ETV Bharat / state

ବନକଲାଗି ବିବାଦ: ରାଜନୀତିରୁ ଓହରି ଲୋକଙ୍କ ଭାବାବେଗ ବୁଝିବା ଦରକାର, କହିଲା ବିଜେପି

author img

By

Published : Jul 29, 2023, 7:54 AM IST

Updated : Jul 29, 2023, 2:14 PM IST

ବନକଲାଗି ନୀତିକୁ ରାଜନୈତିକ ବୟାନବାଜି ଆରମ୍ଭ । ମହାପ୍ରଭୁଙ୍କ କଥାରେ ରାଜନୀତି ପଶିବା ଠିକ ନୁହେଁ କହିଲା ବିଜେପି । ଅଧିକ ପଢନ୍ତୁ

ବନକଲାଗି ନୀତି ବିବାଦ
ବନକଲାଗି ନୀତି ବିବାଦ
ବନକଲାଗି ବିବାଦ

ଭୁବନେଶ୍ବର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବନକଲାଗି ନୀତି 28 ଦିନ ହେଲା ହୋଇପାରିନାହିଁ । ଦାୟିତ୍ବରେ ଥିବା ସେବାୟତ ସମୟ ଗଡାଇ ଚାଲିଥିବା ବେଳେ ଏହାକୁ ନେଇ ତେଜିବାରେ ଲାଗିଛି ଅସନ୍ତୋଷ । ବନକଲାଗି ନୀତି ନେଇ ବସିଥିବା ସବକମିଟି ବୈଠକରେ ନିଷ୍କର୍ସ ବାହାରି ପାରିନି । ଆସନ୍ତା ଅଗଷ୍ଟ 1 ତାରିଖରେ ବସିବାକୁ ଥିବା ପରିଚାଳନା କମିଟି ବୈଠକରେ ଏନେଇ ନିଷ୍ପତ୍ତି ନିଆଯିବ । ତେବେ ଏହି ଘଟଣାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୈତିକ ବୟାନବାଜି । 5T ସଚିବଙ୍କ ଅନୁପସ୍ଥିତି ଯୋଗୁଁ ନୀତିରେ ବାଧା ସୃଷ୍ଟି ହୋଇଛି ବୋଲି କହି କଂଗ୍ରେସ କଟାକ୍ଷ କରିଥିବା ବେଳେ ମହାପ୍ରଭୁଙ୍କ ପ୍ରସଙ୍ଗରେ ରାଜନୀତି ନହେଉ ବୋଲି କହିଛି ବିଜେପି ।

ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, ''ସମସ୍ତଙ୍କର ବଡ଼ ଠାକୁରଙ୍କ କଥାରେ ରାଜନୀତି ପଶିବା ଠିକ ନୁହେଁ । ରାଜନୀତି କରିବା ଲାଗି ସାରା ଓଡିଶା ରହିଛି । ସାଢ଼େ 4 କୋଟି ଲୋକ ଅଛନ୍ତି । ଲୋକଙ୍କ ପାଇଁ ରାଜନୀତି କରାଯାଇପାରେ । କିନ୍ତୁ ବୃହତମ ସ୍ୱାର୍ଥ ଦୃଷ୍ଟିରୁ ସାମାଜିକ ଦୃଷ୍ଟିକୋଣରୁ ବହୁତ କଥାରେ ରାଜନୀତି ନକରିବା ଉଚିତ । ଆଜିକାଲି ଛୋଟ ଛୋଟ କଥା ରାଜନୀତିକୁ ପ୍ରଭାବିତ କରୁଛି । କଂଗ୍ରେସ ଏ ସବୁ ଆରମ୍ଭ କରିଥିଲା, ବିଜେଡି ଚରମ ସୀମାରେ ପହଞ୍ଚିଲାଣି । ଏହାକୁ ଆମେ ନିନ୍ଦା କରୁଛୁ । ଜଗନ୍ନାଥଙ୍କ ପ୍ରସଙ୍ଗରେ ସରକାର ତାଙ୍କ ଜିଦରୁ ଓହରିବା ଦରକାର । ପ୍ରଶାସନକୁ ସରକାର ଠିକ ମାର୍ଗ ଦେଖାଇବା ଉଚିତ । ଠିକ ପରାମର୍ଶ ବି ଦେବା ଉଚିତ । ଅନୁରୋଧ କାମ ନକଲେ ନିର୍ଦ୍ଦେଶ ଦେବା ଉଚିତ । ରାଜନୀତିରୁ ଓହରି ସାଢ଼େ 4 କୋଟି ଲୋକଙ୍କ ମନରେ ଥିବା ପ୍ରତିକ୍ରିୟାକୁ ବୁଝିବା ଦରକାର ।''

ଏହାମଧ୍ୟ ପଢନ୍ତୁ: ମଣିମା 5Tଙ୍କୁ ଅନେଇ ବସିଛନ୍ତି, ସେ ଆସି ବୁଝେଇଦେଲେ ବନକଲାଗି ହୋଇଯିବ: କଂଗ୍ରେସ

କଂଗ୍ରେସ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରିଛି ଯେ, ଅଣ ଓଡ଼ିଆ ଅଫିସରଙ୍କ ଓଡ଼ିଶାରେ ଅନୁପସ୍ଥିତ ପାଇଁ ବନକଲାଗି ନୀତିରେ ବାଧା ସୃଷ୍ଟି ହୋଇଛି । ରାଜ୍ୟରେ ମଣିମା ତଥା ମୁଖ୍ୟମନ୍ତ୍ରୀଙ୍କ ଚଳତି ପ୍ରତିମାଙ୍କ ଅନୁପସ୍ଥିତ ପାଇଁ ନୀତି ବନ୍ଦ ହୋଇ ରହିଛି । ଶ୍ରୀମନ୍ଦିର ପ୍ରଶାସକ ଚାହିଁଲେ ବିବାଦରେ ପୂର୍ଣ୍ଣଚ୍ଛେଦ ପଡ଼ିପାରନ୍ତା । ତାଙ୍କ ଦ୍ବାରା ବିବାଦ ସମାଧାନ ହୋଇଗଲେ କାଳେ ସେ ମାଇଲେଜ ନେଇଯିବେ ସେଥିପାଇଁ ଏ ବିବାଦ ବଢ଼ିବାରେ ଲାଗିଛି । କାଳ ବିଳମ୍ବ ନକରି, ଚଳନ୍ତି ପ୍ରତିମାଙ୍କୁ ଅପେକ୍ଷା ନକରି ନୀତି କରନ୍ତୁ ବୋଲି କଂଗ୍ରେସ କଟାକ୍ଷ କରିଛି । ସେପଟେ ଏହାର ଜବାବ ରଖିଛନ୍ତି ବିଜେଡି ବିଧାୟକ ।

ବିଜେଡି ବିଧାୟକ ଧ୍ରୁବ ସାହୁ କହିଛନ୍ତି ଯେ, ସରକାର ସବୁବେଳେ ସମସ୍ତ ଦାୟିତ୍ବ ନେଇଛନ୍ତି । ଜଗନ୍ନାଥଙ୍କର ବଡ଼ ଭକ୍ତ ନବୀନ ପଟ୍ଟନାୟକ । ଜଗନ୍ନାଥଙ୍କ ନୀତିକାନ୍ତିରେ କେମିତି ତ୍ରୁଟି ନହେବ ସେଥିପାଇଁ ସରକାର ଯତ୍ନବାନ ଅଛନ୍ତି । ଏନେଇ ସମାଧାନର ବାଟ ବାହାରିବ । ଜଗନ୍ନାଥଙ୍କ ନୀତିକାନ୍ତିରେ କୌଣସି ତ୍ରୁଟି ହେବ ନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 29, 2023, 2:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.