ଭୁବନେଶ୍ୱର: ରାଜଧାନୀରେ ଉଦଘାଟିତ ହୋଇଯାଇଛି ୨୬ ତମ କଳିଙ୍ଗ ପୁସ୍ତକ ମେଳା । ୟୁନିଟ ୩ ପଦର୍ଶନୀ ପଡ଼ିଆ ଠାରେ ଏହି ପୁସ୍ତକ ମେଳା ଆରମ୍ଭ ହୋଇଛି । ଏହାକୁ ମେୟର ସୁଲୋଚନା ଦାସ ଏହାର ଉଦଘାଟନ କରିଛନ୍ତି । ଏହି ପୁସ୍ତକ ମେଳା ୧୭ ତାରିଖରୁ ଆରମ୍ଭ ହୋଇଥିବା ବେଳେ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଦୀର୍ଘ ୧୦ ଦିନ ଧରି ଚାଲିବାକୁ ଥିବା ଏହି ପୁସ୍ତକ ମେଳାରେ ରାଜ୍ୟର କୋଣ ଅନୁକୋଣରୁ ୨୦୦ରୁ ଊର୍ଦ୍ଧ୍ୱ ପ୍ରକାଶକ, ବିତରକ, ବିକ୍ରେତା ତଥା ଶିକ୍ଷା ସମ୍ବନ୍ଧୀୟ ଅନୁଷ୍ଠାନ ଯୋଗ ଦେଇଛନ୍ତି ।
ତେବେ ଗୋଟିଏ ଜାଗାରେ ପାଠକ ମନ ପସନ୍ଦର ପୁସ୍ତକ ମିଳିଥିବାରୁ ଏଣିକି ୧୦ ଦିନ ଧରି ସନ୍ଧ୍ୟା ହେଲେ ପାଠକ, ସାରସ୍ୱତ, ସାଧକ ଓ ନବପ୍ରତିଭା ମାନକ ଭିତରେ ଅପୂର୍ବ ମିଳନ ହେବ ଦେଖିବାକୁ ମିଳିବ । ପୁସ୍ତକ ପ୍ରତି ଅଗ୍ରାହ୍ୟ ଥିବା ପ୍ରତି ବର୍ଗର ଲୋକେ ଆସିବେ ନିଜ ମନ ପସନ୍ଦର ବହି ନେବା ସହ ଏହି ମିଳନରେ ବହି ବା ପୁସ୍ତକର ପ୍ରସଙ୍ଗିକତାକୁ ନେଇ ଆଲୋଚନା ମଧ୍ୟ ହେବ । କାରଣ ଗୁଗୁଲ ଯୁଗରେ ଆଜିର ଯୁବ ପିଢ଼ି ଧୀରେ ଧୀରେ ପୁସ୍ତକର ପ୍ରାଧାନ୍ୟତାକୁ ଭୁଲି ଗଲେଣି । ତେଣୁ ପୁସ୍ତକର ପ୍ରାସଙ୍ଗିକତାକୁ ଅଗ୍ରାହ୍ୟ କରି ଯୁବ ପିଢ଼ି କିଭଳି ଜ୍ଞାନ ଆହରଣ କରିବେ ତାକୁ ନେଇ ଏହି ପୁସ୍ତକ ମେଳାର ଆୟୋଜନ କରାଯାଇଛି । ଚଳିତ ବର୍ଷ ଏହି ମେଳାରେ ପୁସ୍ତକର ବହୁଳ ବିକ୍ରି ପାଇଁ ଆସ ରଖିଛନ୍ତି ପ୍ରକାଶକ ବା ବ୍ୟବସାୟୀ ।
ବ୍ୟବସାୟୀ କହିଛନ୍ତି," ଆଧ୍ୟାତ୍ମିକ ଠାରୁ ଆରମ୍ଭ କରି କାବ୍ୟ ,ଗଳ୍ପ, ରାଜନୈତିକ ଓ ଇତିହାସର ଜ୍ଞାନ ଆହରଣ କରିବାର ସବୁ ବର୍ଗର ପୁସ୍ତକ ଗୋଟିଏ ସ୍ଥାନରେ ରାଜଧାନୀବାସୀଙ୍କ ହାତ ପାହାନ୍ତାରେ ମିଳୁଛି । ତାହା ପୁଣି ରିହାତି ଦରରେ ।" ଅନ୍ୟପଟେ କଳିଙ୍ଗ ପୁସ୍ତକ ମେଳାରେ ଛାତ୍ରଛାତ୍ରୀ ମନକୁ ଉତ୍ସାହିତ କରିବାକୁ ଯାଇ ଦିନରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ସହ ସନ୍ଧ୍ୟାରେ ସାରସ୍ୱତ କଥା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେ । ତେଣୁ ଏହି ସବୁ କାର୍ଯ୍ୟକ୍ରମ ପୁସ୍ତକ ପ୍ରେମୀଙ୍କୁ ଏଠାକୁ ଟାଣି ଆଣିବ ବୋଲି କହିଛନ୍ତି ଅୟୋଜକ ।
ଏହା ମଧ୍ୟ ପଢନ୍ତୁ ...ପାରାଦ୍ବୀପରେ ଜମିବ କଳିଙ୍ଗ ବାଲିଯାତ୍ରା, ଏଥର 8 ଦିନ ମହୋତ୍ସବ ବୁଲିବେ ଲୋକ
ପୁସ୍ତକ ମେଳାର ଉଦଘାଟନୀ ସନ୍ଧ୍ୟାରେ ମେୟର ସୁଲୋଚନା ଦାସଙ୍କ ସମେତ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ସାହିତ୍ୟ ଏକାଡେ଼ମୀ ପୁରସ୍କାର ପ୍ରାପ୍ତ ଲେଖକ ଶାନ୍ତନୁ ଆଚାର୍ଯ୍ୟ ,ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ସ୍ତମ୍ଭକାର ଗୌରହରି ଦାସ ସମ୍ମାନିତ ଅତିଥିଭାବେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ଡକ୍ଟର ସବିତା ଆଚାର୍ଯ୍ୟ, ବରିଷ୍ଠ ସାମ୍ବାଦିକ ସନତ ମିଶ୍ର ପ୍ରମୁଖ ଯୋଗଦେଇଥିଲେ ।
ଇଟିଭି ଭାରତ, ଭୁବନେଶ୍ୱର