ETV Bharat / state

ଖୋର୍ଦ୍ଧାରେ ବେଆଇନ ପଥର ଖନନ, ଲୁଟ ହେଉଛି ଲକ୍ଷାଧିକ ଟଙ୍କାର ମାଙ୍କଡା ପଥର - khurda news

ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକର କୁଞ୍ଜୁରୀ ଗାଁରେ ଖୁଲମଖୁଲା ଚାଲିଛି ବେଆଇନ ପଥର ଖନନ । ପଥର ମାଫିଆମାନେ ରାସ୍ତାକଡରୁ ଲୁଟି ନେଉଛନ୍ତି ଲକ୍ଷାଧିକ ମୂଲ୍ୟର ମାଙ୍କଡା ପଥର । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
author img

By

Published : Oct 24, 2019, 10:21 PM IST

ଖୋର୍ଦ୍ଧା : ଖୋର୍ଦ୍ଧାରେ ମାଙ୍କଡା ପଥର ମାଫିଆଙ୍କ ରାଜ୍‌ । ବେଗୁନିଆ ବ୍ଲକର କୁଞ୍ଜୁରୀ ଗାଁରେ ଖୁଲମଖୁଲା ଚାଲିଛି ବେଆଇନ ପଥର ଖନନ । ରାସ୍ତାକଡରୁ ଲୁଟି ନେଉଛନ୍ତି ଲକ୍ଷାଧିକ ମୂଲ୍ୟର ମାଙ୍କଡା ପଥର । ରାତାରାତି ପଥର ଖୋଳିବା ସହ ରାସ୍ତା କଡରେ ବଡ ବଡ ଗାତ ସୃଷ୍ଟି କରୁଛନ୍ତି । ଖାଲି ସେତିକି ନୁହେଁ ଖଣି ଖନନ ହେଉଥିବାରୁ ଶବ୍ଦ ପ୍ରଦୂଷଣ ଓ ବାୟୁ ପ୍ରଦୂଷଣ ମଧ୍ୟ ହେଉଛି । ଯାହାକି ସ୍ଥାନୀୟ ଲୋକଙ୍କ ଜୀବନକୁ ଅତିଷ୍ଟ କରିସାରିଲାଣି ।

ଖୋର୍ଦ୍ଧାରେ ପଥର ମାଫିଆଙ୍କ ରାଜ୍‌

ବେଆଇନ ଖଣି ଖନନ ପାଇଁ ଜଙ୍ଗଲ ନଷ୍ଟ ସହ ବହୁ ମୂଲ୍ୟବାନ ଗଛ ହଜିଗଲାଣି । ହେଲେ ଏହାର ପ୍ରତିବାଦ କରିବାରୁ ସ୍ଥାନୀୟ ଲୋକଙ୍କୁ ଖଣି ମାଫିଆ ମାନେ ହତ୍ୟା ଧମକ ଦେଉଥିବା ଅଭିଯୋଗ ହୋଇଛି । ସେପଟେ ପ୍ରଶାସନର ଆଶ୍ରା ଲୋଡିଲେ ବି ପ୍ରଶାସନ ଚୁପ୍‌ । ଅଞ୍ଚଳରେ ଖଣି ମାଫିଆଙ୍କ ଦୌରାତ୍ମ୍ୟ ବଢିଥିବା ମାନିବା ସହ ନିଜ ଉପରେ ରିକ୍ସ ଥିବା କହୁଛନ୍ତି ପ୍ରଶାସନିକ ଅଧିକାରୀ । ଖାଲି ବେଆଇନ ଖଣି ଖନନ ସ୍ଥାନରେ 144 ଧାରା ଲଗାଯିବ କହି କେବଳ ଆଶ୍ବାସନା ଦେଉଛନ୍ତି ।

ଜିଲ୍ଲାପାଳଙ୍କୁ ଏନେଇ ତିନି ମାସ ହେବ ସ୍ଥାନୀୟ ଲୋକେ ଅବଗତ କରିଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ବାଧ୍ୟ ହୋଇ ଲୋକେ ରାଜରାସ୍ତାକୁ ଓହ୍ଲାଉଛନ୍ତି । ତେବେ ଜିଲ୍ଲାର ମୋଟ 29ଟି ମାଙ୍କଡା ଓ ମୋରାମ ଖଣି ନିଲାମ ଦିଆଯାଇଥିବାବେଳେ 50ରୁ ଅଧିକ ବେଆଇନ ଖଣି ଖନନ ଚାଲିଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, 2018-19 ଆର୍ଥିକ ବର୍ଷରେ ମାଙ୍କଡା ଖଣି ନିଲାମ ଏବଂ ଜୋରିମାନା ବାବଦରେ ଜିଲ୍ଲା ପ୍ରଶାସନ 14କୋଟି 56ଲକ୍ଷ 2ହଜାର ଟଙ୍କା ଆଦାୟ କରିଛି । ବେଆଇନ ଖଣି କାରବାର ତଦନ୍ତ କ୍ରାଇମବ୍ରାଞ୍ଚର ଏସଟିଏଫ କରୁଥିବାବେଳେ ଏପର୍ଯ୍ୟନ୍ତ ଜିଲ୍ଲାର ମୋଟ 20ଜଣ ଖଣି ମାଫିଆଙ୍କୁ ଗିରଫ କରିଛି ।

ସେହିପରି ଜିଲ୍ଲାର ବେଗୁନିଆ, ବୋଲଗଡ, ଟାଙ୍ଗି, ଭୁବନେଶ୍ବର, ବାଲିପାଟଣା, ବାଲିଅନ୍ତାରେ ମୋଟ 29ଟି ମାଙ୍କଡା ଓ ମୋରାମ ଖଣି ନିଲାମ ଦେଇଛି ପ୍ରଶାସନ । କିନ୍ତୁ ଏହା ବାଦ ଜିଲ୍ଲାର ବରପଦା, ବ୍ରାହ୍ମଣପୁଟ, କଙ୍କଡାହାଡ, ଆଡଖଣ୍ଡିଆ, ଭାଟପଡା,କୋତଳାଙ୍ଗ,ଡିଙ୍ଗର, ରାଉତପଡା, ନିଆଁମୁଁହା, ଲୋକିପୁର, ବିଞ୍ଚିଣି ଆଦି ଅଞ୍ଚଳରେ 50ରୁ ଅଧିକ ବେଆଇନ ମାଙ୍କଡା ଓ ମୋରମ ଖଣି ରହିଛି । ପ୍ରଶାସନ ଏବଂ ଏସଟିଏଫ ପକ୍ଷରୁ ଜୋରଦାର ଚଢାଉ କରାଯାଉଥିଲେ ମଧ୍ୟ ମାଫିଆମାନେ ଚତୁରତାର ସହ କୋଟି କୋଟି ଟଙ୍କାର ରାଜସ୍ବ ଲୁଟ କରିବାରେ ସକ୍ଷମ ହେଉଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ଖୋର୍ଦ୍ଧା : ବେଆଇନ ମାଙ୍କଡ଼ା ପଥର ଖଣି ପାଇଁ ଅତିଷ୍ଠ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ କୁଞ୍ଜୁରୀ ପଂଚାୟତ ବାସୀ । ଖାଲ ଖମା ସହ ଧୂଳି ଏବଂ ଜଙ୍ଗଲ ଧ୍ୱଂସ କରିବାରେ ଲାଗିପଡିଛନ୍ତି ପଥର ମାଫିଆ । ଏହାର ପ୍ରତିବାଦ କଲେ ମିଳୁଛି ଧମକ । ଯେଉଁଥି ପାଇଁ ତେଜିବାରେ ଲାଗିଛି ଜନ ଅସନ୍ତୋଷ ।

Body:ଚୋରା ମାଙ୍କଡ଼ା ପଥର ମାଫିଆଙ୍କ କବଜାରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ କୁଞ୍ଜୁରି ପଂଚାୟତର ଗ୍ରାମ୍ୟ ଜଙ୍ଗଲ ଜମି । ଦିନ ଦ୍ୱିପ୍ରହରେ ପ୍ରଶାସନ ଦୃଷ୍ଟି ଆଢୁଆଳରେ ଚାଲିଛି ପଥର କଟା । ଟ୍ରକ ଏବଂ ଟ୍ରାକ୍ଟର ସାହାଯ୍ୟରେ ଏହି ପଥର ଚୋରା ଚାଲାଣ କରାଯାଉଛି । ତେବେ ଏହି ବେଆଇନ ଖଣି ପାଇଁ ଅତିଷ୍ଠ ହୋଇପଡିଲେଣି ସ୍ଥାନୀୟ ଜନସାଧାରଣ । ରାସ୍ତା କଡରେ ବଡ଼ ବଡ଼ ଖାଲ ସହ ଶବ୍ଦ ପ୍ରଦୂଷଣ ଓ ବାୟୁ ପ୍ରଦୂଷଣ ସ୍ଥାନୀୟ ଲୋକଙ୍କ ପାଇଁ ଅସହ୍ୟ ହୋଇପଡ଼ିଲାଣି । ଯାହାକୁ ନେଇ ପ୍ରତିବାଦ କରିଛନ୍ତି ସ୍ଥାନୀୟ ଅଂଚଳବାସୀ ।

ବାଇଟ1-ବନମାଳୀ ସାହୁ,ସ୍ଥାନୀୟ ଲୋକ
2-ଅଶୋକ କୁମାର ପଣ୍ଡା,ସ୍ଥାନୀୟ ଲୋକ
3-ଆଶିଷ,ସ୍ଥାନୀୟ ଯୁବକ

ସ୍ଥାନୀୟ ଅଞ୍ଚଳରେ ବହୁ ସରକାରୀ ଏବଂ ଶ୍ରୀ ଜଗନ୍ନାଥଙ୍କ ଜମିରେ ଚାଲିଛି ବେଆଇନ ଖଣି ଖନନ । ଜଙ୍ଗଲ ନଷ୍ଟ ସହ ବହୁ ମୂଲ୍ୟବାନ ଗଛ ମଧ୍ୟ ହଜିଗଲାଣି ଏହି ମାଫିଆଙ୍କ ପାଇଁ । ଏହି ମାଫିଆଙ୍କ ମୁଣ୍ଡରେ ନେତା ମନ୍ତ୍ରୀଙ୍କ ଆଶୀର୍ବାଦ ଥିବାରୁ ଏମାନେ ନିର୍ଭୟରେ ଏହି ଖଣି ଖୋଳି ବ୍ୟବସାୟ ଚଳାଇଛନ୍ତି । ଆଉ ପ୍ରତିବାଦ କରୁଥିବା ଲୋକଙ୍କୁ ହତ୍ୟା ଧମକ ଦେବାକୁ ପଛାଉ ନାହାନ୍ତି । ବେଆଇନ ପଥର ଖନନ ଦ୍ୱାରା ସରକାର କୋଟି କୋଟି ଟଙ୍କାର ରାଜସ୍ୱ ହେଉଛନ୍ତି । ବିଗତ ଦିନରେ କୁଞ୍ଜୁରୀ ଗ୍ରାମର ସହ ସହ ମହିଳା ଓ ପୁରୁଷ ଏକାଠି ହୋଇ ବେଗୁନିଆ ବ୍ଲକ କାର୍ଯ୍ୟାଳୟ ଘେରାଉ କରିବା ସହ ଜିଲାପାଳଙ୍କୁ ଖଣି ବନ୍ଦ ପାଇଁ ଅନୁରୋଧ କରିଥିଲେ । ଅଂଚଳରେ ଖଣି ମାଫିଆମାନଙ୍କ ଦୋୖରାତ୍ମ୍ୟ ବଢିଥିବା ସ୍ୱୀକାର କରିବାସହ ବେଆଇନ ଖଣି ଖନନ ସ୍ଥାନରେ 144 ଧାରା ଲଗାଯିବ ବୋଲି କହିଛନ୍ତି ।

ବାଇଟ4-ସଂଗ୍ରାମ କେଶରୀ ମିଶ୍ର,ସ୍ଥାନୀୟ ଲୋକ
5-ଅବିନାଶ ପ୍ରଧାନ,ସ୍ଥାନୀୟ ଯୁବକ
6- ବିବେକାନନ୍ଦ ପରିଡା,ତହସିଲଦାର

Conclusion:ବେଆଇନ ମାଙ୍କଡ଼ା ଖଣି ପାଇଁ ଅକାଳରେ ବହୁ ଧନ ଜୀବନ ନଷ୍ଟ ହେବା ସହ ସରକାର କୋଟି କୋଟି ଟଙ୍କାର ରାଜସ୍ବ ହେଉଛନ୍ତି । ଜିଲା ପ୍ରଶାସନ ଏହି ଖଣି ମାଫିଆଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଲେ ପ୍ରାକୃତିକ ସମ୍ପଦର ରକ୍ଷା ହୋଇପାରିବ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.