ETV Bharat / state

ଯତୀନ ମହାନ୍ତି ହେଲେ ଖୋର୍ଦ୍ଧା ବିଜେପିର ନୂତନ ସଭାପତି

author img

By

Published : Nov 12, 2020, 5:45 PM IST

ଜିଲ୍ଲା ବିଜେପିର ନୂତନ ସଭାପତି ଭାବେ ଡ଼ ଯତୀନ ମହାନ୍ତିଙ୍କୁ ନିଯୁକ୍ତ କରାଯାଇଛି । ତାଙ୍କ ନେତୃତ୍ବରେ ଜିଲ୍ଲାର ସଂଗଠନ ମଜବୁତ ହେବ ବୋଲି ଆଶା କରାଯାଇଛି । ଅଧିକ ପଢନ୍ତୁ...

Jatin Mohanty appointed as new president of the BJP in Khordha
ଯତୀନ ମହାନ୍ତି ଖୋର୍ଦ୍ଧା ବିଜେପିର ନୂତନ ସଭାପତି

ଭୁବନେଶ୍ବର : ଜିଲ୍ଲା ବିଜେପିର ନୂତନ ସଭାପତି ଭାବେ ଡ଼. ଯତୀନ ମହାନ୍ତି ନିଯୁକ୍ତ ହୋଇଛନ୍ତି । ତେବେ ଗୁରୁବାର ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ନୂତନ ଜିଲ୍ଲା ସଭାପତି ଭାବରେ ଡ଼. ଯତୀନଙ୍କୁ ନିଯୁକ୍ତ କରାଯାଇଥିବା ସୂଚନା ମିଳିଛି ।

ଛାତ୍ର ଜୀବନରୁ ଡ଼ ଯତୀନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତଥା ଏଭିବିପିର ରାଷ୍ଟ୍ରୀୟ ସମ୍ପାଦକ ଓ ଜବାହାରଲାଲ ନେହୁରୁ ବିଶ୍ବ ବିଦ୍ୟାଳୟରେ(JNU) ଛାତ୍ର ସଂସଦ ନିର୍ବାଚନରେ ସାଧାରଣ ସମ୍ପାଦକ ଭାବରେ ନିର୍ବାଚିତ ହୋଇଥିଲେ । ଡ. ମହାନ୍ତି ପୂର୍ବରୁ ମଧ୍ୟ ରାଜ୍ୟ ସମ୍ପାଦକ ଓ ରାଜ୍ୟର ମୁଖପାତ୍ର ଭାବରେ ଦାୟିତ୍ବ ତୁଲାଇଛନ୍ତି ।

ତେବେ ତାଙ୍କ ନେତୃତ୍ବରେ ଜିଲ୍ଲାର ସଂଗଠନ ନିଶ୍ଚିତ ଭାବେ ମଜବୁତ ହେବ ବୋଲି ଆଶା କରାଯାଇ ଏହି ପଦବୀ ଦିଆଯାଇଥିବା ଜଣାପଡିଛି । ଉଲ୍ଲେଖନୀୟ ଯେ, ପୂର୍ବରୁ ଜିଲ୍ଲା ସଭାପତି ଥିବା ରଶ୍ମୀରଞ୍ଜନ ମହାପାତ୍ର ବିଭିନ୍ନ ସମୟରେ ଦଳୀୟ ଶୃଙ୍ଖଳା ଭଙ୍ଗ କରୁଥିବା କାରଣରୁ ତାଙ୍କୁ ଦାୟିତ୍ବ ମୁକ୍ତ କରାଯାଇଛି ବୋଲି ଏକ ପ୍ରେସ ବିବୃତିରେ ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ପ୍ରକାଶ କରିଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ ଓ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.