ETV Bharat / state

Hockey World Cup 2023: ଇଂଲଣ୍ଡ ବିପକ୍ଷରେ ହେବ କାଣ୍ଟେ କା ଟକ୍କର, ଫରଓ୍ୱାର୍ଡରେ ଭଲ ଖେଳ ପ୍ରଦର୍ଶନ ଜରୁରୀ - ହକି ବିଶ୍ବକପ

ହକି ବିଶ୍ୱକପରେ ରବିବାର ଇଂଲଣ୍ଡ ଓ ଭାରତ ପରସ୍ପରକୁ ଭେଟିବେ । ଏହା ପୂର୍ବରୁ ଉଭୟ ଦଳ ବିଜୟରୁ ନିଜ ନିଜର ବିଶ୍ବକପ ଅଭିଯାନ ଆରମ୍ଭ କରିଛନ୍ତି । ତେବେ ଆଗାମୀ ମ୍ୟାଚରେ ଉଭୟଙ୍କ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିବ ବୋଲି କ୍ରୀଡ଼ା ସମୀକ୍ଷକ କହିଛନ୍ତି । ଭାରତକୁ ଆଟାକିଂ ହକି ଖେଳିବାକୁ ପଡିବ ବୋଲି SAI କୋଚ କହିଛନ୍ତି । ଅଧିକ ପଢ଼ନ୍ତୁ

ଭାରତ ଓ ଇଲଂଣ୍ଡ ମଧ୍ୟରେ ହେବ କଡ଼ା ଟକ୍କର
ଭାରତ ଓ ଇଲଂଣ୍ଡ ମଧ୍ୟରେ ହେବ କଡ଼ା ଟକ୍କର
author img

By

Published : Jan 14, 2023, 9:05 PM IST

ଭାରତ ଓ ଇଲଂଣ୍ଡ ମଧ୍ୟରେ ହେବ କଡ଼ା ଟକ୍କର

ଭୁବନେଶ୍ବର/ରାଉରକେଲା: ବିର୍ସା ମୁଣ୍ଡା ଷ୍ଟାଡିୟମରେ ସ୍ପେନ ବିପକ୍ଷ ମ୍ୟାଚରେ ବିଜୟରୁ ଭାରତ ଆରମ୍ଭ କରିଛି ହକି ବିଶ୍ବକପ ଅଭିଯାନ । ସେପଟେ ଇଂଲଣ୍ଡ ମଧ୍ୟ ୱେଲ୍‌ସ୍‌ ବିପକ୍ଷ ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରି ବିଜୟଲାଭ କରିଛି । ରବିବାର ଦ୍ବିତୀୟ ମ୍ୟାଚରେ ଇଂଲଣ୍ଡ ଓ ଭାରତ ପରସ୍ପରକୁ ଭେଟିବେ । ତେବେ ଉଭୟ ଭାରତ ଓ ଇଂଲଣ୍ଡ ପ୍ରଥମ ମ୍ୟାଚ ବିଜୟରୁ ବିଶ୍ବକପ ଅଭିଯାନ ଆରମ୍ଭ କରିଥିବାବେଳେ ଉଭୟଙ୍କ ମଧ୍ୟରେ ପରବର୍ତ୍ତୀ ମୁକାବିଲାରେ କଡ଼ା ମୁକାବିଲା ଦେଖିବାକୁ ମିଳିବ ।

'ଭାରତକୁ ଆଟାକିଂ ହକି ଖେଳିବାକୁ ପଡ଼ିବ': SAI (Sports Authority of India) କୋଚ ବି ଟି ଶଙ୍କର କହିଛନ୍ତି, "ଭାରତର ପ୍ରଥମ ମ୍ୟାଚ ବିଜୟ ପରେ ସମସ୍ତେ ବେଶ ଉତ୍ସାହିତ ଅଛୁ । ୱେଲ୍‌ସ୍‌ ବିପକ୍ଷରେ ଇଂଲଣ୍ଡର ଖେଳକୁ ଆମେ ପୁରା ଅନୁଧ୍ୟାନ କରିଛୁ । ଇଂଲଣ୍ଡ ଦଳ ରାଇଟ ୱିଙ୍ଗ ଏବଂ ମିଡ ଫିଲ୍ଡରେ ବେଶ ସୁଦୃଢ ରହିଛି । କିନ୍ତୁ ଲେଫ୍ଟ ୱିଙ୍ଗରେ ଦଳ ସେତେଟା ସୁଦୃଢ ନାହିଁ । ଭାରତୀୟ ଖେଳାଳି ମାନଙ୍କୁ ଏହା ଉପରେ ଧ୍ୟାନ ଦେବାକୁ ପଡିବ । ଚାରିପଟୁ ଘେରି ଆଟାକିଂ ହକି ଖେଳିବାକୁ ପଡିବ । ବିଶେଷ କରି ଲେଫ୍ଟ ୱିଙ୍ଗରେ ଆଟାକ କରିବାକୁ ପଡିବ ।"

'ଇଂଲଣ୍ଡ ଏକ ଶକ୍ତିଶାଳୀ ବିପକ୍ଷ': ଅନ୍ୟପଟେ କ୍ରୀଡ଼ା ସମୀକ୍ଷକ ସମ୍ବିତ ମହାପାତ୍ରଙ୍କ ମତରେ, "ସ୍ପେନ ବିପକ୍ଷ ମ୍ୟାଚରେ ପେନାଲ୍‌ଟିକୁ ଗୋଲରେ କନଭର୍ଟ କରିବାରେ ଭାରତୀୟ ଅଧିନାୟକ ହରମନପ୍ରୀତ ଏତେଟା ସଫଳ ହୋଇନାହାନ୍ତି । ତାଙ୍କୁ ଟିକିଏ ସଜାଗ ହେବାକୁ ପଡିବ । ଏଥିସହ ହାର୍ଦ୍ଦିକ ଏବଂ ଆକାଶ ଦୀପଙ୍କୁ ମଧ୍ୟ ପ୍ରସ୍ତୁତ ହୋଇ ପଡିଆକୁ ଓହ୍ଲାଇବାକୁ ପଡିବ । ସେହିଭଳି ଦୁଇ ଓଡିଆ ପୁଅ ଅମିତ ରୋହିଦାସ ଓ ନିଲମ ସଞ୍ଜୀପ ଖେସ ସ୍ପେନ ବିପକ୍ଷ ମ୍ୟାଚରେ ବେଶ ଚମକିଛନ୍ତି । ତଥାପି ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଫରୱାର୍ଡ ଉପରେ ଅଧିକ ଧ୍ୟାନ ଦେବାକୁ ପଡିବ । ସ୍ପେନ ବିପକ୍ଷ ମ୍ୟାଚର ତ୍ରୁଟିକୁ ସୁଧାରି ଦଳକୁ ଆଗକୁ ବଢିବାକୁ ପଡିବ । କାରଣ ଏଫଆଇଏଚ ରାଙ୍କରେ ଇଂଲଣ୍ଡ ଭାରତ ଠାରୁ ସାମାନ୍ୟ ଉପରେ ରହିଛି । ଏପରିକି ପୂର୍ବରୁ ଖେଳାଯାଇଥିବା ଭାରତ-ଇଂଲଣ୍ଡ ମ୍ୟାଚ ୪-୪ରେ ଅମିମାଂସିତ ରହିଥିଲା । ତେଣୁ ଇଂଲଣ୍ଡ ଏକ ଶକ୍ତିଶାଳୀ ବିପକ୍ଷ । ତାକୁ ମାତ ଦେବାକୁ ହେଲେ ଉଭୟ ଡିଫେନ୍ସ ଏବଂ ଫରୱାର୍ଡରେ ଖେଳାଳିମାନଙ୍କୁ ଭଲ ପ୍ରଦର୍ଶନ କରିବାକୁ ପଡିବ ।"

ବିଶ୍ବ ହକି ମାନ୍ୟତା ତାଲିକାର ଷଷ୍ଠରେ ଥିବା ଶକ୍ତିଶାଳୀ ଭାରତ ଚଳିତ ବିଶ୍ବକପର ପ୍ରଥମ ମ୍ୟାଚରେ ୨-୦ ଗୋଲରେ ପ୍ରତିପକ୍ଷ ସ୍ପେନକୁ ପରାସ୍ତ କରିଛି । ଏବେ ସମସ୍ତଙ୍କ ନଜର ରହିଛି ଭାରତ ଓ ଇଂଲଣ୍ଡ ମ୍ୟାଚ ଉପରେ । କାରଣ ଏହି ମ୍ୟାଚ ଭାରତ ପାଇଁ ଟର୍ଣ୍ଣିଂ ପଏଣ୍ଟ ହୋଇପାରେ । ତେବେ ଏହି ମ୍ୟାଚ୍‌ରେ ମଧ୍ୟ ଭାରତ ଭଲ ପ୍ରଦର୍ଶନ କରି ବିଜୟ ହାସଲ କରିବ ବୋଲି କ୍ରୀଡ଼ା ସମୀକ୍ଷକ ଓ ଭାରତୀୟ ପ୍ରଶଂସକ ମାନେ ମତ ରଖିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ୱର/ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.