ଖୋର୍ଦ୍ଧା : ଚିଲିକାରେ ଚିଙ୍ଗୁଡ଼ି ଘେରି ମାଫିଆଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢିବାରେ ଲାଗିଛି । ବେଆଇନ ଭାବେ ନିଳାମ୍ବୁ ଚିଲିକାର ପରିବେଶକୁ ନଷ୍ଟ କରି ନିର୍ମାଣ କରି ଚାଲିଛନ୍ତି ଚିଙ୍ଗୁଡି ଘେରି । ଯାହାର ଶିକାର ହେଉଛନ୍ତି ନିରୀହ ମତ୍ସ୍ୟଜୀବୀ । ପ୍ରଶାସନ ବାରମ୍ବାର ଘେରି ଉଚ୍ଛେଦ ଜାରି ରିଖିଥିବାବେଳେ ମାଫିଆମାନେ ପୁନର୍ବାର ଘେରି ନିର୍ମାଣ କରି ଲକ୍ଷ ଲକ୍ଷ ଟଙ୍କା ଉପାର୍ଜନ କରୁଛନ୍ତି । ଚିଲିକାରେ ଘେରି ନିର୍ମାଣ କରୁଥିବା ମାଫିଆଙ୍କୁ ସାବାଡ କରିବା ପାଇଁ ଅଣ୍ଟା ଭିଡିଛି ସ୍ଥାନୀୟ ପ୍ରଶାସନ ।
ଆଜି ଚିଲିକା ତହସିଲଦାରଙ୍କ ଅଭିଯୋଗ କ୍ରମେ ଟାଙ୍ଗୀ ପୋଲିସ ବେଆଇନ ଘେରି ଚଳାଇଥିବା ୬ ଜଣଙ୍କୁ ଗିରଫ କରିଛି । ଗିରଫ ଚିଙ୍ଗୁଡ଼ି ମାଫିଆମାନେ ହେଲେ ଟାଙ୍ଗୀ ଥାନା ହାଟ ବରଡି ଗ୍ରାମର ହାକିମ ଭୋଳ, ବିଜୟ ଭୋଳ, ଗଣେଷ ଭୋଳ,ବାବୁଲ ବରାଳ, ଲକ୍ଷ୍ମୀଧର ରାଉତରା ଓ ଉପେନ୍ଦ୍ର ବିଶ୍ବାଳ । ଗିରଫଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତ କୋଭିଡ ସଂକ୍ରମିତ ଜଣାପଡିବାରୁ ତାକୁ ଥାନା ପରିସରରେ ଆଇସୋଲେସନରେ ରଖାଯାଇଥିବା ଟାଙ୍ଗି ପୋଲିସ ସୂଚନା ଦେଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ