ETV Bharat / state

2ବର୍ଷ ପରେ ଆରମ୍ଭ ହେଲା ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସରଗି ଫୁଲ

author img

By

Published : Dec 20, 2022, 12:56 PM IST

Updated : Dec 20, 2022, 4:54 PM IST

ଭୁବନେଶ୍ଵର ଆଦିବାସୀ ପଡିଆରେ ଅନୁଷ୍ଠିତ ହେଲା ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସରଗି ଫୁଲ 2022 । ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହନ କରିବା ପାଇଁ ଏହି ମହୋତ୍ସବ ଅନୁଷ୍ଠିତ ହୋଇଛି । ଅଧିକ ପଢ଼ନ୍ତୁ

sargi phul 2022
ସରଗି ଫୁଲ 2022
ସରଗି ଫୁଲ 2022

ଭୁବନେଶ୍ବର: 2 ବର୍ଷ ପରେ ପୁଣି ଆରମ୍ଭ ହେଲା ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସରଗି ଫୁଲ 2022 । ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କୁ ଅଧିକ ପ୍ରୋତ୍ସାହନ କରିବା ପାଇଁ ଏହି ମହୋତ୍ସବ ଅନୁଷ୍ଠିତ ହୋଇଛି । ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ ପଷରୁ ଏହା ଆୟୋଜନ କରାଯାଇଛି । ମହୋତ୍ସବକୁ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା ଉଦଘାଟନ କରିଛନ୍ତି ।

ଭୁବନେଶ୍ଵର ଆଦିବାସୀ ପଡିଆରେ ଅନୁଷ୍ଠିତ ଶିଶୁ ମହୋତ୍ସବ 4 ଦିନ ଧରି ଚାଲିବ । ଏଥିରେ 30ଟି ଜିଲ୍ଲାର ସମସ୍ତ ସ୍କୁଲର ଏସ୍‌ସି ଏବଂ ଏସ୍‌ଟି ଛାତ୍ରଛାତ୍ରୀ ଯୋଗ ଦେଇଛନ୍ତି । ଏହି 4 ଦିନରେ ପିଲାଏ ବିଭିନ୍ନ କଳା କୌଶଳ ପ୍ରଦର୍ଶନ କରିବେ । ଚଳିତ ବର୍ଷ 1057 ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିବା ବେଳେ 159 ପ୍ରଶିକ୍ଷକ ଓ ଶିକ୍ଷକ, ଶିକ୍ଷୟିତ୍ରୀ ଯୋଗଦେଇଛନ୍ତି । ମୋଟ 25ଟି ୱାର୍କସପ ଷ୍ଟଲ କରାଯାଇଥିବା ବେଳେ 23ଟି ତାଲିମ କେନ୍ଦ୍ର କରାଯାଇଛି । 2010 ମସିହାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ଏସ୍‌ସି ଏବଂ ଏସ୍‌ଟି ବିଭାଗ ପକ୍ଷରୁ ଆୟୋଜିତ କରାଯାଉଛି ।

2010 ମସିହା ଠାରୁ ଏହା ଆରମ୍ଭ ହୋଉଛି।ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତିର ଛାତ୍ର ଛାତ୍ରୀମାନଙ୍କର ଆନ୍ତରନିହିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ଓ ସେମନଙ୍କର ଦକ୍ଷତା କୁ ଆହୁରି ବିକାସିତ କରିବା ଏହି ଉତ୍ସବର ମୂଳ ଲକ୍ଷ୍ୟ ଅଟେ। ଏଥିରେ ଅଧିକାଂଶ ଅଂଶଗ୍ରହଣ କରିଥିବା ଛାତ୍ର ଛାତ୍ରୀ ଓ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନ ନିଜ ନିଜ ମଧ୍ୟରେ ଭବାବିନିମୟ କରିବା ସହ ବିଭିନ୍ନ କର୍ମଶାଳା ଓ ପ୍ରତିଯୋଗିତା ରୁ ଶିକ୍ଷ୍ୟା ଲାଭ କରି ଯେଉଁ ଅନୁଭୂତି ଗ୍ରହଣ କରିବେ ତାହାକୁ ସାଙ୍ଗସାଥୀ ଓ ନିଜ ବିଦ୍ୟାଳୟ ତଥା ଆଖପାଖ ବିଦ୍ୟାଳୟକୁ ମଧ୍ୟ ସମ୍ପ୍ରସାରଣ କରିପାରିବେ।

ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି , ଏହି କାର୍ଯ୍ୟକ୍ରମରେ ପ୍ରାୟ 1100 ପିଲା ଓ 150 ଶିକ୍ଷକ ଯୋଗ ଦେଇଛନ୍ତି। 4ଦିନ ଧରି ଏହି କାର୍ଯ୍ୟକ୍ରମ ହେବ। ସରଗି ଫୁଲ ହେଉଛି ଶାଳ ଗଛ ର ଫୁଲ । ସେହିପରି ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କୁ ଅଧିକ ପ୍ରୋତ୍ସାହନ କରିବା ପାଇଁ ଏହି ମହୋତ୍ସବ ଅନୁଷ୍ଠିତ ହୋଇଛି ।

ଅନ୍ୟପଟେ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି , ଆଜି ସରଗି ଫୁଲ 2022 ରାଜ୍ୟସ୍ତରୀୟ ଆୟୋଜନ ହୋଇଯାଇଛି। ଏଥିରେ ବିଭିନ୍ନ ଅନୁଷ୍ଠାନର ପିଲାମାନେ ଏଥିରେ ଯୋଗ ଦେଇଛନ୍ତି। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ଗାଁ ଗହଳିର ପିଲା ମାନଙ୍କର ଯେଉଁ ଲୁକାୟିତ ପ୍ରତିଭା ରହୁଛି ତାହାର ପ୍ରତିଯୋଗୀତା ସମସ୍ତ ଅନୁଷ୍ଠାନ କରିବା ପରେ ଆଜି ଠାରୁ 4 ଦିନ ପର୍ଯ୍ୟନ୍ତ ରାଜ୍ୟସ୍ତରୀୟ ପ୍ରତିଯୋଗୀତ ହେବ ଯାହାଦ୍ବାରା ପିଲାଙ୍କ ମନରେ ଉତ୍ସାହ ସୃଷ୍ଟି ହେବ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 20, 2022, 4:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.