ETV Bharat / state

ମାଣିବନ୍ଧରେ ଇନ୍ଦିରା ଆବାସ ଚଞ୍ଚକତା, ବିଡିଓଙ୍କୁ ଦାବିପତ୍ର ପ୍ରଦାନ କଲେ ଅଭିଯୋଗକାରୀ - ମାଣିବନ୍ଧ ପଞ୍ଚାୟତ

ମାଣିବନ୍ଧ ପଞ୍ଚାୟତରେ ଇନ୍ଦିରା ଆବସ ଓ ମୋ କୁଡିଆ ଯୋଜନାକୁ ଚଞ୍ଚକତା କରି ଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେଇ ଅଯୋଗ୍ୟଙ୍କୁ ପ୍ରଦାନ କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ଅଭିଯୋଗକାରୀ । ଅଧିକ ପଢନ୍ତୁ...

ମାଣିବନ୍ଧରେ ଇନ୍ଦିରା ଆବାସ ଚଞ୍ଚକତା, ବିଡିଓଙ୍କୁ ଦାବିପତ୍ର ପ୍ରଦାନ କଲେ ଅଭିଯୋଗକାରୀ

author img

By

Published : Nov 18, 2020, 2:25 AM IST

ଖୋର୍ଦ୍ଧା : ବୋଲଗଡ ବ୍ଳକ ମାଣିବନ୍ଧ ପଞ୍ଚାୟତରେ ଇନ୍ଦିରା ଆବସ ଓ ମୋ କୁଡିଆ ଯୋଜନାକୁ ଚଞ୍ଚକତା କରି ଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେଇ ଅଯୋଗ୍ୟଙ୍କୁ ପ୍ରଦାନ କରାଯାଇଥିବା ଅଭିଯୋଗ ହୋଇଛି । ଏ ନେଇ ମଙ୍ଗଳବାର ବୋଲଗଡ ବିଡ଼ିଓ ଧୋବେଇ ନାଏକଙ୍କୁ ପଞ୍ଚାୟତର ବଡପଦର , ମାଣିବନ୍ଧ, ସାମନ୍ତରାପୁର , ମଙ୍ଗରାଜପୁର, ଏକଡାଳିଆ, ବଡନୟାପଲ୍ଲୀ, ଛାମୁଣ୍ଡିଆପଲ୍ଲୀ ପ୍ରମୁଖ ଗାଁର ଯୋଗ୍ୟ ହିତାଧିକାରୀଙ୍କ ସହିତ ସ୍ଥାନୀୟ ନେତୃମଣ୍ଡଳୀ ସାମିଲି ହୋଇ ଦାବୀପତ୍ର ପ୍ରଦାନ କରିଛନ୍ତି ।

ମାଣିବନ୍ଧରେ ଇନ୍ଦିରା ଆବାସ ଚଞ୍ଚକତା, ବିଡିଓଙ୍କୁ ଦାବିପତ୍ର ପ୍ରଦାନ କଲେ ଅଭିଯୋଗକାରୀ

ଲିଖିତ ଅଭିଯୋଗ ଅନୁଯାୟୀ ପଞ୍ଚାୟତର ଧନୀ ଶ୍ରେଣୀର ଲୋକମାନଙ୍କୁ ଏହି ଯୋଜନାରେ ସାମିଲ କରାଯାଇ ଘର ପ୍ରଦାନ କରାଯାଇଛି । ପଞ୍ଚାୟତ ଖାତାରେ ଲିଖିତ ଯୋଗ୍ୟ ହିତାଧିକାରୀ ସିରିଏଲ ନମ୍ବରକୁ ଆଗପଛ କରାଯାଇ ଅଯୋଗ୍ୟମାନଙ୍କୁ ପ୍ରଦାନ କରାଯାଇଥିବା ନେଇ ସଙ୍ଗୀନ ଅଭିଯୋଗ ହୋଇଛି । ତେବେ କଂଗ୍ରେସ ବିଧାୟକ ପ୍ରାର୍ଥୀ ପ୍ରଦୀପ କୁମାର ସାହୁ, ପୂର୍ବତନ ଜିଲାପରିଷଦ ସଭ୍ୟ ପବିତ୍ର ମୋହନ ବଳିୟାରସିଂହ, ପୂର୍ବତନ ସରପଞ୍ଚ ବିଜୟ ପ୍ରଧାନ, ପୂର୍ବତନ ସମିତିସଭ୍ୟ ନବଘନ ମଲ୍ଲିକ ଏକଜୁଟ ହୋଇ ଦାବିପତ୍ର ପ୍ରଦାନ ସହ ତଦନ୍ତ କରିବାପାଇଁ ଅନୁରୋଧ କରିଛନ୍ତି ।

ଆସନ୍ତା ୧୫ ଦିନ ମଧ୍ୟରେ ପ୍ରଶାସନ ଏହାର ବିଚାର ନକଲେ ଆନ୍ଦୋଳନର ପନ୍ଥା ଗ୍ରହଣ କରିବେ ବୋଲି ଅଭିଯୋଗକାରୀମାନେ ଚେତାବନୀ ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.