ETV Bharat / state

ଆବେଦନର ଗୋଟିଏ ଦିନରେ ମିଳିଲା ଜମିପଟ୍ଟା - khordha news

ଖୋର୍ଦ୍ଧା ଜିଲ୍ଲାର ବୋଲଗଡ ତହସିଲରେ ଆବେଦନ କରିବାର ମାତ୍ର ଗୋଟିଏ ଦିନରେ ୧୦ ଜଣଙ୍କୁ ଜମିପଟ୍ଟା ପ୍ରଦାନ କରାଯାଇଛି । ଯାହା ଜିଲ୍ଲାରେ ପ୍ରଥମ ଘଟଣା ହୋଇଛି । ପୂର୍ବରୁ ଲୋକେ ଜମିଜମା ପଟ୍ଟା ପାଇବାରେ ନାନା ସମସ୍ୟା ସମ୍ମୁଖୀନ ହେଉଥିଲେ । ଅଧିକ ପଢନ୍ତୁ...

land-document-provide-one-day-after-the-application-in-khordha
ଆବେଦନ କରିବାର ଗୋଟିଏ ଦିନରେ ମିଳିଲା ଜମିପଟ୍ଟା
author img

By

Published : Jun 24, 2020, 3:55 PM IST

ଖୋର୍ଦ୍ଧା: ଆବେଦନ କରିବାର ଗୋଟିଏ ଦିନରେ ମିଳିଲା ଜମିପଟ୍ଟା । ଖୋର୍ଦ୍ଧା ଜିଲ୍ଲାରେ ବୋଲଗଡ ତହସିଲରେ ଆବେଦନ କରିବାର ମାତ୍ର ଗୋଟିଏ ଦିନରେ ୧୦ ଜଣଙ୍କୁ ଜମିପଟ୍ଟା ପ୍ରଦାନ କରାଯାଇଛି । ଯାହା ଜିଲ୍ଲାରେ ପ୍ରଥମ ଘଟଣା ହୋଇଛି ।

ଆବେଦନ କରିବାର ଗୋଟିଏ ଦିନରେ ମିଳିଲା ଜମିପଟ୍ଟା

ଖୋର୍ଦ୍ଧା ଜିଲ୍ଲାର ବୋଲଗଡ ଓ ଏହାର ଆଖପାଖ ଅଞ୍ଚଳର ହିତାଧିକାରୀ ମାନେ ଜମି ଓ ଜାଗାବାଡି କ୍ରୟ କରିବା ପରେ ପଟ୍ଟା ପାଇବାରେ ନାନା ସମସ୍ୟା ସମ୍ମୁଖୀନ ହେଉଥିଲେ । ପୂର୍ବରୁ ପ୍ରଶାସନ ପକ୍ଷରୁ ଜମି କ୍ରୟର ୭ ଦିନ ମଧ୍ୟରେ ଆବେଦନକାରୀଙ୍କୁ ପଟ୍ଟା ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ତେବେ ବୋଲଗଡ ତହସିଲ ବୁଧବାର ଏହାକୁ କାର୍ଯ୍ୟକାରୀ କରିଛି । ବୁଧବାର ଖୋର୍ଦ୍ଧା ଉପଜିଲ୍ଲାପାଳ ମନୋଜ କୁମାର ବେଉରିଆ ଓ ବୋଲଗଡ ତହସିଲଦାର ମୋନାଲିସା ପଣ୍ଡା ଉପସ୍ଥିତ ରହି ବୋଲଗଡ, କଡବ, ସାଗରଗାଁ, କପାସିଆ, ରାଜସୁନାଖଳା ଓ ଦିଘିରି ଗ୍ରାମର ୧୦ ଜଣଙ୍କୁ ଜମି ପଟ୍ଟା ବଣ୍ଟନ କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା,ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.