ETV Bharat / state

କଟକଣାରେ ଭାସିଲା ଡଙ୍ଗା, ପରମ୍ପରା ପାଳିଲେ ଶ୍ରଦ୍ଧାଳୁ - କାର୍ତ୍ତିକ ପୂର୍ଣ୍ଣିମା

କଟକଣା ସତ୍ତ୍ୱେ ଡଙ୍ଗା ଭସାଇଲେ ଶ୍ରଦ୍ଧାଳୁ
କଟକଣା ସତ୍ତ୍ୱେ ଡଙ୍ଗା ଭସାଇଲେ ଶ୍ରଦ୍ଧାଳୁ
author img

By

Published : Nov 19, 2021, 9:43 AM IST

Updated : Nov 19, 2021, 3:23 PM IST

15:14 November 19

ରାୟଗଡାରେ କାର୍ତ୍ତିକ ପୂର୍ଣ୍ଣିମା ପାଳିତ

ରାୟଗଡାରେ କାର୍ତ୍ତିକ ପୂର୍ଣ୍ଣିମା ପାଳିତ

ରାୟଗଡା: ଆଜି(ଶୁକ୍ରବାର) ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ ଓ ବୋଇତ ବନ୍ଦାଣ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ଗୁଣୁପୁର ବଂଶଧାରା ନଦୀ କୂଳର ତୁର୍କାନିଗୁଡା, ପ୍ରଧାନୀ ଗୁଡା, କୋତାଲୁଗୁଡା, କୁମ୍ଭାର ସାହି, ବିକ୍ରମପୁର ଲିମା ମେଡା ଏବଂ ବଂଶଧାରା ନଦୀ କୂଳର ବିଭିନ୍ନ ସ୍ଥାନରେ ଆଜି ଶ୍ରଦ୍ଧାଳୁ ମାନଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ଗତକାଲି ରାତ୍ରଠାରୁ ଗୁଣୁପୁର ସହର ଏକ ପ୍ରକାର ଉତ୍ସବମୁଖର ହୋଇପଡିଥିଲା ।  

ଏହି ଅବସରରେ ବେଦାନ୍ତ ଆଶ୍ରମ କମିଟି ପକ୍ଷରୁ ଅଖଣ୍ଡ ଯଜ୍ଞାହୁତି, ଦ୍ଵାଦଶ ଜ୍ୟୋତିର୍ଲିଙ୍ଗ ଦର୍ଶନ, ପୂର୍ଣ୍ଣ ଆହୁତି ଏବଂ ବିଭିନ୍ନ କାର୍ଯ୍ୟକ୍ରମ ହେବାକୁ ନିଷ୍ପତ୍ତି ନିଆଯାଇଛି । ସେହିପରି ରାୟଗଡ ଜିଲ୍ଲାର ଗଳି କାନ୍ଦିରେ ଚାଲିଛି ପୂର୍ଣ୍ଣିମା ଉତ୍ସବ । ଏହି ଅବସରରେ ଜିଲ୍ଲାରେ ବୋହିଯଉଥିବା ବଂଶଧାରା, ନାଗାବଳୀ ଓ ମହେନ୍ଦ୍ର ତନୟା ନଦୀ କୂଳରେ ଭିଡ ଜମିଛି ଶ୍ରଦ୍ଧଳୁଙ୍କ । ବଡି ଭୋରୁ କଦଳୀ ବାହୁଙ୍ଗାରୁ ପ୍ରସ୍ତୁତ ଡଙ୍ଗା ଭସାଇଥିଲେ ଶ୍ରଦ୍ଧଳୁ । କଦଳୀ ବାହୁଙ୍ଗାରୁ ପ୍ରସ୍ତୁତ ଡଙ୍ଗାରେ ପାନ, ଗୁଆ ଥୋଇ ‘‘ଆ କା ମା ବୈ’’ ଡାକରେ ଫାଟି ପଡୁଥିଲା ନଦୀ ପୁଷ୍କରଣୀ ତୁଠ । ସେପଟେ କାର୍ତ୍ତିକ ହବିଷାଳୀ ନଦୀ କୂଳରେ ବାଲୁକା ସ୍ଥାପନ କରି ଭୀମ ପୂଜା ସହ ରାଇ ଦାମୋଦରଙ୍କୁ ପୂଜା କରିଛନ୍ତି ।  

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

15:13 November 19

ବ୍ରହ୍ମଗିରିରେ ବୋଇତ ବନ୍ଦାଣ ଉତ୍ସବ

ବ୍ରହ୍ମଗିରିରେ ବୋଇତ ବନ୍ଦାଣ ଉତ୍ସବ

ବ୍ରହ୍ମଗିରି: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅଧିନ ପରାଳ ଗ୍ରାମଠାରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବୋଇତ ବନ୍ଦାଣ ଉତ୍ସବ ପାଳନ କରାଯାଇଛି । ଚିଲିକା କୂଳରେ ଅବସ୍ଥିତ ପରାଳ ଗ୍ରାମ ସହାୟତାରେ ଓଡ଼ିଆ ଜାତିର ପରମ୍ପରାକୁ ଉଜ୍ଜିବିତ ରଖିବା ପାଇଁ କଯ୍ୟକର୍ମ କରାଯାଇଥିଲା ।  

ସୁସଜ୍ଜିତ ନୌକରେ ସାତ ଜଣ ସାଧବ ପୁଅ ଏବଂ ବହୁ ଆସି ନୌକାକୁ ବନ୍ଦାପନା କରି ବଣିଜ ଉଦ୍ଦେଶ୍ୟରେ ଚିଲିକା ମଧ୍ୟକୁ ନୌବାଣିଜ୍ୟ ପାଇଁ ଯାଇଥିଲେ । ଯୋଜନା ବୋର୍ଡ ଉପଧକ୍ଷ ସଂଜୟ ଦାସବର୍ମା ଯୋଗଦେଇ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଚଳିତ ବର୍ଷ କୋଭିଡ ନିୟମ ହେତୁ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଥିଲା ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

13:10 November 19

କଟକଣା ମଧ୍ୟରେ ରାଜଧାନୀବାସୀ ଡଙ୍ଗା ଭସାଇଲେ

କଟକଣା ମଧ୍ୟରେ ରାଜଧାନୀବାସୀ ଡଙ୍ଗା ଭସାଇଲେ

ଭୁବନେଶ୍ବର: କଟକଣା ମଧ୍ୟରେ ଡଙ୍ଗା ଭସାଇଲେ ରାଜଧାନୀବାସୀ । ଆ କା ମା ବୈ ଧ୍ବନିରେ ପ୍ରକମ୍ପିତ ହେଲା ରାଜଧାନୀର ନଦୀ, ପୁଷ୍କରିଣୀ ।  

ଆଜି ଭୋରୁ ରାଜଧାନୀ ବାସିନ୍ଦା ବିଭିନ୍ନ ପୋଖରୀରେ ବୋଇତ ବନ୍ଦାଣ କରିଛନ୍ତି । ଗତ ବର୍ଷ ପରି ଏଥର କଟକଣା ଲଗାଯାଇଥିଲେ ମଧ୍ୟ  ନିୟମ ମାନି ଡଙ୍ଗା ଭସାଇଛନ୍ତି ।  

ଭୁବନେଶ୍ବରରୁ ଦେବସ୍ମିତା ରାଉତ ଇଟିଭି ଭାରତ

13:09 November 19

କଟକବାସୀ ମନାଇଲେ ବୋଇତ ବନ୍ଦାଣ

କଟକବାସୀ ମନାଇଲେ ବୋଇତ ବନ୍ଦାଣ

କଟକ: କାର୍ତ୍ତିକ ମାସର ଧର୍ମ ଅର୍ଜନ ପାଇଁ ଭୋରି ବୋଇତ ବନ୍ଦାଣ କରିଛନ୍ତି କଟକବାସୀ । କୋରୋନା କଟକଣା ଭିତରେ ପରମ୍ପରାକୁ ବଜାୟ ରଖି ଆଜି ଅନେକ ଶ୍ରଦ୍ଧାଳୁ ଡଙ୍ଗା ଭସାଇଛନ୍ତି ।

ଗତ ବର୍ଷ କଟକଣା ପାଇଁ ବନ୍ଦ ଥିଲା ଡ଼ଙ୍ଗାଭସା । ଏବର୍ଷ କିନ୍ତୁ କଟକଣା ଥିଲେ ମଧ୍ୟ ଲୋକମାନେ ଡ଼ଙ୍ଗା ନିୟମ ମାନି ପରିବାର ସହ ଡ଼ଙ୍ଗା ଭସାଇଛନ୍ତି । ଏହି ପୂଣ୍ୟ ମାସରେ ବୋଇତ ବନ୍ଦାଣ କରି ଖିସୁବ୍ୟକ୍ତ କରିଛନ୍ତି କଟକ ବାସିନ୍ଦା ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

13:08 November 19

କେନ୍ଦ୍ରାପଡାରେ ପଞ୍ଚୁକ ଓ ବଳଦେବଜୀଉଙ୍କ ପ୍ରତିଷ୍ଠା ଦିବସ ପାଳନ

କେନ୍ଦ୍ରାପଡ଼ା: ଜିଲ୍ଲାର ଗାଁରୁ ସହର ସବୁଠି ଚଳଚଞ୍ଚଳ ଓ ଭକ୍ତଙ୍କ ସମାଗମ । ପବିତ୍ର କାର୍ତ୍ତିକ ମାସ ଶେଷ ପଞ୍ଚୁକ ତଥା କାର୍ତ୍ତିକ ପୂର୍ଣ୍ଣିମା ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲାର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ମନ୍ଦିର ପ୍ରତିଷ୍ଠା ଦିବସ ଓ ମହାପ୍ରଭୁଙ୍କ ପଦ୍ମବେଶ ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ । କୋଭିଡ ଗାଇଡ଼ଲାଇନ ଅନୁପାଳନ କରି ଭକ୍ତମାନେ ଶ୍ରୀଜୀଉଙ୍କ ଦର୍ଶନ କରୁଛନ୍ତି ।

ପ୍ରତ୍ୟୁଷରୁ ଭକ୍ତମାନେ ଉଠି ବିଭିନ୍ନ ନଦୀ, ପୁଷ୍କରିଣୀ ଓ ଜଳାଶୟମାନଙ୍କରେ ଡଙ୍ଗା ଭସାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । କାର୍ତ୍ତିକ ପୂର୍ଣ୍ଣିମାରେ ଏଙି ଦୁର୍ଲ୍ଲଭ ବେଶ ଦର୍ଶନ କଲେ ମୋକ୍ଷ ପ୍ରାପ୍ତ ହୁଏ ବୋଲି ବିଶ୍ୱାସ ରହିଥିବା କହିଛନ୍ତି ଭକ୍ତ ।

୧୭୭୦ ମସିହାରେ ଆଜିର ଦିନରେ ମହାପ୍ରଭୁ ବଳଦେବଜୀଉ ଇଚ୍ଛାପୁରକୁ ଆସିଥିବା କହିଛନ୍ତି ବରିଷ୍ଠ ପୂଜାପଣ୍ଡା । ଏହା ପୁର୍ବରୁ ମହାପ୍ରଭୁ ବଳଦେବଜୀଉ ପୁରୁଣା ବସଷ୍ଟାଣ୍ଡର ଏକ ଭବ୍ୟ ମନ୍ଦିରରେ ପୂଜା ପାଉଥିବାବେଳେ ମୋଗଲ ସୁବାଦାର ଖାନ-ଇ-ଦୌରାନ ଦ୍ଵାରା କେନ୍ଦ୍ରାପଡା ସହରର ମଧ୍ୟ ଭାଗରେ ଅବସ୍ଥିତ ପ୍ରାକ୍ତନ ମନ୍ଦିର ୧୬୬୩ ମସିହା ଜୁନ ୧୭ ତାରିଖରେ ଧ୍ଵଂସ ନେଲାପରେ ୧୭୦୦ ମସିହ ସୁଦ୍ଧା କୁଜଙ୍ଗ ନରେଶ ଓ ଛେଦରା ବାରଙ୍ଗ ରାଜା, ଗୋପୀନାଥ ନରେନ୍ଦ୍ର ଓ ଜଗନ୍ନାଥ ମହାପାତ୍ରଙ୍କ ମିଳିତ ସହଯୋଗରେ ବର୍ତ୍ତମାନର ମୁଖ୍ୟ ମନ୍ଦିର ନିର୍ମିତ ହୋଇଥିଲା ବୋଲି କିମ୍ବଦନ୍ତୀ ରହିଛି ।

ତେବେ ଆଜି ଦିନରେ ମହାପ୍ରଭୁ ବଳଦେବଜୀଉଙ୍କ ମନ୍ଦିର ପ୍ରତିଷ୍ଠା ଦିବସ ମଧ୍ୟ ପାଳନ କରାଯାଉଛି । ସନ୍ଧ୍ୟା ଧୂପ ପୁର୍ବରୁ ଶ୍ରୀ ବଳଦେବଜୀଉ ପଦ୍ମବେଶରେ ଦର୍ଶନ ଦେବେ ବୋଲି କହିଛନ୍ତି ପୂଜାପଣ୍ଡା ନିଯୋଗ ସଭାପତି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

13:06 November 19

ଡଙ୍ଗା ଭସାରେ ଦୂଷିତ ହେଲା ନଦୀ ଘାଟ, ସ୍ବଚ୍ଛ ପାଇଁ ଦାବି

ବୌଦ୍ଧ: ଆନନ୍ଦ ଉଲ୍ଲାସର ସହ ସମାପନ ହେଲା ବୋଇତ ବନ୍ଦାଣ । ବୌଦ୍ଧ ଜିଲ୍ଲା ଦେଇ ପ୍ରବାହିତ ମହାନଦୀର ବିଭିନ୍ନ ଘାଟରେ ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

ପବିତ୍ର ମାସ କାର୍ତ୍ତିକର ଶେଷ ଦିନରେ ମହିଳା ଶ୍ରଦ୍ଧାଳୁ ଓ ହବିଷ୍ୟାଳି ସ୍ବତନ୍ତ୍ର ବାଲୁକା ପୂଜନ କରିଥିଲେ । ବିଶେଷ ଭାବରେ ବୌଦ୍ଧର ମହାନଦୀ ଗର୍ଭରେ ଥିବା ସିଦ୍ଧ ହନୁମାନ ଘାଟ ଠାରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା । ଜିଲ୍ଲାର ତେଲନଦୀ, ମହାନଦୀ ସମେତ ବିଭିନ୍ନ ନଦୀକୂଳରେ ହବିଷ୍ୟାଳି ଓ ଶ୍ରଦ୍ଧାଳୁମାନେ ଆ କା ମା ବୈ ଡାକଦେଇ ବୋଇତ ବନ୍ଦାଣ କରିଥିଲେ ।

ଜିଲ୍ଲାର ବିଭିନ୍ନ ମନ୍ଦିରରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ସେପଟେ ଜିଲ୍ଲାର ବିଭିନ୍ନ ନଦୀଘାଟରେ ବୋଇତ ବନ୍ଦାଣ ଯୋଗୁଁ ଅପରିଷ୍କାର ହୋଇପଡିଛି । ତୁରନ୍ତ ଏଦିଗରେ ପ୍ରଶାସନ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ ପାଇଁ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

13:06 November 19

ଝାରସୁଗୁଡ଼ାରେ କାର୍ତ୍ତିକ ପୂର୍ଣ୍ଣିମା ପାଳନ

ଝାରସୁଗୁଡ଼ାରେ କାର୍ତ୍ତିକ ପୂର୍ଣ୍ଣିମା ପାଳନ

ଝାରସୁଗୁଡ଼ା: ଆଜି ଜିଲ୍ଲାର ବିଭିନ୍ନ ପୋଖରୀ ଏବଂ ନଦୀ ତୁଠରେ ଶ୍ରଦ୍ଧାଳୁମାନେ କାର୍ତ୍ତିକ ପୂର୍ଣ୍ଣିମା ଉତ୍ସବ ପାଳନ କରିଛନ୍ତି ।  

ଶ୍ରଦ୍ଧାଳୁ ମାନେ ପ୍ରତ୍ୟୁଷରୁ ଅବାଳବୃଦ୍ଧବନିତା ସ୍ନାନ ସାରି ଡଙ୍ଗାରେ ପାନ, ଗୁଆ ଥୋଇ ନଦୀ ଏବଂ ପୋଖରୀରେ ଭଷାଇ ପ୍ରାର୍ଥନା କରିଛନ୍ତି । ଏଥିସହ ବିଭିନ୍ନ ଦେବାଳୟ ଦର୍ଶନ କରିଛନ୍ତି । ଚଳିତ ବର୍ଷ କୋରୋନା କଟକଣା ସାମାନ୍ୟ କୋହଳ କରାଯାଇଥିବାରୁ ଶ୍ରଦ୍ଧାଳୁ କାର୍ତ୍ତିକ ସ୍ନାନ କରି ବେସ ଆନନ୍ଦ ଅନୁଭବ କରୁଥିବା କହିଛନ୍ତି ।

ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ

13:06 November 19

କଟକଣା ମଧ୍ୟରେ ନୟାଗଡରେ ବୋଇତ ବନ୍ଦାଣ ପାଳନ

କଟକଣା ମଧ୍ୟରେ ନୟାଗଡରେ ବୋଇତ ବନ୍ଦାଣ ପାଳନ

ନୟାଗଡ: ଆଜି କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ସଂକୀର୍ତ୍ତନ ହୁଳହୁଳିରେ ପ୍ରକମ୍ପିତ ହେଉଛି ପୁରପଲ୍ଲୀ । ସବୁଠି ଆଧ୍ୟାତ୍ମିକତାର ବାତାବରଣ । ଗାଁ ପୋଖରୀ ଡ଼ଙ୍ଗାରେ ପରିପୂର୍ଣ୍ଣ । ଆ,କା, ମା, ବୈ, ପାନ ଗୁଆ ଥୋଇ, ପାନ ଗୁଆ ତୋର, ମାସକ ଧରମ ମୋର ଧ୍ବନିରେ ପ୍ରକମ୍ପିତ ହେଉଛି ପୁରପଲ୍ଲୀ  

ସବୁଠି ଶୁଭୁଛି ଘଣ୍ଟହୁଳହୁଳିର ନିନାଦ । ନୟାଗଡର ପ୍ରମୁଖ ଶୈବପୀଠ ବାଦ ଗ୍ରାମାଞ୍ଚଳର ସବୁ ମନ୍ଦିର ଆଜି ଚଳଚଞ୍ଚଳ  l ଭୋରରୁ ଗ୍ରାମାଞ୍ଚଳରେ ନାମ ସଂକୀର୍ତନରେ ପ୍ରକମ୍ପିତ ହୋଇଥିଲା  l ସୁଦ୍ଧପୁତ୍ତ ଭାବେ ଲୋକମାନେ ଘରୁ ବାହାରି ଶୈବପୀଠ ଚାରିପାଖେ ନାମ ସଂକୀର୍ତ୍ତନରେ ମଜ୍ଜି ଥିଲେ  l ନୟାଗଡ ଜିଲ୍ଲାରେ ଯଦିଓ କୋଭିଡ଼ କଟକଣା ସ୍ୱରୂପ ସମସ୍ତ ଶୈବପୀଠ ବନ୍ଦ ପାଇଁ ନିର୍ଦ୍ଦେଶ ରହିଛି ତଥାପି ଲୋକମାନେ କଟକଣା ମଧ୍ୟରେ ପୂଜାର୍ଚ୍ଚନା କରିଛନ୍ତି  l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

10:32 November 19

କଳାହାଣ୍ଡିରେ ବୋଇତ ବନ୍ଦାଣ ପାଳନ

କଳାହାଣ୍ଡିରେ ବୋଇତ ବନ୍ଦାଣ ପାଳନ

ଭବାନୀପାଟଣା: କାର୍ତ୍ତିକ ପୂର୍ଣ୍ଣିମା ପାଳିଲେ କଳାହାଣ୍ଡିବାସୀ । ପୁରାଣ ବର୍ଣ୍ଣିତ ଆଷାଢ଼, କାର୍ତ୍ତିକ, ମାର୍ଗଶୀର ଓ ବୈଶାଖ ମାସ ହେଉଛି ବର୍ଷର ପୁଣ୍ୟ ମାସ । ଏହି ମାସ ମଧ୍ୟରେ ଶ୍ରେଷ୍ଠ ମାସ ହେଉଛି କାର୍ତ୍ତିକ ମାସ ।

ଏହି ମାସରେ ହାବିଷ୍ୟାଳି ଓ ବ୍ରତଧାରୀ ଆମିଷ ତ୍ୟାଗ କରିବା ସହ ବ୍ରତ ପାଳନ କରିଥାନ୍ତି । ମାସର ଶେଷ ପାଞ୍ଚ ଦିନକୁ ପଞ୍ଚୁକ କୁହାଯାଏ ।  ପଞ୍ଚୁକର ଶେଷ ଦିନରେ ସାଧବ ପୁଅଙ୍କୁ ମନେପକାଇ ବୋଇତ ବନ୍ଦାଣ କରି ପୁଣ୍ୟ ସାଉଁଟିଥାନ୍ତି । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଜଳେଶ୍ବର ନିକଟ ପୋଖରୀରେ ବଢି ଭୋରରୁ ଭକ୍ତ ଓ ଶ୍ରଦ୍ଧାଳୁ ବୋଇତ ବନ୍ଦାଣ କରିଛନ୍ତି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

10:32 November 19

ବୋଇତ ବନ୍ଦାଣ ପାଳିଲା ବ୍ରହ୍ମପୁର

ବ୍ରହ୍ମପୁରରେ ବୋଇତ ବନ୍ଦାଣ ପାଳନ

ବ୍ରହ୍ମପୁର: ସେହି ପୁରୁଣା ଐତିହ୍ୟକୁ ପୁଣି ଥରେ ଉଜ୍ଜୀବିତ କରିବା ନେଇ ସମସ୍ତଙ୍କ ମନରେ ଥିଲା ଏକ ପ୍ରକାରର ଉତ୍ସାହ ଓ ଉଦ୍ଧିପନା । କିଏ ବୁଡ଼ ପକାଇ ତ ଆଉ କିଏ ବାଣ ଫୁଟାଇ ମାହୋଲକୁ ସରଗରମ କରିଦେଇଛନ୍ତି ।

ଏହି ସମୟରେ ଚତୁର୍ଦିଗ ଆ କା ମା ବୈ ପାନ ଗୁଆ ଥୋଇ ପାନ ଗୁଆ ତୋର ମାସକ ଧର୍ମ ମୋର ଶବ୍ଦରେ ପ୍ରକମ୍ପିତ ହେଉଥିଲା । ସେପଟେ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । କୋଭିଡ କଟକଣା ମଧ୍ୟରେ ନିଜ ନିଜର ଅଞ୍ଚଳରେ ରହିଥିବା ବିଭିନ୍ନ ପୁଷ୍କରିଣୀରେ ବୋଇତ ବନ୍ଦାଣ କରିଛନ୍ତି ରେଶମ ସହର ବାସିନ୍ଦା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ

10:31 November 19

କୋରାପୁଟରେ ବୋଇତ ବନ୍ଦାଣ ପାଳନ

କୋରାପୁଟରେ ବୋଇତ ବନ୍ଦାଣ ପାଳନ

କୋରାପୁଟ: ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ପରମ୍ପରା ଅନୁଯାୟୀ ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରସରେ ପାହାନ୍ତିଆରୁ ନରେନ୍ଦ୍ର ସରୋବର ଲୋକାରଣ୍ୟ ଚଳଚଞ୍ଚଳ ହୋଇଉଠିଛି ।

ଶ୍ରୀଜଗନ୍ନାଥ ମନ୍ଦିର ତରଫରୁ ଆୟୋଜିତ ସ୍ୱତନ୍ତ୍ର ବୋଇତ ବନ୍ଦାଣ କାର୍ଯ୍ୟକ୍ରମରେ କୋରାପୁଟର ଅତିରିକ୍ତ ଜିଲ୍ଲାପାଳ ରାମେଶ୍ୱର ପ୍ରଧାନଙ୍କ ସମେତ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର କୋଷାଧ୍ୟକ୍ଷ ସୁଧାକର ପଟ୍ଟନାୟକ ଓ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ଗହଣରେ ଭକ୍ତମାନେ ଆନନ୍ଦ ଉଲ୍ଲାସର ସହ ବୋଇତ ବନ୍ଦାଣ କରିଛନ୍ତି । ପ୍ରବଳ ଥଣ୍ଡା ସତ୍ତ୍ୱେ ଭୋରୁ ହଜାର ହଜାର ଶ୍ରଦ୍ଧାଳୁ ବୋଇତ ବନ୍ଦାଣ କରିବା ସହ ଭଗବାନଙ୍କ ଦର୍ଶନ କରିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

10:31 November 19

ବାଲେଶ୍ବରରେ ବୋଇତ ବନ୍ଦାଣ ପାଳନ

ବାଲେଶ୍ବରରେ ବୋଇତ ବନ୍ଦାଣ ପାଳନ

ବାଲେଶ୍ବର: ଧର୍ମର ମାସ କାର୍ତ୍ତିକରେ ଆମିଷ ବର୍ଜନ କରି ଶେଷ ଦିନରେ ନୌବାଣିଜ୍ୟ ପରମ୍ପରାକୁ ଉଜ୍ଜୀବିତ କରିଛନ୍ତି ବାଲେଶ୍ଵରବାସୀ । ବାଲେଶ୍ଵର ଚାନ୍ଦିପୁର ବେଳାଭୂମିରେ ଡଙ୍ଗା ଭସାଇବା ପାଇଁ ଏକାଠି ହୋଇଛନ୍ତି ବ୍ରତଧାରୀ ।

ଗତ ଦୁଇବର୍ଷ ହେଲା ଲୋକମାନେ ଏହି ପରମ୍ପରାରେ ସାମିଲ ହେବାପାଇଁ କୋଭିଡ କଟକଣା ବାଧକ ସାଜିଥିଲା । ହେଲେ ଚଳିତ ବର୍ଷ ପୁଣିଥରେ ଡଙ୍ଗା ଭସାଇବାର ସୁଯୋଗ ହାତଛଡ଼ା କରିନାହାନ୍ତି ଲୋକମାନେ । ଏନେଇ ଚାନ୍ଦିପୁର ବେଳାଭୂମିରେ ଡଙ୍ଗାରେ ପାନଗୁଆ ରଖି ଧୂପ ଦୀପ ଜାଳି ଭସାଇଛନ୍ତି ବାଲେଶ୍ବରବାସୀ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

09:39 November 19

କେନ୍ଦୁଝରରେ ବୋଇତ ବନ୍ଦାଣ ପାଳନ

କେନ୍ଦୁଝରରେ ବୋଇତ ବନ୍ଦାଣ ପାଳନ

ଆନନ୍ଦପୁର: ଆଜି ପବିତ୍ର କାର୍ତ୍ତିକ ପୂର୍ଣିମା ବା ପଞ୍ଚୁକ ପୂର୍ଣ୍ଣିମା । ସଂସ୍କୃତି ପରମ୍ପରାକୁ ମନେ ପକାଇ ବୋଇତ ବନ୍ଦାଣ ଗୀତ ଗାଇ ବିଭିନ୍ନ ଦେବାଳୟ ପୋଖରୀ କିମ୍ବା ନଦୀରେ ଡଙ୍ଗା ଭସାଇଛନ୍ତି । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ବିଭିନ୍ନ ଶୈବ ପୀଠ ଓ ବିଭିନ୍ନ ନଦୀ ଘାଟ ।

ଓଡିଆ ପରମ୍ପରା ରେ ୧୨ ମାସରେ ୧୩ ପର୍ବ ପାଳନ କରାଯାଇଥାଏ । ମୁଖ୍ୟତ ୧୨ ମାସ ମଧ୍ୟରୁ ଯେଉଁ ୪ ମାସ ର ଗୁରୁତ୍ବ ଥାଏ ତାହା ସେଥି ମଧ୍ୟରୁ କାର୍ତ୍ତୀକ ମାସ ଅନ୍ୟତମ । ଏହି ମାସକୁ ଧର୍ମର ମାସ ବୋଲି କୁହାଯାଏ । ଏଥିପାଇଁ କୁହାଯାଏ କାର୍ତ୍ତିକ ମାସରେ ବଗ ମଧ୍ୟ ଆମିଶ ଖାଇବା ଛାଡିଦେଇଥାଏ । ଶ୍ରଦ୍ଧାଳୁମାନେ ମାସ ସାରା ହବିଷ ଅନ୍ନ ଖାଇ କାର୍ତ୍ତିକ ବ୍ରତ ପାଳନ କରିଥାନ୍ତି ।  

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

07:23 November 19

କଟକଣାରେ ଭାସିଲା ଡଙ୍ଗା, ପରମ୍ପରା ପାଳିଲେ ଶ୍ରଦ୍ଧାଳୁ

ଖୋର୍ଦ୍ଧା: କୋରୋନା ପାଇଁ ବିଭିନ୍ନ ଦେବାଳୟରେ ଲାଗିଛି ପ୍ରଶାସନିକ କଟକଣା । କାର୍ତ୍ତିକ ପୂର୍ଣ୍ଣିମା ଏଥର ଫିକା ପଡିଥିଲେ ମଧ୍ୟ କଟକଣା ସତ୍ତ୍ୱେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଡଙ୍ଗା ଭସାଇଛନ୍ତି ଲୋକେ ।

'ଆ, କା, ମା, ବୈ ପାନଗୁଆ ଥୋଇ, ବର୍ଷକ ଧର୍ମ ତୋର ମାସକ ଧରମ ମୋର' କହି ବୋଇତ ବନ୍ଦାଣ ପାଳନ କରିଛନ୍ତି ଖୋର୍ଦ୍ଧା ବାସିନ୍ଦା । ପ୍ରତ୍ୟେକ ଶିବାଳୟ ନିକଟରେ ଥିବା ପୋଖରୀରେ ଡଙ୍ଗା ଭସାଇବା ପାଇଁ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା । ବିଶ୍ୱାସ ରହିଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଭୋର ସମୟରେ ଡଙ୍ଗା ଭସାଇଲେ ପୂଣ୍ୟ ମିଳିଥାଏ । 

ଏହି ପରମ୍ପରା କାହିଁ କେଉଁ ପୂରାଣ ସମୟରୁ ଚାଲିଆସିଛି । ବାଣିଜ୍ୟ ବେପାର ପାଇଁ ଏହିଲ ଦିନରେ ସାଧବ ପୁଅ ବିଦେଶ ଯାତ୍ରା କରନ୍ତି । ତାଙ୍କ ସମୃଦ୍ଧି କାମନା କରି ବୋଇତ ବନ୍ଦାଣ କରାଯିବାର ପରମ୍ପରା ରହିଛି ।  

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Nov 19, 2021, 3:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.