ETV Bharat / state

ଭିଜିଲାନ୍ସ ଜାଲରେ IDCOLଡେପୁଟି ମ୍ୟାନେଜର, ଏକକାଳୀନ 7ଟି ସ୍ଥାନରେ ଚଢ଼ାଉ

author img

By

Published : Dec 20, 2022, 12:52 PM IST

Updated : Dec 20, 2022, 1:44 PM IST

ଭିଜିଲାନ୍ସ ହାତରେ ଧରା ପଡ଼ିଲେ ଇଡ୍‌କଲ ଡେପୁଟି ମ୍ୟାନେଜର ଗୟା ସାଆନ୍ତରା । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଘର ସମେତ ଏକକାଳୀନ 7ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଛି । ଅଧିକ ପଢ଼ନ୍ତୁ

vigilance raid
ଭିଜିଲାନ୍ସ ଚଢ଼ାଉ
ଭିଜିଲାନ୍ସ ଜାଲରେ IDCOLଡେପୁଟି ମ୍ୟାନେଜର

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଇଡ୍‌କଲ ଡେପୁଟି ମ୍ୟାନେଜର (IDCOL) । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ଡେପୁଟି ମ୍ୟାନେଜର ଗୟା ସାଆନ୍ତରା । ଘର ସମେତ ଏକକାଳୀନ 7ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଛି ।

ଭୁବନେଶ୍ୱର ସ୍ଥିତ ମଞ୍ଚେଶ୍ବର ଶିଳ୍ପାଞ୍ଚଳ ସେକ୍ଟରରେ ଥିବା 3 ମହଲା ବିଲ୍ଡିଂ, ଜୟଦେବ ବିହାର ସ୍ଥିତ ନିର୍ମାଣଧିନ କୋଠା, କୋରାପୁଟ ସୁଙ୍କିରେ ଥିବା ଭଡ଼ା ଘରେ ଭିଜିଲାନ୍ସ ଟିମ ରେଡ୍‌ କରିଛି । ନୟାଗଡ଼ ଓଡ଼ଗାଁ ସ୍ଥିତ ପୈତୃକ ଘର ସମେତ କୋରାପୁଟ ଅମ୍ଫାଭାଲିରେ ଦେଇଥିବା ଅଫିସ ଚାମ୍ବର, ମଞ୍ଚେଶ୍ବରରେ ଥିବା ଗ୍ଲୋବାଲ ଇଞ୍ଜିନିୟରିଂ ପରିସରରେ ଥିବା ବ୍ୟବସାୟିକ ପ୍ରତିଷ୍ଠାନ, ରାୟଗଡ଼ାର ମୁନିଗୁଡ଼ାରରେ ଭିଜିଲାନ୍ସ ଟିମ୍‌ ଛାନଭିନ୍‌ କରୁଛି । ଚଢ଼ାଉ ବେଳେ ବିଭିନ୍ନ ଡକ୍ୟୁମେଣ୍ଟ ସମେତ ସମ୍ପତ୍ତିର ସୁରାକ ପାଇଛି ଭିଜିଲାନ୍ସ । ଡେପୁଟି ମ୍ୟାନେଜରଙ୍କ ନାଁରେ 13ଟି ପ୍ଲଟ ରହିଛି । ଜୟଦେବ ବିହାରରେ ଚାରି ମହଲା ବିଶିଷ୍ଟ ଘର ଓ ପ୍ଲଟ, ମଞ୍ଚେଶ୍ବର ସେକ୍ଟର Aରେ ଥିବା ତିନି ତାଲା ଘର ସହ ପ୍ଲଟ, ବୋତଣ୍ଡାରେ ଏକ ପ୍ଲଟ ରହିଛି । ସେହିପରି ପଳାଶପୁରି ଜଟଣୀରେ ଏକ ପ୍ଲଟ, ବାଲିଅନ୍ତା , ଗାଢକଣାରେ, ପୋଖରିପୁଟ, ପାହାଳ, ଝାରପଡ଼ାରେ ଗୋଟିଏ ଲେଖାଏଁ ପ୍ଲଟ, ଦୋଳିପୁର ଯାଯପୁରରେ 4ଟି ଏବଂ ନୟାଗଡ ଓଡଗାଁରେ ଏକ ପ୍ଲଟ ଭିଜିଲାନ୍ସ ଠାବ କରିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 20, 2022, 1:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.