ETV Bharat / state

ସାମୟିକ କଳା ଓ କ୍ରୀଡ଼ା ସହାୟକ ନେବେ କ୍ଲାସ, ମାସକୁ ୨୪ ପିରିୟଡ - ସାମୟିକ କଳା ଓ କ୍ରୀଡ଼ା ସହାୟକ

ଉଚ୍ଚ ପ୍ରାଥମିକ ଶ୍ରେଣୀ ଗୁଡ଼ିକ ପାଇଁ ନିଯୁକ୍ତ ସାମୟିକ କଳା ଓ କ୍ରୀଡ଼ା ସହାୟକ ପିଲାମାନଙ୍କୁ ପଢ଼ାଇବେ । ମାସକୁ ନେବେ ୨୪ଟି କ୍ଲାସ । ଅଧିକ ପଢନ୍ତୁ

ସାମୟିକ କଳା ଓ କ୍ରୀଡ଼ା ସହାୟକ ନେବେ କ୍ଲାସ
ସାମୟିକ କଳା ଓ କ୍ରୀଡ଼ା ସହାୟକ ନେବେ କ୍ଲାସ
author img

By

Published : Aug 7, 2023, 9:45 AM IST

ଭୁବନେଶ୍ବର: ଏଣିକି ପିଲାଙ୍କୁ ପାଠ ପଢାଇବେ ସାମୟିକ କଳା ଓ କ୍ରୀଡ଼ା ସହାୟକ । ମାସକୁ ଅତିକମ୍‌ରେ ସେମାନେ ୨୪ଟି ପିରିୟଡ୍ ନେବା ସହ ସେମାନଙ୍କୁ ସପ୍ତାହକୁ ୬ଟି ପିରିୟଡ୍ ନେବାକୁ ପଡ଼ିବ । ଜବ୍‌ ଚାର୍ଟ ଅନୁସାରେ ସାମୟିକ କଳା ଓ କ୍ରୀଡ଼ା ସହାୟକଙ୍କୁ ପିରିୟଡ୍ ଆବଣ୍ଟନ କରାଯିବ । ଯାହାଫଳରେ ସେମାନେ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଦ୍ବାରା ପ୍ରସ୍ତୁତ ସମୟ ନିର୍ଘଣ୍ଟ ମୁତାବକ କ୍ଲାସ୍ ନେଇ ପାରିବେ । ତେବେ ଏନେଇ ଆବଶ୍ୟକ ପଦକ୍ଷେପ ନେବା ସହ ଏହି ନିର୍ଦ୍ଦେଶ ସମ୍ପର୍କରେ ପ୍ରଧାନ ଶିକ୍ଷକମାନଙ୍କୁ ଅବଗତ କରିବାକୁ ଓସେପା ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ କୁହାଯାଇଛି ।

ତେବେ ସାମୟିକ କଳା ସହାୟକଙ୍କ ଜବ୍‌ଚାର୍ଟ ଅନୁସାରେ, ସେମାନେ ବିଦ୍ୟାଳୟ ଅବଧି ସମୟରେ ଉପସ୍ଥିତ ରହିବେ । ଏଥିସହ ପ୍ରଧାନ ଶିକ୍ଷକଙ୍କ ଦ୍ବାରା ପ୍ରସ୍ତୁତ ସମୟ ନିର୍ଘଣ୍ଟ ଅନୁସାରେ କ୍ଲାସ୍ ନେବେ । ଆବଶ୍ୟକସ୍ଥଳେ ପ୍ରଧାନ ଶିକ୍ଷକ ଓ ଅନ୍ୟ ଶିକ୍ଷକଙ୍କୁ ପାଠପଢ଼ାରେ ସାହାଯ୍ୟ କରିବେ । ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ଦିଗର ଉନ୍ନତି ପାଇଁ କ୍ରିୟାତ୍ମକ ଯୋଜନା ପ୍ରସ୍ତୁତି ଏବଂ ପ୍ରଧାନ ଶିକ୍ଷକଙ୍କ ପରାମର୍ଶକ୍ରମେ ସେମାନେ କାର୍ଯ୍ୟ କରିବେ । ଏହାସହ ବିଦ୍ୟାଳୟ ପାଠ୍ୟ ଖସଡ଼ା ତଥା ରାଜ୍ୟ ଶିକ୍ଷକ ଓ ଶିକ୍ଷା ଗବେଷଣା ପ୍ରତିଷ୍ଠାନ ତରଫରୁ ପ୍ରସ୍ତୁତ କରାଯାଇଥିବା ଶୈଖିକ ସମୟ ନିର୍ଘଣ୍ଟ ଏବଂ କାର୍ଯ୍ୟଧାରା ଅନୁସାରେ କାର୍ଯ୍ୟକ୍ରମକୁ ବିଦ୍ୟାଳୟରେ ପରିଚାଳନା କରିବେ ।

ସେହିପରି ପ୍ରତି ମାସର ଶନିବାର ଦିନ ବିଦ୍ୟାଳୟରେ ପିଲାଙ୍କୁ ଉତ୍ସାହିତ କରିବା ନିମନ୍ତେ ସେମାନଙ୍କ କୃତି ଗୁଡ଼ିକୁ ନେଇ କଳା ପ୍ରଦର୍ଶନୀ କରିବେ । ପିଲାମାନଙ୍କ ଅଗ୍ରଗତିର ଧାରାକୁ ବିଭିନ୍ନ ପ୍ରକାର ସାଧନ ମାଧ୍ୟମରେ ମାପିବା ସହ ପିଲାଙ୍କ କଳା ବିଷୟ‌‌ରେ ସାମର୍ଥ୍ୟ ବୃଦ୍ଧି ପାଇଁ ଚେଷ୍ଟା କରିବେ । ସେହିପରି ସାମୟିକ କ୍ରୀଡ଼ା ସହାୟକମାନେ ବିଦ୍ୟାଳୟ ଅବଧି ସମୟରେ ଉପସ୍ଥିତ ରହିବା ସହ ପ୍ରଧାନ ଶିକ୍ଷକଙ୍କ ଦ୍ବାରା ପ୍ରସ୍ତୁତ ସମୟ ନିର୍ଘଣ୍ଟ ଅନୁସାରେ କାମ କରିବେ । ପ୍ରଧାନ ଶିକ୍ଷକଙ୍କ ନିର୍ଦେଶକ୍ରମେ ସେମାନେ ସକାଳ ବେଳା କିମ୍ବା ଉପର ବେଳା ଉପସ୍ଥିତ ହେବେ ।

ଏହା ମଧ୍ୟ ପଢନ୍ତୁ- ଶିକ୍ଷା ସମ୍ପର୍କିତ ଷ୍ଟାଣ୍ଡିଙ୍ଗ କମିଟି ବୈଠକ, ନୂଆ କୋର୍ସ ଖୋଲିବା ଦିଗରେ ଫୋକସ

ବି‌ଶେଷ କରି ଅପରାହ୍ନରେ ସେମାନେ ଉପସ୍ଥିତ ହେବା ସହ ପାଠ୍ୟକ୍ରମ ଅନୁଯାୟୀ ପିଲାଙ୍କ ପାଇଁ ଖେଳ ଓ କସରତ କରାଇବେ । ପ୍ରତି ଶନିବାର ସମୂହ ବ୍ୟାୟାମ କରାଯିବ । ବିଦ୍ୟାଳୟ ପରେ ୩୦ ମିନିଟ୍ (୪ଟାରୁ ୪ଟା ୩୦) ଉପସ୍ଥିତ ରହି ପିଲାମାନଙ୍କର ଶାନ୍ତିଶୃଙ୍ଖଳା ରକ୍ଷା କରିବା ସହ ସେମାନଙ୍କୁ ନେଇ ବିଭିନ୍ନ ପ୍ରକାରର ଖେଳ କରାଇବେ। ପିଲାଙ୍କ ପାଇଁ ହେଉଥିବା ବୌଦ୍ଧିକ କାର୍ଯ୍ୟକ୍ରମ ଯଥା-ଡ୍ରିଲ, ଯୋଗ, ଖେଳ ଆଦିକୁ ସୂଚାରୁରୂପେ ସମ୍ପାଦନ କରିବା ନେଇ କ୍ରିୟାତ୍ମକ ଯୋଜନା ପ୍ରଧାନ ଶିକ୍ଷକଙ୍କୁ ଦେବେ। ଏହାସହ ଶ୍ରେଣୀଭିତ୍ତିକ କ୍ରୀଡ଼‌ା ପାଠ୍ୟକ୍ରମ ମଧ୍ୟ ସମାପ୍ତ କରିବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.