରିଛନ୍ତି ଓଲିଉଡ କଳାକାର । ପ୍ରଥମ ଥର ପାଇଁ ସେଠାରେ ଆୟୋଜିତ ହୋଇଥିବା ଏହି ଆୱାର୍ଡ ଶୋ'ରେ ବରିଷ୍ଠ ଅଭିନେତା ପ୍ରଶାନ୍ତ ନନ୍ଦଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ ପ୍ରଦାନ କରାଯାଇଛି । ଏଥିସହ ଓଲିଉଡ ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ଅଭିନେତ୍ରୀ ଶିବାନୀ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ନିଜ ନାଁରେ କରିଛନ୍ତି ।

ଆର୍ ଆର୍ ଇଭେଣ୍ଟ, ସିନେ ପ୍ରଡକ୍ସନ ଆସୋସିଏସନ୍ ଓ ୟୁଏଇ ଓଡ଼ିଆ ସମାଜ ପକ୍ଷରୁ ଆୟୋଜିତ ହୋଇଥିଲା ପ୍ରଥମ ମେଗା ଓଡିଆ ଫାଇବ୍ ଷ୍ଟାର ଫିଲ୍ମ ଆୱାର୍ଡସ୍ । ଯେଉଁଥିରେ ଅନେକ ଅଭିନେତା, ଅଭିନେତ୍ରୀ, ସଂଗୀତ ନିର୍ଦ୍ଦେଶକ, ଫିଲ୍ମ ନିର୍ଦ୍ଦେଶକ ଓ ପ୍ରଡ୍ୟୁସରମାନଙ୍କ ସହ ଅନେକ ଟେକ୍ନିସିଆନ ଯୋଗ ଦେଇଥିଲେ । ଚଳଚ୍ଚିତ୍ର 'ପୁଷ୍କରା' ପାଇଁ ସବ୍ୟସାଚୀ ମିଶ୍ରଙ୍କୁ ଶ୍ରେଷ୍ଠ ଅଭିନତା ସମ୍ମାନରେ ସମ୍ମାନିତ କରାଯାଇଛି । ଅଭିନେତ୍ରୀ ଶିବାନୀ ସଙ୍ଗୀତା ଫିଲ୍ମ 'ମାଲ୍ୟଗିରି'ରେ ନିଜ ଦମଦାର ଅଭିନୟ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ହାତେଇଛନ୍ତି ।

ଏହି ଫାଇଭ ଷ୍ଟାର ଫିଲ୍ମ ଆୱାର୍ଡ ୨୦୨୪ କାର୍ଯ୍ୟକ୍ରମ ଦୁବାଇର ସେକ୍ ରସିଦ ଅଡିଟୋରିୟମରେ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଅନୁଷ୍ଠିତ ହୋଇଥିଲା । ହଲିଉଡ ଓ ବଲିଉଡ ଷ୍ଟାରଙ୍କ ଗହଣରେ ଏହି ଆୱାର୍ଡ ଶୋ' ଏକ ଇତିହାସ ସୃଷ୍ଟି କରିଛି । ବର୍ତ୍ତମାନ ଦୁବାଇରୁ ନିଆରା ଅନୁଭୂତି ସହ ଭୁବନେଶ୍ବର ଫେରିବା ପରେ ସମସ୍ତ କଳାକାର ବେଶ ଉତ୍ସାହିତ ଥିବା ସହ ଖୁସି ବ୍ୟକ୍ତ କରିଛନ୍ତି । ଏଥିସହ ଏଭଳି କାର୍ଯ୍ୟକ୍ରମ ଦେଶ ଓ ଦେଶ ବାହାରେ ହେବା ଦ୍ୱାରା ଆମ କଳା ସଂସ୍କୃତି ଓ ଭାଷାର ପ୍ରଚାର ପ୍ରସାର ହୋଇପାରିବ ବୋଲି କଳାକାରମାନେ କହିଛନ୍ତି ।

ଦୁବାଇରେ ବସବାସ କରୁଥିବା ତଥା କାମ କରୁଥିବା ଓଡ଼ିଆମାନଙ୍କ ସହ ଓଡ଼ିଆ ସିନେପ୍ରେମୀମାନେ ଏହି ଚଳଚ୍ଚିତ୍ର ସମ୍ମାନ ପୁରସ୍କାର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ସମୟରେ ନିଜ ମାଟିର କଳାକାରଙ୍କୁ ଦେଖି ପ୍ରବାସୀ ଓଡ଼ିଆମାନେ ଯେତିକି ଖୁସି ହୋଇଥିଲେ କଳାକାରମାନେ ବି ବିଦେଶ ମାଟିରେ ଓଡ଼ିଶାର କଳା ସଂସ୍କୃତିକୁ ପ୍ରଦର୍ଶିତ କରି ସେତିକି ଖୁସି ହୋଇଥିଲେ ବୋଲି ପ୍ରତିକ୍ରିୟା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଦୁଇଦିନିଆ ଶିଶୁ ଚଳଚ୍ଚିତ୍ର ଉତ୍ସବ କଲ୍ଲୋଳ ଅନୁଷ୍ଠିତ; ୧୬ରୁ ଉର୍ଦ୍ଧ୍ବ ଚଳଚ୍ଚିତ୍ର ହେଲା ପ୍ରଦର୍ଶିତ

ପୁଷ୍କରା ଏବଂ ମାଲ୍ୟଗିରି ବିଷୟରେ କହିବାକୁ ଗଲେ, ସବ୍ୟସାଚୀ ମିଶ୍ରଙ୍କ ଫିଲ୍ମ ପୁଷ୍କରା ୨୦୨୩ ବର୍ଷ ସେପ୍ଟେମ୍ବର ୧୯, ଗଣେଶ ପୂଜାରେ ରିଲିଜ ହୋଇଥିଲା । ଶଙ୍କର ତ୍ରିପାଠୀଙ୍କ ରଚିତ ଓଡ଼ିଆ ଉପନ୍ୟାସ 'ନାଦ ବିନ୍ଦୁ'ରୁ ପ୍ରସ୍ତୁତ ହୋଇଛି ଚଳଚ୍ଚିତ୍ର ପୁଷ୍କରା । ହଜିଯାଉଥିବା ସଂସ୍କୃତି, ପରମ୍ପରା ଏବଂ କୌଳିକ ବୃତ୍ତି ଉପରେ ଆଧାର କରି ଫିଲ୍ମ ପ୍ରସ୍ତୁତ ହୋଇଥିଲା । ଏଥିରେ ସବ୍ୟସାଚୀ, ସୁପ୍ରିୟା ନାୟକ, ସ୍ବର୍ଗତ ଅଭିନେତା ପିଣ୍ଟୁ ନନ୍ଦ, ବିକାଶ ଚୌଧୁରୀ, ତ୍ରିଭୁବନ ପଣ୍ଡାଙ୍କ ସମେତ ଅନେକ କଳାକାର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।

ମାଲ୍ୟଗିରି ୧୯ ଅକ୍ଟୋବର ୨୦୨୩ରେ ରିଲିଜ ହୋଇଥିଲା । ଏଥିରେ ଶିବାନୀ ସଙ୍ଗୀତାଙ୍କ ସମେତ ବାବୁଶାନ, ଅମ୍ଲାନ ଦାସ, ଏଲିନା ସାମନ୍ତରାୟ, ସୂର୍ଯ୍ୟମୟୀ ମହାପାତ୍ର ଅଭିନୟ କରିଥିଲେ । ତେବେ ଉଭୟ ଫିଲ୍ମ ବେଶ ହିଟ୍ ହେବା ସହ ଲୋକପ୍ରିୟତା ହାସଲ କରିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jan 16, 2024, 2:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.