ETV Bharat / state

ବିଜେଡିରୁ ସୌମ୍ୟ-ସୁଧାଂଶୁ ବହିଷ୍କୃତ; ସୂଚନା ଦେଲେ ନବୀନ

author img

By ETV Bharat Odisha Team

Published : Sep 21, 2023, 1:17 PM IST

Updated : Sep 21, 2023, 3:05 PM IST

ଖଣ୍ଡପଡା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ବିଜେଡିରୁ ବହିଷ୍କୃତ । ଅଧିକ ପଢନ୍ତୁ

ବିଜେଡିରୁ ସୌମ୍ୟ-ସୁଧାଂଶୁ ବହିଷ୍କୃତ
ବିଜେଡିରୁ ସୌମ୍ୟ-ସୁଧାଂଶୁ ବହିଷ୍କୃତ
ବିଜେଡିରୁ ସୌମ୍ୟ-ସୁଧାଂଶୁ ବହିଷ୍କୃତ

ଭୁବନେଶ୍ବର: ଜନବିରୋଧୀ କାର୍ଯ୍ୟ ପଡିଲା ମହଙ୍ଗା । ବିଜେଡିରୁ ବିଦା ହେଲେ ୨ ବିଧାୟକ । ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଏବଂ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ବିଜେଡ଼ିରୁ ବହିଷ୍କୃତ । ଉଭୟ ବିଧାୟକଙ୍କୁ ଦଳରୁ ବହିଷ୍କାର କରିଛନ୍ତି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ନିବାସରେ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଖୋଦ ନବୀନ । ଜନବିରୋଧୀ କାର୍ଯ୍ୟକଳାପ ଯୋଗୁଁ ଉଭୟଙ୍କୁ ବହିଷ୍କାର କରାଯାଇଥିବା ବିଜେଡି ସୁପ୍ରିମୋ ସୂଚନା ଦେଇଛନ୍ତି ।

ସୌମ୍ୟ ରଞ୍ଜନଙ୍କ ବିରୋଧରେ ଇଓଡବ୍ଲ୍ୟୁରେ ମାମଲା ରୁଜୁ ହୋଇଛି । ସମ୍ବାଦର କିଛି ପୂର୍ବତନ କର୍ମଚାରୀ ଇଓଡବ୍ଲ୍ୟୁରେ ସୌମ୍ୟ ଓ ସମ୍ବାଦ ବିରୋଧରେ ଅଭିଯୋଗ କରିଛନ୍ତି । ତାଙ୍କ ବିରୋଧରେ ୫୦୬, ୪୬୭, ୪୬୮, ୪୭୧, ୪୨୦, ୧୨୦(ଖ)ରେ ମାମଲା ରୁଜୁ ହୋଇଛି । ଅନେକ କର୍ମଚାରୀ ତାଙ୍କ ନାମରେ ବ୍ୟାଙ୍କ ସ୍କାମ୍‌ ନେଇ ଅଭିଯୋଗ କରିଛନ୍ତି । ଜାଲ ଡକ୍ୟୁମେଣ୍ଟ ଦେଇ ୩୦୦ରୁ ଊର୍ଦ୍ଧ୍ଵ କର୍ମଚାରୀଙ୍କ ନାଁରେ ଋଣ ନିଆଯାଇଥିବା ଅଭିଯୋଗ ରହିଛି । ଏହି ଲୋନ୍‌ ସ୍କାମ୍‌ ଯୋଗୁଁ ତାଙ୍କୁ ବହିଷ୍କାର କରାଯାଇଛି ।

ଏହାମଧ୍ୟ ପଢନ୍ତୁ: ଗଣମାଧ୍ୟମ ସଂସ୍ଥାକୁ ଆଇନର ଫାସ, ସୌମ୍ୟ ପଟ୍ଟନାୟକଙ୍କ ନାଁରେ ମାମଲା ରୁଜୁ

ବିଜେଡିର ପରିଚାଳନା ବ୍ୟବସ୍ଥାକୁ ନେଇ ସୌମ୍ୟ ଲଗାତର ପ୍ରଶ୍ନ ଉଠାଉଥିଲେ । ସଚିବ ବଡ଼ ନା ମନ୍ତ୍ରୀ ବଡ଼ ଆଲେଖ୍ୟ ଜରିଆରେ ଦଳର ହାଇକମାଣ୍ଡଙ୍କୁ ଟାର୍ଗେଟ କରୁଥିଲେ ସୌମ୍ୟ । କିଛି ଦିନ ତଳେ ତାଙ୍କୁ ବିଜେଡି ଉପସଭାପତି ପଦରୁ ବାଦ ଦିଆଯାଇଥିଲା । ବିଜେଡି ପକ୍ଷରୁ ତାଙ୍କୁ ଏଭଳି ଦଳ ବିରୋଧୀ ମନ୍ତବ୍ୟ ଦେବାରୁ ବିରତ ରହିବାକୁ ପରୋକ୍ଷରେ ଚେତାବନୀ ଦିଆଯାଇଥିଲା । କିନ୍ତୁ ସୌମ୍ୟ ଏହି ପ୍ରସଙ୍ଗରେ ଲଗାତାର ଆକ୍ରମଣ ଜାରି ରଖିଥିଲେ । ଘଟଣା ପରେ ସୌମ୍ୟଙ୍କ ପରିଚାଳିତ ଗଣମାଧ୍ୟମ ସଂସ୍ଥା ଉପରେ ଇଓଡବ୍ଲ୍ୟୁରେ ଚଢ଼ାଉ ହୋଇଥିଲା ।

ସେହିପରି ବାଲେଶ୍ବର ଜିଲ୍ଲା ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡାଙ୍କ ଦ୍ବାରା ପରିଚାଳିତ ନିଗମାନନ୍ଦ ଆସୋସିଏଟ୍‌ କମ୍ପାନି ବିରୋଧରେ ଦୁର୍ନୀତି ଅଭିଯୋଗ ହୋଇଥିଲେ । ସେ ସମୟରେ ସେ ଚାଷୀଙ୍କ ସବସିଡି ଅର୍ଥ ଚଳୁ କରିଥିବା ଅଭିଯୋଗ ହୋଇଥିଲା । ୨୦୧୭/୧୮ରୁ ୨୦୧୯/୨୦୨୦ ମଧ୍ୟରେ ୩ କୋଟି ଟଙ୍କା ଆତ୍ମସାତ କରିଛନ୍ତି । ଲୋକାୟୁକ୍ତଙ୍କ ନିର୍ଦ୍ଦେଶରେ ଏହାର ଭିଜିଲାନ୍ସ ତଦନ୍ତ ଜାରି ରହିଛି । ପୂର୍ବରୁ ଜନ ବିରୋଧୀ କାର୍ଯ୍ୟ ଅଭିଯୋଗରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେଡିରୁ ତଡ଼ା ଖାଇଛନ୍ତି ।

Last Updated : Sep 21, 2023, 3:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.