ETV Bharat / state

ଭଙ୍ଗା ଘରେ ଚାଲିଛି ବନବିଭାଗ କାର୍ଯ୍ୟାଳୟ

ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ସିମର ଅଞ୍ଚଳରେ ଥିବା ବନବିଭାଗ ଅଫିସ ଉପରେ ମାଡିଯାଇଛି ଘାସ । ଶୀଘ୍ର ଘର ମରାମତି ପାଇଁ ସ୍ଥାନୀୟ ଲୋକଙ୍କ ଦାବି । ଅଧିକ ପଢନ୍ତୁ...

ଭଙ୍ଗା ଘରେ ଚାଲିଛି ବନବିଭାଗ କାର୍ଯ୍ୟାଳୟ
ଭଙ୍ଗା ଘରେ ଚାଲିଛି ବନବିଭାଗ କାର୍ଯ୍ୟାଳୟ
author img

By

Published : Nov 20, 2020, 12:00 PM IST

ଖୋର୍ଦ୍ଧା: ଭଗ୍ନ ଅବସ୍ଥାରେ ବନବିଭାଗ କାର୍ଯ୍ୟାଳୟ । ବେଗୁନିଆ ସିମର ଅଞ୍ଚଳରେ ଥିବା ବନ ବିଭାଗ ଅଫିସ ଛାତ ଯାଏ ମାଡି ଯାଇଛି ଘାସ । ଦେଲେ ଏଥିପ୍ରତି କାହାରି ଦୃଷ୍ଟି ନାହିଁ । ଅଫିସର ଏପରି ଅବସ୍ଥାକୁ ସୁଧାରିବାକୁ ସ୍ଥାନୀୟରେ ଦାବି ହୋଇଛି ।

ଭଙ୍ଗା ଘରେ ଚାଲିଛି ବନବିଭାଗ କାର୍ଯ୍ୟାଳୟ

ସୂଚନାନୁସାରେ, ଗତ ଫନି ବାତ୍ୟା ତାଣ୍ତବରେ ବନ ବିଭାଗ କାର୍ଯ୍ୟାଳୟର ଆଜବେଷ୍ଟସ ଉଡିଯାଇଥିଲା । ଅଫିସ ପରିସର ଜଙ୍ଗଲରେ ପରିଣତ ହୋଇଛି । ଏ ଯାଏଁ ଅଫିସକୁ ବିଦ୍ୟୁତ ସଂଯୋଗ ବି ହୋଇନାହିଁ । ବିଦ୍ୟୁତ ନଥିବାରୁ ସନ୍ଧ୍ୟା ହେଲେ ଲଣ୍ଠନରେ କାମ କରୁଛନ୍ତି କର୍ମଚାରୀ । ସେହିପରି କାର୍ଯ୍ୟାଳୟରେ ବନପାଳଙ୍କୁ ମିଶାଇ ମୋଟ ପାଞ୍ଚ ଜଣ କର୍ମଚାରୀ ରହିବା ସତ୍ତ୍ବେ ଜଣେ ବନପାଳ ଓ ଜଣେ ଗାର୍ଡଙ୍କୁ ନେଇ ଚାଲୁଛି କାର୍ଯ୍ୟାଳୟ ।

ହାତୀ ଉପଦ୍ରବ ହେଉ ଅବା ବାରାହ ଶିକାର ସବୁବେଳେ ଚର୍ଚ୍ଚାରେ ବେଗୁନିଆ ଅଞ୍ଚଳ । ହେଲେ ଅଞ୍ଚଳରେ ବନ ବିଭାଗ ଅଫିସର ଏପରି ଅବ୍ୟବସ୍ଥାକୁ ନେଇ ସ୍ଥାନୀୟରେ ଅସନ୍ତୋଷ ସୃଷ୍ଟି ହୋଇଛି । ତୁରନ୍ତ ଏହି କାର୍ଯ୍ୟାଳୟର ମରାମତି କରିବା ସହ ଆବଶ୍ୟକ କର୍ମଚାରୀ ନିଯୁକ୍ତ କରିବା ପାଇଁ ସ୍ଥାନୀୟବାସୀ ଦାବି କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.