ETV Bharat / state

କାମିଆ ଜାନି ବିବାଦ: ବିଜେପି କହିଲା ମହାପ୍ରସାଦ କୌଣସି ରେଷ୍ଟୁରାଣ୍ଟ ଖାଦ୍ୟ ନୁହେଁ

author img

By ETV Bharat Odisha Team

Published : Dec 24, 2023, 6:48 PM IST

Kamiya Jani controversy: କାମିଆ ଜାନି ଗୋମାଂସ ଖାଉନଥିବା ସ୍ପଷ୍ଟୀକରଣ ରଖିବା ପରେ ମଧ୍ୟ ଥମୁନି ବିବାଦ । ବିଜେପି ବିଧାୟକ ସୂର୍ଯ୍ୟବଂଶୀ ସୁରଜ କହିଲେ ଜଗନ୍ନାଥଙ୍କୁ ନେଇ ରାଜନୀତି ଓ ମହାପ୍ରସାଦକୁ ମାର୍କେଟିଂ କରୁଛି ବିଜେଡି ସରକାର । ଅଧିକ ପଢ଼ନ୍ତୁ

କାମିଆ ଜାନି ବିବାଦରେ ବିଜେପି ପ୍ରତିକ୍ରିୟା
କାମିଆ ଜାନି ବିବାଦରେ ବିଜେପି ପ୍ରତିକ୍ରିୟା

କାମିଆ ଜାନି ବିବାଦରେ ବିଜେପି ପ୍ରତିକ୍ରିୟା

ଭୁବନେଶ୍ବର: ଧମିବାର ନାଁ ଧରୁନି ଶ୍ରୀମନ୍ଦିରରେ କାମିଆ ଜାନି ବିବାଦ । ଦିନକୁ ଦିନ ଏହାକୁ ନେଇ ରାଜନୀତି ବଢ଼ିବାରେ ଲାଗିଥିବା ବେଳେ ବିଜେପି ଓ କଂଗ୍ରେସ ବାରମ୍ବାର ଏହି ପ୍ରସଙ୍ଗରେ ରାଜ୍ୟ ସରକାର ଓ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ କରିବାରେ ଲାଗିଛନ୍ତି । ଏହାରି ଭିତରେ ଚର୍ଚ୍ଚାକୁ ଆସିଛି ବିଜେପି ବିଧାୟକ ସୂର୍ଯ୍ୟବଂଶୀ ସୁରଜଙ୍କ ପ୍ରତିକ୍ରିୟା । ବିଜେଡି ସରକାରକୁ କଳାପାହାଡ଼ ସହ ତୁଳନା କରିଛନ୍ତି ସୂର୍ଯ୍ୟବଂଶୀ । ଜଗନ୍ନାଥଙ୍କୁ ନେଇ ରାଜନୀତି ଓ ମହାପ୍ରସାଦକୁ ମାର୍କେଟିଂ କରାଯାଉଥିବା ସେ ଅଭିଯୋଗ କରିଛନ୍ତି ।

ସୂର୍ଯ୍ୟବଂଶୀ କହିଛନ୍ତି, "ବିଜେଡି ସରକାର କଳାପାହାଡ଼ ସରକାର । କଳାପାହାଡ ଯେମିତି ଚମ ଦୌଡ଼ିରେ ବାନ୍ଧି ବଡ଼ଦାଣ୍ଡରେ ଘୋଷାଡ଼ି ଘୋଷାଡ଼ି ନେଇଥିଲା ଜଗନ୍ନାଥଙ୍କୁ, ଏ ସରକାର ସମୟରେ ସେହିଭଳି ଘଟଣା ଘଟୁଛି । ଏ ସରକାରର କଳା ପାହାଡ଼ ମାନସିକତା । ଜଗନ୍ନାଥଙ୍କୁ ନେଇ ରାଜନୀତି ଓ ମହାପ୍ରସାଦକୁ ମାର୍କେଟିଂ କରାଯାଉଛି । କାମିଆଙ୍କ ଖାଇବା ଟେବୁଲ୍‌ରେ ଗୋମାଂସ ଅଛି । ପାଟିରେ ଯାହା ଧରିଥିଲେ ତାହା ଗୋମାଂସ । ସେ ଖାଆନ୍ତୁ ବା ନଖାଆନ୍ତୁ, ତାହା ପ୍ରସଙ୍ଗ ନୁହେଁ । ଗୋମାଂସକୁ ପ୍ରଚାର କରୁଛନ୍ତି । ଗୋମାଂସକୁ ପ୍ରଚାରପ୍ରସାର ଓ ଉତ୍ସାହିତ କରିବା ଲୋକଙ୍କୁ ମନ୍ଦିର ଭିତରକୁ କେମିତି ପ୍ରବେଶ କରାଗଲା ? ଅଭଡ଼ା ରେଷ୍ଟୁରାଣ୍ଟର ଖାଦ୍ୟ ନୁହେଁ । ରତ୍ନଭଣ୍ଡାର ଚାବି ହଜିବାଠାରୁ ବ୍ରହ୍ମ ବିଭ୍ରାଟ ପର୍ଯ୍ୟନ୍ତ ରାଜ୍ୟ ସରକାର ଓଡ଼ିଆଙ୍କ ପ୍ରାଣକେନ୍ଦ୍ରକୁ କୁଠାରଘାତ କରୁଛନ୍ତି । କାମିଆଙ୍କୁ ମନ୍ଦିର ପ୍ରବେଶ କରାଇଥିବା ପ୍ରଭାବଶାଳୀ ଲୋକ ଓଡ଼ିଆ ସଭ୍ୟତା ଓ ସଂସ୍କୃତିକୁ ନଷ୍ଟ କରିବା ପାଇଁ ଚାହୁଁଛନ୍ତି । ଜଗନ୍ନାଥ ସଂସ୍କୃତିକୁ ନଷ୍ଟ କରିବାକୁ ଉଦ୍ୟମ କରୁଛନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ...କାମିଆଙ୍କ ସ୍ପଷ୍ଟୀକରଣ; ମୁଁ ଶ୍ରୀମନ୍ଦିର ନିୟମ ଭାଙ୍ଗିନି, ଗୋମାଂସ ଖାଇନି କି ପ୍ରଚାର କରିନି

ସେପଟେ ବିବାଦ ବଢ଼ିବା ପରେ ମୁହଁ ଖୋଲିଛନ୍ତି ୟୁ-ଟ୍ୟୁବର କାମିଆ ଜାନି । ସେ ଜଣେ ହିନ୍ଦୁ ଓ ସେ କେବେ ଗୋମାଂସ ଖାଇନାହାନ୍ତି ବା ଏହାର ପ୍ରଚାର ପ୍ରସାର କରିନାହାନ୍ତି ବୋଲି କହିଛନ୍ତି । ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏକ ଭିଡିଓ ସାୟର କରି କାମିଆ କହିଛନ୍ତି, "ତାଙ୍କର କର୍ତ୍ତବ୍ୟ ଭାରତର ବିଭିନ୍ନ ଐତିହ ପରମ୍ପରାକୁ ବିଶ୍ବସ୍ତରରେ ପହଞ୍ଚାଇବା । ଭାରତର ସଂସ୍କୃତି, କଳାକୁ ବିଶ୍ବ ସ୍ତରରେ ପହଞ୍ଚାବାକୁ ଲକ୍ଷ୍ୟ ରଖି କାର୍ଯ୍ୟ କରୁଛି । ମୋର ପୁରୀ ଯିବାର ଉଦ୍ଦେଶ୍ୟ ଥିଲା ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ପାଇବା ଏବଂ ସେଠାରେ କରାଯାଇଥିବା ଭିତ୍ତିଭୂମି ବିକାଶ ବିଷୟରେ ଲୋକଙ୍କୁ ଜଣାଇବା । ପୁରୀ ମନ୍ଦିର ଦର୍ଶନ ନେଇ ବିଭିନ୍ନ ନିୟମ ରହିଛି । ତେଣୁ ଶ୍ରୀମନ୍ଦିର ଦର୍ଶନ ବେଳେ କୌଣସି ନୀତି ନିୟମ ଭଙ୍ଗ କରିନାହିଁ । କେରଳ ଗସ୍ତ ସମୟରେ ମୁଁ ଏକ ଫୁଡ୍ ବ୍ଲଗ୍ କରିଥିଲି, ଯେଉଁଥିରେ ବିଫ୍ କଥା କହିଥିଲି । କିନ୍ତୁ, ସେଠାରେ ମୁଁ ବିଫ୍ ଖାଇ ନଥିଲି । ବିଭିନ୍ନ ନିରାମିଷ ବ୍ୟଞ୍ଜନ ଖାଇଥିଲି ।" କେରଳ ଗସ୍ତ ସମୟର ତାଙ୍କର ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରି ଅଯଥା ବିବାଦ କରାଯାଉଛି ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.