ETV Bharat / state

ଜଙ୍କିଆ ଥାନା ଦେଲାନି ନ୍ୟାୟ: ଖୋର୍ଦ୍ଧା ଏସପିଙ୍କ ଦ୍ୱାରସ୍ଥ ହେଲେ ପରିବାର

author img

By

Published : Apr 23, 2021, 9:41 PM IST

ଖୋର୍ଦ୍ଧା ଜଙ୍କିଆ ଥାନାର କାର୍ଯ୍ୟକାରିତା ଉପରେ ପ୍ରଶ୍ନ କରିବା ସହିତ ନ୍ୟାୟ ପାଇ ଖୋର୍ଦ୍ଧା ଏସପିଙ୍କ ନିକଟରେ ଫେରାଦ ହେଲେ ଲୁଟର ଶିକାର ହୋଇଥିବା ପରିବାର । ଅଧିକ ପଢନ୍ତୁ...

ଖୋର୍ଦ୍ଧା ଏସପିଙ୍କ ଦ୍ୱାରାସ୍ତ ହେଲେ ପରିବାର
ଖୋର୍ଦ୍ଧା ଏସପିଙ୍କ ଦ୍ୱାରାସ୍ତ ହେଲେ ପରିବାର

ଖୋର୍ଦ୍ଧା: ଖୋର୍ଦ୍ଧା ଜଙ୍କିଆ ଥାନାର କାର୍ଯ୍ୟକାରିତା ଉପରେ ପ୍ରଶ୍ନ କରିବା ସହିତ ନ୍ୟାୟ ପାଇ ଖୋର୍ଦ୍ଧା ଏସପିଙ୍କ ନିକଟରେ ଫେରାଦ ହେଲେ ଲୁଟର ଶିକାର ହୋଇଥିବା ପରିବାର । ଅଭିଯୋଗ ଅନୁସାରେ ସରପାରି ଗ୍ରାମର ଗଗନ ନାୟକ 2019 ଜୁନ୍ ମାସ 7 ତାରିଖରେ ଜଙ୍କିଆ ଥାନା ସିକୋ ଟାଙ୍କୋଳ ରାସ୍ତାରେ ବ୍ୟବସାୟ କରିବାକୁ ବାଇକରେ ସୁନା ଓ ରୁପା ନେଇ ଯାଉଥିବା ବେଳେ ଦୁର୍ବୃତ୍ତମାନେ ଆସି ବନ୍ଧୁକ ମୁନରେ 4 କେଜି ରୁପା, 20 ଗ୍ରାମ ସୁନା, ବାଇକ ଓ ମୋବାଇଲ ଲୁଟି ନେଇଥିଲେ ।

ଖୋର୍ଦ୍ଧା ଏସପିଙ୍କ ଦ୍ୱାରାସ୍ତ ହେଲେ ପରିବାର

ପରେ ଗଗନ ଓ ରସ୍ମିତା ଉଭୟ ଜଙ୍କିଆ ଥାନାରେ ଅଭିଯୋଗ କରିଥିଲେ । ଏହା ମଧ୍ୟରେ ଘଟଣାକୁ ଦେଢ଼ ବର୍ଷ ବିତିଥିଲେ ମଧ୍ୟ ଜଙ୍କିଆ ପୋଲିସ କେବଳ ମୋବାଇଲ ଜବତ କରି ଚୁପ ହୋଇ ବସି ରହିଛି । ସେହିପରି ରସ୍ମିତା ଜଙ୍କିଆ ଥାନାରେ ଧାରଣା ଦେବା ସହିତ ନିଜ ଉଦ୍ୟମରେ ଜଣେ ଲୁଟେରାକୁ ଧରି ପୋଲିସକୁ ଜିମା ଦେବା ପରେ ମଧ୍ୟ ପୋଲିସ ଏଜାବତ କୌଣସି ଚୋରୀ ଜିନିଷ ଉଦ୍ଧାର କରିନାହିଁ । ଏନେଇ ରସ୍ମିତା ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସବୁଠାରେ ଅଭିଯୋଗ କରିବା ସହିତ ନ୍ୟାୟ ଅପେକ୍ଷାରେ ଶୁକ୍ରବାର ଖୋର୍ଦ୍ଧା ଏସପିଙ୍କୁ ଗୁହାରୀ କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.