ETV Bharat / state

ଶାଳକର ବିବାହ ଭୋଜିକୁ ଆସି ଭିଣୋଇ ନିଖୋଜ

author img

By

Published : Dec 1, 2022, 12:37 PM IST

ଶାଳକର ବିବାହ ଭୋଜିକୁ ଆସି ଭିଣୋଇ ନିଖୋଜ । ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଅଞ୍ଚଳରୁ ସାମ୍ନାକୁ ଆସିଛି ଏହି ଘଟଣା । ପଢନ୍ତୁ ପୁରା ଖବର

ଶଳାର ବିବାହ ଭୋଜିକୁ ଆସି ଭିଣୋଇ ନିଖୋଜ
ଶଳାର ବିବାହ ଭୋଜିକୁ ଆସି ଭିଣୋଇ ନିଖୋଜ

ଖୋର୍ଦ୍ଧା: ଶାଳକର ବିବାହ ଭୋଜିକୁ ଆସି ନିଖୋଜ ହୋଇଗଲେ ଭିଣୋଇ । ଏପରି ଏକ ଘଟଣା ଘଟିଛି ବୋଲଗଡ ଥାନା ହାଟବସ୍ତ ଗ୍ରାମରେ । ନିଖୋଜ ବ୍ୟକ୍ତି ବୋଲଗଡ ଅନ୍ତର୍ଗତ ପୁବୁସାହି ଗ୍ରାମର ବାପି ସାମନ୍ତରାୟ । ସେ ହାଟବସ୍ତ ନିବାସୀ ନିଜ ଶାଳକ ଦିପୁ ଚମ୍ପତିଙ୍କ ବିବାହ ଭୋଜିକୁ ଆସିଥିଲେ । ବାହାଘରରେ ଅତ୍ୟଧିକ ମଦ୍ୟପାନ କରିବା ଯୋଗୁଁ ପୋଖରୀରରେ ବୁଡି ସେ ନିଖୋଜ ହୋଇଯାଇଛନ୍ତି । ଓଡ୍ରାଫ ଟିମ୍ ସହ ବୋଲଗଡ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଜାରି ରଖିଛନ୍ତି ।

ଶାଳକର ବିବାହ ଭୋଜିକୁ ଆସି ଭିଣୋଇ ନିଖୋଜ

ଯାହା ସୂଚନା ମିଳିଛି, ବୁଧବାର ବିଳମ୍ବିତ ରାତିରେ ବାପି କିଛି ଯୁବକଙ୍କ ସହ ହାଟବସ୍ତ ଗ୍ରାମ ନିକଟରେ ଥିବା ବେଗୁନିଆ ପୋଖରୀ କୂଳରେ ବସି ମଦ ପିଇଥିଲେ । ପ୍ରଚୁର ମଦପାନ କରିବା ଯୋଗୁଁ ଅସାବଧାନତା ବଶତଃ ସେ ପୋଖରୀ ଭିତରେ ଖସି ପଡିଥିଲେ (man goes missing after drowning in pond) । ଗ୍ରାମବାସୀ ବୋଲଗଡ଼ ଅଗ୍ନିଶମ ବାହିନୀକୁ ରାତିରେ ଖବର ଦେବା ସହ ରାତିସାରା ପୋଖରୀରେ ଖୋଜାଖୋଜି କରିଥିଲେ ମଧ୍ୟ ବାପିଙ୍କ ପତ୍ତା ମିଳିନଥିଲା ।

ଏହାମଧ୍ୟ ପଢନ୍ତୁ: ଏମିତି ଏକ ସ୍କୁଲ: ୩୬୫ ଦିନ ଖୋଲା, ଦୁଇ ହାତରେ ଲେଖନ୍ତି ଛାତ୍ରଛାତ୍ରୀ

ଆଜି ସକାଳୁ ଖୋର୍ଦ୍ଧାରୁ ଗୋଟିଏ ଓଡ୍ରାଫ ଟିମ ସହ ବୋଲଗଡ ଅଗ୍ନିଶମ ବାହିନୀ ପହଞ୍ଚି ପୋଖରୀରେ ଖୋଜାଖୋଜି ଜାରି ରଖିଛନ୍ତି । ହେଲେ ଏଯାଏଁ ତାଙ୍କର କିଛି ସନ୍ଧାନ ମିଳିନାହିଁ । ସ୍ଥାନୀୟ ଧୀବର ମଧ୍ୟ ପୋଖରୀରେ ଖୋଜାଖୋଜି ଜାରି ରଖିଛନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.