ETV Bharat / state

Kumar Purnima 2022: ବର ପାଇଁ ଚାନ୍ଦ ପୂଜିବେ କୁମାରୀ

ଆଜି ହେଉଛି ପବିତ୍ର କୁମାର ପୂର୍ଣ୍ଣିମା । କୁମାରୀ ମାନଙ୍କ ଏକ ବିଶେଷ ପର୍ବ । ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲାରେ ବେଶ ଆଡମ୍ବର ସହ ବ୍ରତ ପାଳନ କରୁଛନ୍ତି କୁମାରୀ । ଅଧିକ ପଢ଼ନ୍ତୁ

author img

By

Published : Oct 9, 2022, 11:03 AM IST

Updated : Oct 9, 2022, 11:38 AM IST

kumar purnima celebrate in khordha
ବର ପାଇଁ ଚାନ୍ଦ ପୂଜିବେ କୁମାରୀ

ଖୋର୍ଦ୍ଧା: କୁଆଁର ପୁନେଇଁ ଜହ୍ନ ଗୋ.. ଫୁଲ ବଉଳ ବେଣୀ.... ବାର ମାସରେ ତେର ପର୍ବ ଆମ ସଂସ୍କୃତି ଓ ପରମ୍ପରା ସହ ଜଡିତ । ଏଥି ମଧ୍ୟରେ କୁମାର ପୂର୍ଣ୍ଣିମା ଅନ୍ୟତମ । ଏହି ଅବସରରେ ସକାଳୁ ସକାଳୁ କୁମାରୀଙ୍କ ମୁହଁରୁ ଏମିତି ଗୀତ ଶୁଣିବାକୁ ମିଳେ । ମା' ବୃନ୍ଦାବତୀଙ୍କ ନିକଟରେ କୁମାରୀ ଝିଅମାନେ ପୂଜା କରିବେ । ସୁନ୍ଦର ଓ ଭଲ ବର ପାଇବା ପାଇଁ ବ୍ରତ ରଖିଛନ୍ତି । ଏନେଇ ଚାରିଆଡେ ଉତ୍ସବ ମୁଖର ପରିବେଶ । ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲାରେ କୁମାରୀମାନେ ସକାଳୁ ନୂଆ ବସ୍ତ୍ର ପରିଧାନ କରି କୁମାର ପୂର୍ଣ୍ଣିମା ବ୍ରତ ପାଳନ କରୁଛନ୍ତି ।

ବର ପାଇଁ ଚାନ୍ଦ ପୂଜିବେ କୁମାରୀ

କୁମାରୀ ଝିଅମାନେ ମାସେ କାଳ ଚଉରାମୂଳେ ଜହ୍ନିଓଷା ପାଳନ କରିଥାନ୍ତି । ଜହ୍ନିଫୁଲରେ ଚଉରା ସଜେଇ ଜହ୍ନିଓଷା ମାହାତ୍ମ୍ୟ ପାଠ କରି ପୂଜାର୍ଚ୍ଚନା କରିଥାନ୍ତି । ଆଜି କୁମାର ପୁନେଇଁରେ କୁମାରୀମାନେ ଚାନ୍ଦ ପୂଜା କରି ବ୍ରତ ଉଦ୍‌ଯାପନ କରିବାର ପରମ୍ପରା ରହିଛି । ଚାନ୍ଦକୁ ଆଞ୍ଜୁଳି ଟେକିବା ସହ ଚାନ୍ଦବନ୍ଦାଣ କରି କୁମାରୀମାନେ ବ୍ରତ ଭାଙ୍ଗିଥାନ୍ତି । ବିଶ୍ବାସ ରହିଛି ଏହି ବ୍ରତ କଲେ ଚାନ୍ଦ ପରି ଶାନ୍ତ ଓ ସରଳ ବର ମିଳିଥାଏ ।

ଏହା ମଧ୍ୟ ପଢ଼ନ୍ତୁ: ଆଜି ଗଜଲକ୍ଷ୍ମୀ ପୂଜା, ପଦ୍ମାଳୟାଙ୍କ ଆଗମନ ପାଇଁ ଜୋରଦାର ପ୍ରସ୍ତୁତି

ତେବେ ପରମ୍ପରା ଅନୁଯାୟୀ କୁମାରୀମାନେ ନୂଆ ଲୁଗା ପିନ୍ଧି ସୂର୍ଯ୍ୟଦେବତାଙ୍କୁ ଆଞ୍ଜୁଳି ଟେକିବେ । ଚଉଁରା ମୂଳ ଲିପାପୋଛା କରି ମୁରୁଜ ପକାଇ ପୂଜାର୍ଚ୍ଚନା କରିବେ । ଖଇ, ଗୁଆ, କଦଳୀ, ନଡ଼ିଆ, କଷି କାକୁଡ଼ି, କଷି ଜହ୍ନି ଓ ଆଖୁ ଆଦି ନେଇ ଆଞ୍ଜୁଳି ଟେକିଥାନ୍ତି । ବିଶେଷ କରି ଆଜି କାର୍ତିକେୟଙ୍କ ଜନ୍ମଦିନ ଥିବାରୁ ଏହି ପୂଜା କଲେ ତାଙ୍କ ଭଳି ସୁନ୍ଦର ଓ ବୀର ଜୀବନସାଥୀ ମିଳେ ବୋଲି କୁହାଯାଏ । ଏହି ଦିନରେ ସବୁଠାରୁ ଆକର୍ଷଣୀୟ ହୁଏ ସନ୍ଧ୍ୟାର ଚାନ୍ଦ ପୂଜା । କୁମାରୀମାନେ ଚଉରା ମୂଳେ ଏକତ୍ର ହୋଇ ଜହ୍ନ ଉଇଁବାକୁ ଅପେକ୍ଷା କରି ରୁହନ୍ତି । ଜହ୍ନ ଉଇଁଲେ ଆରମ୍ଭ ହୋଇଯାଏ ପୂଜା । କୁମାରୀଙ୍କ ହୁଳହୁଳି ଶବ୍ଦରେ କମ୍ପିଉଠେ ପୂରା ପରିବେଶ । ଖଇ, ନଡ଼ିଆ, କଦଳୀ, ଛେନା, ଗୁଡ଼ ଆଦିରେ ପ୍ରସ୍ତୁତ ଚାନ୍ଦ ଚକଟା ପୁନେଇଁ ଜହ୍ନକୁ ଭୋଗ ଲାଗେ । ପୂଜା ହେବା ପରେ ଏହାକୁ କୁଆଁରୀ ଝିଅମାନେ କବାଟ କଣରେ ଲୁଚେଇ ଲୁଚେଇ ଖାଆନ୍ତି । ପୁଣି ପରସ୍ପରକୁ ଖୁଆଇ ଚାନ୍ଦ ମଧ୍ୟ ବସନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

Last Updated : Oct 9, 2022, 11:38 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.