ETV Bharat / state

ଓଡିଶାରେ ଡକ୍ଟରେଟ ଉପାଧି ପାଇଲେ ସୁପରଷ୍ଟାର କମଲ

ଅନେକ ସମ୍ମାନରେ ସମ୍ମାନିତ ହୋଇସାରିବା ପରେ ଏବେ କମଲଙ୍କୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡକ୍ଟରେଟ ଉପାଧି ପ୍ରଧାନ କରିଛନ୍ତି । ଫିଲ୍ମ ଇଣ୍ଡଷ୍ଟ୍ରି ପ୍ରତି ବିଶେଷ ଯୋଗଦାନ ପାଇଁ ତାଙ୍କୁ ମିଳିଛି ଏହି ସମ୍ମାନ ।

author img

By

Published : Nov 19, 2019, 8:25 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କମଲ ହାସନ

ଖୋର୍ଦ୍ଧା: ତାମିଲ ସୁପରଷ୍ଟାର କମଲ ହାସନଙ୍କ ଆଉ ଏକ ଉପଲବ୍ଧି । ଓଡ଼ିଶା ମାଟିରେ ପାଇଲେ ବଡ ସମ୍ମାନ । ଜଟଣୀ ନିକଟସ୍ଥ ସେଞ୍ଚୁରିଆନ ବିଶ୍ବବିଦ୍ୟାଳୟ ପରିସରରେ ଆୟୋଜିତ ଏକ ଭବ୍ୟ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କମଲ ହାସନଙ୍କୁ ସମ୍ମାନ ସୂଚକ ଡକ୍ଟରେଟ ଉପାଧି ପ୍ରଦାନ କରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି,ଖୋର୍ଦ୍ଧା

କମଲ ଫିଲ୍ମ ଇଣ୍ଡଷ୍ଟ୍ରି ପ୍ରତି ତାଙ୍କର ବିଶେଷ ଅବଦାନ ପାଇଁ ତାଙ୍କୁ ଏହି ଉପାଧି ଦିଆଯାଇଥିବା ସେଞ୍ଚୁରିଆନ ବିଶ୍ବବିଦ୍ୟାଳୟ ପକ୍ଷରୁ କୁହାଯାଇଛି । ଏହି ଉପାଧି ପାଇ କମଲ ବିଶ୍ବବିଦ୍ୟାଳୟ ନିକଟରେ କୃତଜ୍ଞ ଥିବା କହିଥିବା ବେଳେ ଓଡିଶା ଏକ ଆଦର୍ଶ ରାଜ୍ୟ କହି ମୁଖ୍ୟମନ୍ତ୍ରୀଙ୍କୁ ବେଶ ପ୍ରଶଂସା କରିଛନ୍ତି । ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କମଲ, ସେଞ୍ଚୁରିଆନ ବିଶ୍ବ ବିଦ୍ୟାଳୟର ଚେୟାରମ୍ୟାନ ମୁକ୍ତି ମିଶ୍ର ଏବଂ କୁଳପତି ପ୍ରଫେସର ସୁପ୍ରିୟା ପଟ୍ଟନାୟକ ଉପସ୍ଥିତ ଥିଲେ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:କମଳ ହାସନଙ୍କୁ ଡକ୍ଟରେଟ ଉପାଧି ଦେଲା ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ

Body:ଖୋର୍ଦ୍ଧା : ଜଟଣୀ ନିକଟସ୍ଥ ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ଏକ ଭବ୍ୟ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରସିଦ୍ଧ ଚଳଚ୍ଚିତ୍ର ତାରକା କମଳ ହାସନଙ୍କୁ ସଂମ୍ମାନ ସୂଚକ ଡକ୍ଟରେଟ ଉପାଧି ପ୍ରଦାନ କରିଛନ୍ତି । ତାରକା କମଳ ହାସନ ଚଳଚିତ୍ର ଜଗତକୁ ଗତ ଛଅ ଦଶନ୍ଧି ଧରି ତାଙ୍କର ରହିଥିବା ବିଶେଷ ଅବଦାନ ପାଇଁ ତାଙ୍କୁ ଏହି ଉପାଧି ଦିଆଯାଇଥିବା ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି । ଏହି ଉପାଧି ପାଇ କମଳ ହାସନ ବିଶ୍ୱବିଦ୍ୟାଳୟ ନିକଟରେ କୃତଜ୍ଞ ଥିବା କହିଥିବା ବେଳେ ଓଡିଶା ଏକ ଆଦର୍ଶ ରାଜ୍ୟ କହି ମୁଖ୍ୟମନ୍ତ୍ରୀଙ୍କୁ ବେଶ ପ୍ରସଂସା କରିଥିଲେ । ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ତାରକା କମଳ ହାସନ,ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ଚେୟାରମ୍ୟାନ ମୁକ୍ତି ମିଶ୍ର ଏବଂ କୁଳପତି ପ୍ରଫେସର ସୁପ୍ରିୟା ପଟନାୟକ ଉପସ୍ଥିତ ଥିଲେ ।

Conclusion:ବାଇଟ- କମଳ ହାସନ,ତାରକା

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.