ETV Bharat / state

ବିଶ୍ୱ ଦକ୍ଷତା କେନ୍ଦ୍ରରେ ଶିକ୍ଷା ସାଧନ କେନ୍ଦ୍ରର ଲୋକାର୍ପଣ; ଛାତ୍ରଛାତ୍ରୀଙ୍କୁ ମିଳିବ ରିଡିଙ୍ଗ ପଡ୍ ସୁବିଧା - ବିଶ୍ୱ ଦକ୍ଷତା କେନ୍ଦ୍ରରେ ଆଧୁନିକ ଲାଇବ୍ରେରି ଉଦଘାଟନ

ଶିକ୍ଷା ସାଧନ କେନ୍ଦ୍ର ଆଧୁନିକ ଲାଇବ୍ରେରୀ ଢାଞ୍ଚାର ମିଳିବ ସୁବିଧା । ଦେଶ ବିଦେଶରେ ବ୍ୟବହାର କରାଯାଉଥିବା ଅତ୍ୟାଧୁନିକ ଜ୍ଞାନକୌଶଳ ବିଷୟରେ ଅଧିକ ଜାଣିପାରିବେ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ

ଭୁବନେଶ୍ୱର ବିଶ୍ୱ ଦକ୍ଷତା କେନ୍ଦ୍ରରେ ଉଦଘାଟିତ ହେଲା ‘ଶିକ୍ଷା ସାଧନ କେନ୍ଦ୍ର'

author img

By ETV Bharat Odisha Team

Published : Nov 11, 2023, 7:56 AM IST

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ର ପରିସରରେ ଆଧୁନିକ ଲାଇବ୍ରେରୀ ଢାଞ୍ଚାରେ ଲର୍ଣ୍ଣିଂ ରିସୋର୍ସ ସେଣ୍ଟର ବା ଶିକ୍ଷା ସାଧନ କେନ୍ଦ୍ର ସ୍ଥାପନ କରାଯାଇଛି । ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ବିଷୟରେ ତାଲିମ ନେଉଥିବା ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କ ସୁବିଧା ପାଇଁ ଶୁକ୍ରବାର ଏହାର ଲୋକାର୍ପଣ ହୋଇଛି । ସିଙ୍ଗାପୁର ଆଇଟିଇଇଏସର ସିଇଓ ବ୍ରୁସ୍ ପୋହଙ୍କ ଉପସ୍ଥିତିରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷା ତଥା ବିଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ଅଳକା ମିଶ୍ର ଏହାର ଉଦଘାଟନ କରିଥିଲେ । ଏହି ଅବସରରେ ଶିକ୍ଷା ସାଧନ କେନ୍ଦ୍ରର ଏକ ୱେବସାଇଟ୍ ମଧ୍ୟ ଉଦଘାଟନ କରାଯାଇଥିଲା ।

ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷା ଅଳକା ମିଶ୍ର କହିଛନ୍ତି, "ସିଙ୍ଗାପୁରର ଆଇଟିଇଇଏସ୍ ସଂସ୍ଥାର ସହଯୋଗରେ ବିଶ୍ୱ ଦକ୍ଷତା କେନ୍ଦ୍ରରେ ଏହି ଶିକ୍ଷା ସାଧନ କେନ୍ଦ୍ର କରାଯାଇଛି । ଏଠାରେ ଅତ୍ୟାଧୁନିକ ବ୍ୟବସ୍ଥା ରହିଥିବାରୁ ଛାତ୍ରଛାତ୍ରୀଙ୍କ ଜ୍ଞାନର ପରିସର ଆହୁରି ବ୍ୟାପକ ହେବାରେ ସହାୟକ ହୋଇପାରିବ । ସେମାନେ ଦେଶ ବିଦେଶରେ ବ୍ୟବହାର କରାଯାଉଥିବା ଅତ୍ୟାଧୁନିକ ଜ୍ଞାନକୌଶଳ ବିଷୟରେ ଅଧିକ ଜାଣିପାରିବେ ।"

ଏହାମଧ୍ୟ ପଢନ୍ତୁ: National Handloom Summit: ଜାନୁଆରୀ 4ରୁ ବରଗଡରେ ଜାତୀୟସ୍ତରୀୟ ହସ୍ତତନ୍ତ ସମ୍ମିଳନୀ

ଏହି ଅତ୍ୟାଧୁନିକ କେନ୍ଦ୍ରରେ ଛାତ୍ରଛାତ୍ରୀଙ୍କ ଶିକ୍ଷା ଓ ତାଲିମ ପାଇଁ ବିଭିନ୍ନ ବହି ଓ ପତ୍ରିକା ଆଦି ରହିଛି । ସେଠାରେ ବସି ପଢ଼ିବା ପାଇଁ ସ୍ୱତନ୍ତ୍ର ‘ରିଡିଙ୍ଗ ପଡ୍’ କରାଯାଇଛି । ଏହାସହିତ ଅଡିଓ ଭିଜୁଆଲ ରୁମ ଏବଂ ଡିସକସନ ରୁମର ମଧ୍ୟ ସୁବିଧା ରହିଛି । କେନ୍ଦ୍ରର ବିଶେଷ ଆକର୍ଷଣ ହେଉଛି ଏଆର୍/ଭିଆର୍ କମ୍ପ୍ୟୁଟର ବ୍ୟବସ୍ଥା । ଏହାଦ୍ୱାରା ବିଶ୍ୱ ଦକ୍ଷତା କେନ୍ଦ୍ରର ଛାତ୍ରଛାତ୍ରୀ ଭର୍ଚୁଆଲ ମାଧ୍ୟମରେ ବିଭିନ୍ନ ବିଷୟରେ ଅଧିକ ଜାଣିବାର ସୁଯୋଗ ପାଇବେ । ଅତ୍ୟାଧୁନିକ ଜ୍ଞାନକୌଶଳକୁ ଆଧାରକରି ଏହି ଶିକ୍ଷା ସାଧନ କେନ୍ଦ୍ରର ଉନ୍ନତିକରଣ କରାଯାଇଛି । ଏହି କେନ୍ଦ୍ରକୁ ପ୍ରବେଶ ଓ ପ୍ରସ୍ଥାନ ପାଇଁ ରେଡିଓ ଫ୍ରିକ୍ୟୁଏନ୍ସି ଆଇଡେଣ୍ଟିଫିକେସନର ବ୍ୟବସ୍ଥା କରାଯାଇଛି ।

ସେହିପରି ଲାଇବ୍ରେରୀରେ ଥିବା ବିଭିନ୍ନ ବହି ବିଷୟରେ ଜାଣିବା ଲାଗି ଅନଲାଇନ କିଓସ୍କୋ ସୁବିଧା କରାଯାଇଛି । ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ବିଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ପିନାକୀ ପଟ୍ଟନାୟକ, ଅଧ୍ୟକ୍ଷ ସଙ୍ଗରଣ ଗୋପାଳ, ଉପାଧ୍ୟକ୍ଷ ଡକ୍ଟର ଶୁଭଙ୍ଗ କିଶୋର ଦାସ, ନିର୍ଦ୍ଦେଶକ ସୁପେହା ନାଗାମାଲ, ଉପନିର୍ଦ୍ଦେଶକ ଆଶୁତୋଷ ନୟନଦେ, ମୁଖ୍ୟ ବୈଷୟିକ ଅଧିକାରୀ ଧନଞ୍ଜୟ ଷଡ଼ଙ୍ଗୀ ପ୍ରମୁଖ ଯୋଗ ଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.