ETV Bharat / state

ମୁହଁ ଖୋଲିଲେ ଜୟନାରାୟଣ, କହିଲେ ମୋ ବିରୋଧରେ ହେଉଛି ପ୍ରାୟୋଜିତ କାର୍ଯ୍ୟକ୍ରମ

author img

By

Published : Feb 19, 2023, 5:38 PM IST

ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ବାସଭବନ ଆଗରେ ବିକ୍ଷୋଭ ପ୍ରସଙ୍ଗ । ମୋ ବିରୁଦ୍ଧରେ ପ୍ରାୟୋଜିତ କାର୍ଯ୍ୟକ୍ରମ କରୁଛନ୍ତି, ବିଧାନସଭାରେ ସବୁ ଏକ୍ସପୋଜ ହେବ । ଅଧିକ ପଢନ୍ତୁ,

ବିଧାନସଭାରେ ସବୁ ଏକ୍ସପୋଜ ହେବ; ଜୟ
ବିଧାନସଭାରେ ସବୁ ଏକ୍ସପୋଜ ହେବ; ଜୟ
ବିଧାନସଭାରେ ସବୁ ଏକ୍ସପୋଜ ହେବ; ଜୟ

ଭୁବନେଶ୍ବର: ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏବଂ ଥାନା ଅଧିକାରୀ ଅନୀତା ପ୍ରଧାନଙ୍କ ମଧ୍ୟରେ ଠେଲାପେଲା ଘଟଣା । ଏନେଇ ଶାସକ ଦଳ ଓ ବିରୋଧୀ ବିଜେପି ମଧ୍ୟରେ ବଢି ଚାଲିଛି ଆରୋପ ପ୍ରତ୍ୟାରୋପ । ଏହାରି ଭିତରେ ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ରଙ୍କ ବାସଭବନ ଆଗରେ ଲଗାତାର ବିକ୍ଷୋଭ ଜାରି ରହିଛି । ଯାହାକୁ ନେଇ ମୁହଁ ଖୋଲିଛନ୍ତି ବିଧାୟକ ।

ତେବେ ବିକ୍ଷୋଭ ପ୍ରସଙ୍ଗକୁ ନେଇ ଜୟନାରାୟଣ କହିଛନ୍ତି, ‘‘ଗତକାଲି କିନ୍ନର ମାନେ ଆସିଥିଲେ ବିକ୍ଷୋଭ କରିବା ପାଇଁ ମିଠା ଖାଇ ମୋତେ ଆଶୀର୍ବାଦ କରି ଯାଇଛନ୍ତି । ସେହିପରି ଆଜି ଯେଉଁ ବିକ୍ଷୋଭ ହୋଇଛି ସେମାନେ ଗତକାଲି ମୋ ଘରକୁ ଆସି କହିଥିଲେ, ବିକ୍ଷୋଭ ପାଇଁ ଆମକୁ ଉପରୁ ନିର୍ଦ୍ଦେଶ ଅଛି ତେଣୁ ଆମେ ଆପଣଙ୍କ ଘର ଆଗରେ ବିକ୍ଷୋଭ କରିବୁ ।’’ ସେ ଆହୁରି ମଧ୍ୟ କହିଛନ୍ତି ଯେ, ନବ ଦାସଙ୍କ ହତ୍ୟାକାଣ୍ଡର ଷଡ଼ଯନ୍ତ୍ରକାରୀ ମାନେ ଏ ସବୁ ପ୍ରାୟୋଜିତ ଭାବେ କରାଉଛନ୍ତି । କରନ୍ତୁ କେତେ ଦିନ ବିକ୍ଷୋଭ କରିବେ ମୋ ଘର ଆଗରେ ଏବଂ ବିଧାନସଭାରେ ନବ ଦାସଙ୍କ ହତ୍ୟାକାଣ୍ଡ ଘଟଣା ନିଶ୍ଚୟ ଏକ୍ସପୋଜ ହେବ ।

ସେ ଏହା ମଧ୍ୟ କହିଛନ୍ତି, ନବ ଦାସଙ୍କ ହତ୍ୟାକାଣ୍ଡ ଘଟଣା ପଛରେ ଅନେକ ରହସ୍ୟ ରହିଛି । ମୁଦାଲାକୁ ଖଲାସ କରିଦେବା ପାଇଁ ପୋଲିସ ଚେଷ୍ଟା କରୁଛି । ନବ ଦାସଙ୍କ ହତ୍ୟାକାଣ୍ଡର ଷଡ଼ଯନ୍ତ୍ରକାରୀ ମାନେ ମୋ ବିରୁଦ୍ଧରେ ଏକ ପ୍ରାୟୋଜିତ କାର୍ଯ୍ୟକ୍ରମ କରୁଛନ୍ତି । ମୋତେ ମ୍ୟାନେଜ ନ କରି ପାରିବାରୁ ମୋ ବିରୁଦ୍ଧରେ ଏହି ଷଡ଼ଯନ୍ତ୍ର କରାଯାଇଛି । ମୁଁ ନବ ଦାସଙ୍କ ହତ୍ୟାକାଣ୍ଡର ଗୁମର ଖୋଲୁଥିବାରୁ ସେମାନେ ଭୟଭୀତ ହୋଇଯାଇଛନ୍ତି । ମୋ ବିରୁଦ୍ଧରେ ଥିବା ଅଭିଯୋଗକୁ ନେଇ ଯଦି ସେମାନେ ଆଲୋଚନା କରିବାକୁ ଚାହୁଁଛନ୍ତି ମୁଁ ଖୋଲା ଡ଼ିବେଟ ପାଇଁ ପ୍ରସ୍ତୁତ ଅଛି । ବିଧାନସଭାରେ ବି ଯଦି ମୋ ପ୍ରସଙ୍ଗ ଉଠାଯିବ, ତେବେ ମୁଁ ଆଲୋଚନା କରିବାକୁ ପ୍ରସ୍ତୁତ ଅଛି।

ତେବେ ସୂଚନା ଥାଉ କି, ଆସନ୍ତା ୨୧ ରେ ଆରମ୍ଭ ହେବାକୁ ଯାଉଛି ବିଧାନସଭା । ଏଣୁ ମୁଁ ବିଧାନସଭାରେ ବିସ୍ଫୋରକ ବୟାନ ରଖିବାକୁ ପ୍ରସ୍ତୁତ ହେଉଛି ବୋଲି କହିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ସୂଚନା ଅନୁସାରେ, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ସମ୍ବଲପୁରରେ ବିକ୍ଷୋଭ ବେଳେ ଜଣେ ମହିଳା ପୋଲିସଙ୍କ ସହ ହାତାହାତି ହୋଇଥିଲେ । ଏହାର ଭିଡିଓ ଭାଇରାଲ ହେବା ପରେ ଉଭୟ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ପରେ ଏନେଇ ରାଜନୈତିକ ମାହୋଲ ସରଗରମ ହେବାରେ ଲାଗିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.