ETV Bharat / state

3ଟି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ତୁଲାଇନି ବିଜେବି କଲେଜ, ସ୍ପଷ୍ଟୀକରଣ ମାଗିଲା ଉଚ୍ଚଶିକ୍ଷା ବିଭାଗ

author img

By ETV Bharat Odisha Team

Published : Oct 13, 2023, 6:14 PM IST

ବିଜେବି କଲେଜକୁ ସ୍ପଷ୍ଟୀକରଣ ମାଗିଲା ଉଚ୍ଚଶିକ୍ଷା ବିଭାଗ । ୩ଟି ଗୁରୁତ୍ବପୂର୍ଣ୍ଣ ଦାୟିତ୍ୱ ସମ୍ପାଦନ କରିନଥିବାରୁ ତୁରନ୍ତ ସ୍ପଷ୍ଟୀକରଣ ଦେବାକୁ କଲେଜ ଅଧ୍ୟକ୍ଷଙ୍କୁ ଦିଆଯାଇଛି ନିର୍ଦ୍ଦେଶ । ଅଧିକ ପଢନ୍ତୁ

explanation for negligence
ସ୍ପଷ୍ଟୀକରଣ ମାଗିଲା ଉଚ୍ଚଶିକ୍ଷା ବିଭାଗ
explanation for negligence
ସ୍ପଷ୍ଟୀକରଣ ମାଗିଲା ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ବର: ବିଜେବି କଲେଜକୁ ସ୍ପଷ୍ଟୀକରଣ ମାଗିଲା ଉଚ୍ଚଶିକ୍ଷା ବିଭାଗ । ୩ଟି ଗୁରୁତ୍ବପୂର୍ଣ୍ଣ ଦାୟିତ୍ୱ ସମ୍ପାଦନ କରିନଥିବାରୁ ସ୍ପଷ୍ଟୀକରଣ ମଗାଯାଇଛି । ଏନେଇ ତୁରନ୍ତ ସ୍ପଷ୍ଟୀକରଣ ଦେବାକୁ କଲେଜ ଅଧ୍ୟକ୍ଷଙ୍କୁ ଦିଆଯାଇଛି ନିର୍ଦ୍ଦେଶ । ପ୍ରଥମରେ କଲେଜର ସ୍ଵୟଂଶାସିତ ସ୍ଥିତି 2022 ମସିହା ଡିସେମ୍ବର ପରଠାରୁ ହ୍ରାସ ପାଇଥିବା ରିପୋର୍ଟରେ ଦର୍ଶାଯାଇଛି । ସମ୍ପ୍ରସାରଣ ପାଇଁ କଲେଜ ଦ୍ୱାରା କୌଣସି ଆନ୍ତରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଦ୍ୱିତୀୟରେ ବାରମ୍ବାର ଯୋଗାଯୋଗ ପରେ ମଧ୍ୟ କଲେଜର NAAC ପୁନଃ ସ୍ୱୀକୃତି ବିଚାରାଧୀନ ଥିବା ନେଇ ରିପୋର୍ଟରେ ଦର୍ଶାଯାଇଛି ।

ସେହିପରି ପରିଚାଳନା ପରିଷଦର ପୁନଃ ସମ୍ବିଧାନ ପାଇଁ ନୂତନ ପ୍ରସ୍ତାବ କଲେଜରୁ ଗ୍ରହଣ କରାଯାଇନାହିଁ । ଏହି ସବୁ ବିଷୟକୁ ଦୃଷ୍ଟିରେ ରଖି ସ୍ପଷ୍ଟୀକରଣ ମାଗିଛି ଉଚ୍ଚଶିକ୍ଷା ବିଭାଗ । NAAC ପୁନଃ ସ୍ୱୀକୃତି ପ୍ରକ୍ରିୟାକରଣ, କଲେଜର ସ୍ୱୟଂଶାସିତ ସ୍ଥିତିର ସମ୍ପ୍ରସାରଣ ଏବଂ ପୁନଃ ସମ୍ବିଧାନର ଅବହେଳା ପାଇଁ ତୁରନ୍ତ ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛି ଉଚ୍ଚ ଶିକ୍ଷା ବିଭାଗ । ଗଭର୍ଣ୍ଣିଂ ବଡ଼ି ପୁନଃ ଗଠନ ପାଇଁ କଲେଜରୁ ପ୍ରସ୍ତାବ ମିଳିପାରିନି । ତେବେ ଏହାକୁ ନେଇ SSR ରିପୋର୍ଟ କରାଯାଇଥିବାବେଳେ ସେଥିରେ ରହିଥିଲା ଅନେକ ତ୍ରୁଟି ରହିଥିବା ଦେଖିବାକୁ ମିଳିଥିଲା ।

ଏହା ବି ପଢନ୍ତୁ...ବିଜେବି କଲେଜରେ ନାମଲେଖା ବାତିଲ, ନ୍ୟାୟ ଦାବିରେ ଧାରଣାରେ ଦିବ୍ୟାଙ୍ଗ ଛାତ୍ର ଅଙ୍କିତ

ଏହା ବି ପଢନ୍ତୁ...ପୁଣି ଅଶାନ୍ତ ବିଜେବି କ୍ୟାମ୍ପସ, ତ୍ରିରଙ୍ଗାର ଅପମାନକୁ ନେଇ କାନ୍ଦିଲେ ଛାତ୍ର

ଏହାସହ କଲେଜର କୌଣସି ଗଭର୍ଣ୍ଣିଂ ବଡି ନାହିଁ, ତେଣୁ କଲେଜର ଉନ୍ନତ ଭିତ୍ତିଭୂମି ପାଠପଢାକୁ ନେଇ ଅନେକ ଚିନ୍ତାଜନକ ସ୍ଥିତି ରହିଛି । କଲେଜର ସ୍ୱୟଂଶାସିତ ସ୍ଥିତି ହ୍ରାସ ପାଇଛି । ହେଲେ ଆଜି ପର୍ଯ୍ୟନ୍ତ ଏହାର ନବୀକରଣ ପାଇଁ କୌଣସି ଆବେଦନ କରାଯାଇନଥିବା ଜଣାପଡିଛି । ତେବେ ରାଜ୍ୟର ବେଶ ଜଣାଶୁଣା ତଥା ବଡ଼ କଲେଜ କୁହାଯାଉଥିବା ବିଜେବି କଲେଜର 'ସ୍ଵୟଂଶାସିତ' ମାନ୍ୟତାର ସ୍ଥିତି ହ୍ରାସ ପାଇଛି ।

ଏହା ବି ପଢନ୍ତୁ...ମଦ ପାଇଁ ଟଙ୍କା ନଦେବାରୁ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ, ଜଣେ ଓ ଜଣେ ଅଣଛାତ୍ର ଗିରଫ

ତେବେ ୩ଟି ଗୁରୁତ୍ବପୂର୍ଣ୍ଣ ଦାୟିତ୍ୱ ସମ୍ପାଦନ କରିନଥିବାରୁ କଲେଜର ଅଧ୍ୟକ୍ଷଙ୍କୁ ତୁରନ୍ତ ସ୍ପଷ୍ଟୀକରଣ ଦେବାକୁ କଲେଜ ଅଧ୍ୟକ୍ଷଙ୍କୁ ବିଭାଗୀୟ ନିର୍ଦ୍ଦେଶ ଦିଆଯାଇଛି । ଅପରପକ୍ଷେ ଅନେକ ଘଟଣାକୁ ନେଇ କିଛି ଦିନ ହେବ ବିବାଦରେ ରହିଆସୁଛି ବିଜେବି କଲେଜ । ଅନେକ ସମୟରେ କଲେଜ ପରିସରର ଛାତ୍ର ଅଶାନ୍ତି ଦେଖିବାକୁ ମିଳିଛି । ସେପଟେ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ସ୍ୱୟଂଶାସିତ ସ୍ଥିତିର ସମ୍ପ୍ରସାରଣ ହୋଇପାରିନଥିବାରୁ ଉଦବେଗ ପ୍ରକାଶ ପାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.