ETV Bharat / state

ବିଜେଡିରେ ଗୋଷ୍ଠୀକନ୍ଦଳ, ବେଗୁନିଆ ବିଧାୟକଙ୍କୁ ଦଳ ଭିତରୁ ବିରୋଧ - ବେଗୁନିଆ ବିଧାୟକଙ୍କୁ ଦଳ ଭିତରୁ ବିରୋଧ

ବିଜେଡିରେ ଗୋଷ୍ଠୀକନ୍ଦଳ । ନିଜ ଦଳର ବିଧାୟକଙ୍କୁ ଦଳରେ ବିରୋଧ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆରେ । ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁଙ୍କୁ ଦଳ ବିରୋଧ କରିବାରେ ଲାଗିଛି । ଅଧିକ ପଢନ୍ତୁ

ବିଜେଡିରେ ଗୋଷ୍ଠୀକନ୍ଦଳ, ବିଧାୟକଙ୍କୁ ଦଳ ଭିତରୁ ବିରୋଧ

author img

By

Published : May 8, 2022, 1:51 PM IST

ଖୋର୍ଦ୍ଧା: ବିଜେଡିରେ ଗୋଷ୍ଠୀକନ୍ଦଳ । ନିଜ ଦଳର ବିଧାୟକଙ୍କୁ ଦଳରେ ବିରୋଧ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆରେ । ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁଙ୍କୁ ଦଳ ବିରୋଧ କରିବାରେ ଲାଗିଛି । ସୂଚନା ଅନୁସାରେ, ବେଗୁନିଆରେ ଧୀରେଧୀରେ ଖୁର୍ଣ୍ଣ ହେବାରେ ଲାଗିଛି ବିଧାୟକ ରାଜେନ୍ଦ୍ର ସାହୁଙ୍କ ପତିଆରା ।

ବିଜେଡିରେ ଗୋଷ୍ଠୀକନ୍ଦଳ, ବିଧାୟକଙ୍କୁ ଦଳ ଭିତରୁ ବିରୋଧ

ପରିସ୍ଥିତି ଏପରି ହୋଇଛି ଯେ ବିଧାୟକଙ୍କୁ ନିଜ ଦଳ ଭିତରୁ ବିରୋଧ ଆରମ୍ଭ ହୋଇଗଲାଣି । ବିଧାୟକ ରାଜେନ୍ଦ୍ର ସାହୁ ବେଗୁନିଆ ବିକାଶରେ ବାଧକ ସାଜିଥିବା ଖୋଲାଖୋଲି ଅଭିଯୋଗ କରିଛନ୍ତି ଦଳର ପଦପଦବୀରେ ଥିବା ଯୁବ ନେତା ଓ କର୍ମୀ । ବେଗୁନିଆରେ ତତ୍କାଳୀନ ବିଧାୟକ ତଥା ବର୍ତମାନର ଚିଲିକା ବିଧାୟକ ଅଧା ଛାଡିଥିବା ବିକାଶ କାର୍ଯ୍ୟକୁ ଆଗକୁ ନେବା ପରିବର୍ତ୍ତେ ସେମିତି ଅଧା ପାନ୍ତରିଆ ଭାବେ ପଡିରହିଛି ।

ସେହିଭଳି ରାଜେନ୍ଦ୍ର ବେଗୁନିଆ ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇ ବିଧାୟକ ହୋଇଥିଲେ ମଧ୍ୟ ଖୋର୍ଦ୍ଧା ପ୍ରୀତି ଛାଡୁନଥିବା ଅଭିଯୋଗ କରିଛନ୍ତି କର୍ମୀ । ବିଧାୟକଙ୍କ ରାଜନୈତିକ ଅଭିସନ୍ଧି କାରଣରୁ ବିଜୁ ପଟ୍ଟନାୟକ ଟାଉନ ହଲ ସେମିତି ଅଧାପନ୍ତରିଆ ଭାବେ ପଡି ରହିଥିବା ବେଳେ ବିଜୁ ପଟ୍ଟନାୟକ ପାର୍କକୁ ସ୍ଥାନୀୟ ଲୋକେ ବ୍ୟବହାର କରିପାରୁ ନଥିବା ଜଣାପଡ଼ିଛି । ବିଶେଷକରି ବିଧାୟକ ରାଜେନ୍ଦ୍ର ସାହୁ ବେଗୁନିଆର ବିକାଶ ପାଇଁ ଗୁରୁତ୍ୱ ଦେଉନଥିବା ଏବେ ଦଳୀୟ କର୍ମୀଙ୍କ ଭିତରେ ଅସନ୍ତୋଷ ସୃଷ୍ଟି କରିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.