ଖୋର୍ଦ୍ଧା: ମାନବଵାଦ ସଂଗଠନର ମୁଖ୍ୟ ମାନସ ଦାସଙ୍କ ପୁଅ ମନୋରଞ୍ଜନ ଦାସଙ୍କୁ ମିଳିଲା ଜାମିନ । ଦୁଇଟି ମାମଲାରେ ସେ ଗିରଫ ହୋଇ ଜେଲରେ ଥିବାବେଳେ ତାଙ୍କୁ ଆଜି ସର୍ତ୍ତମୂଳକ ଜାମିନ ଦେଇଛନ୍ତି ଦ୍ବିତୀୟ ଅତିରିକ୍ତ ଜିଲ୍ଲା ଦୌରାଜଜ କୋର୍ଟ । 2ଜଣ ଜାମିନଦାର ଏବଂ 50 ହଜାର ଟଙ୍କାର ମୁଚାଲିକାରେ ଜାମିନ ପାଇ ଜେଲରୁ ମୁକୁଳିଛନ୍ତି ମନୋରଞ୍ଜନ ।
ଏଠାରେ ସୂଚନା ଥାଉ କି, ମାନସ ଦାସ ଏବଂ ତାଙ୍କ ପୁଅ ମନୋରଞ୍ଜନ ବେଗୁନିଆ ଅଞ୍ଚଳରେ ମାନବବାଦ ସଂଗଠନ ଚଳାଇ ଲୋକଙ୍କୁ ନିର୍ଯାତନା ଦେଉଥିବା ନେଇ ବେଗୁନିଆ ଥାନାରେ ଅଭିଯୋଗ ହୋଇଥିଲା । ଏହାପରେ ଖୋର୍ଦ୍ଧା ପୋଲିସର ଏକ ଟିମ ଉଭୟ ବାପପୁଅଙ୍କୁ ଭୁବନେଶ୍ବର ଗିରଫ କରିଥିଲା । ପରେ ଉଭୟଙ୍କ ଜାମିନ ଖାରଜ ହେବାରୁ ଉଭୟଙ୍କୁ ଜେଲ ହାଜତକୁ ପଠାଇଯାଇଥିଲା। ଆଜି ପୁଅ ମନେରଞ୍ଜନ ଜାମିନ ପାଇ ଜେଲରୁ ବାହାରିବାରେ ସଫଳ ହୋଇଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ