ETV Bharat / state

ଭିଜିଲାନ୍ସ ପଞ୍ଝାରେ ଲାଞ୍ଚୁଆ ପୋଲିସ ବାବୁ - Khurdha news

ଦୁଇ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଲେ ଲାଞ୍ଚୁଆ ସବଇନ୍ସପେକ୍ଟର । ଅଧିକ ପଢ଼ନ୍ତୁ...

ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ପୋଲିସ ବାବୁ
author img

By

Published : Nov 18, 2019, 9:51 PM IST

ଖୋର୍ଦ୍ଧା: ପୋଲିସ ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ସୁସମ୍ପର୍କ ପାଇଁ ‘ମୋ ସରକାର’ ଏବଂ ‘5T’ ଲାଗୁକରିଛନ୍ତି ରାଜ୍ୟ ସରକାର । କିନ୍ତୁ ତାହାର ପ୍ରଭାବ ପୋଲିସ ବାବୁଙ୍କ ଉପରେ ପଡୁନାହିଁ । ସୋମବାର ଖୋର୍ଦ୍ଧା ସଦର ଥାନାରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ଲାଞ୍ଚୁଆ ସବଇନ୍ସପେକ୍ଟର ।

ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ପୋଲିସ ବାବୁ

ଖୋର୍ଦ୍ଧା ସଦର ଥାନା ସବଇନ୍ସପେକ୍ଟର କେଦାରେଶ୍ବର ନନ୍ଦ ପଲାହାଟ ସ୍ଥାନୀୟ ଅଞ୍ଚଳର ସୁଶାନ୍ତ କୁମାର ସାହୁଙ୍କଠାରୁ ତାଙ୍କ ମୋଟର ସାଇକେଲ ଥାନାରୁ ମୁକୁଳାଇବା ପାଇଁ ଦୁଇ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ତେବେ ଏହି ସମୟରେ ପୂର୍ବ ଯୋଜନା ମୁତାବକ ଛକି ରହିଥିବା ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ପୋଲିସ ବାବୁ । ପରେ କେଦାରେଶ୍ବରଙ୍କୁ ଗିରଫ କରି ଭିଜିଲାନ୍ସ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ପୋଲିସ ବାବୁ

Body:ଖୋର୍ଦ୍ଧା : ରାଜ୍ୟ ସରକାର ପୋଲିସ ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ସୁସମ୍ପର୍କ ପାଇଁ ମୋ ସରକାର ଏବଂ 5t ଲାଗୁକରିଛନ୍ତି । କିନ୍ତୁ ତାହାର ପ୍ରଭାବ ପୋଲିସ ବାବୁଙ୍କ ଉପରେ ପଡୁନାହିଁ । ଆଜିର ଏକ ଘଟଣା ଦେଖିଲେ ତାହା ଜଣାପଡୁଛି । ଖୋର୍ଦ୍ଧା ସଦର ଥାନାର ସବଇନ୍ସପେକ୍ଟର ଏକ ମଟରସାଇକେଲ ଛାଡିବା ପାଇଁ ଦୁଇ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ପଡିଛନ୍ତି । ସୂଚନା ଅନୁଯାଇ ଖୋର୍ଦ୍ଧା ସଦର ଥାନା ସବଇନ୍ସପେକ୍ଟର କେଦାରେଶ୍ୱର ନନ୍ଦ ପଲାହାଟ ଅଂଚଳର ସୁଶାନ୍ତ କୁମାର ସାହୁଙ୍କୁ ତାଙ୍କ ମଟର ସାଇକେଲ ଥାନାରୁ ମୁକୁଳେଇବା ପାଇଁ ଦୁଇ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପୂର୍ବରୁ ଛକି ରହିଥିବା ଖୋର୍ଦ୍ଧା ଭିଜିଲାନ୍ସ ଟିମ ହାତରେ ଧରାପଡି ଯାଇଛନ୍ତି । କେଦାରେଶ୍ୱରଙ୍କୁ ଗିରଫ କରି ଭିଜିଲାନ୍ସ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି ।Conclusion:ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.