ଭୁବନେଶ୍ବର: ଅର୍ଥନୈକିତ ବିକାଶକୁ ଅଧିକ ସୃଦୁଢ଼ କରିବା ପଥରେ ଓଡିଶା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ 32ତମ ଉଚ୍ଚସ୍ତରୀୟ ମଞ୍ଜୁରୀ କର୍ତ୍ତୃପକ୍ଷ (ଏଚଏଲସିଏ)ଙ୍କ ବୈଠକରେ 9ଟି ପ୍ରମୁଖ ଶିଳ୍ପ ପ୍ରସ୍ତାବରୁ ମଞ୍ଜୁରୀ ମିଳିଛି । ପୂର୍ବରୁ ପୁଞ୍ଜି ନିବେଶର ପ୍ରତିଶ୍ରୁତି ଦେଇଥିବା ୧ ଲକ୍ଷ ୧ ହଜାର ୮୦୪ କୋଟି ଟଙ୍କାର ୯ଟି ଶିଳ୍ପ ପ୍ରକଳ୍ପକୁ HLCAଙ୍କ ଅନୁମୋଦନ ମିଳିଛି । ଏହାଦ୍ୱାରା ୨୮୫୬୫ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳି ପାରିବ । ମଞ୍ଜୁରୀ ପାଇଥିବା ପ୍ରକଳ୍ପଗୁଡ଼ିକ ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା, ଖୋର୍ଦ୍ଧା, ଭଦ୍ରକ, ଗଞ୍ଜାମ ଓ କୋରାପୁଟ ଜିଲ୍ଲାରେ କାର୍ଯ୍ୟକାରୀ ହେବ ।
-
Propelling the industrial development further, the High-Level Clearance Authority (HLCA) under chairmanship of CM @Naveen_Odisha has approved 9 #InvestInOdisha proposals worth ₹1,01,804.43 Cr with employment potential of 28,565 people. The projects are in sectors like Steel,… pic.twitter.com/3F6nZerjeT
— CMO Odisha (@CMO_Odisha) September 11, 2023 " class="align-text-top noRightClick twitterSection" data="
">Propelling the industrial development further, the High-Level Clearance Authority (HLCA) under chairmanship of CM @Naveen_Odisha has approved 9 #InvestInOdisha proposals worth ₹1,01,804.43 Cr with employment potential of 28,565 people. The projects are in sectors like Steel,… pic.twitter.com/3F6nZerjeT
— CMO Odisha (@CMO_Odisha) September 11, 2023Propelling the industrial development further, the High-Level Clearance Authority (HLCA) under chairmanship of CM @Naveen_Odisha has approved 9 #InvestInOdisha proposals worth ₹1,01,804.43 Cr with employment potential of 28,565 people. The projects are in sectors like Steel,… pic.twitter.com/3F6nZerjeT
— CMO Odisha (@CMO_Odisha) September 11, 2023
ଜେଏସଡବ୍ଲ୍ୟୁ ଉତ୍କଳ ଷ୍ଟିଲ ଲିମିଟେଡର ପ୍ରସ୍ତାବିତ ବାର୍ଷିକ ୧୨ ନିୟୁତ ଟନ୍ ଉତ୍ପାଦନକ୍ଷମ ମେଗା ଇସ୍ପାତ ପ୍ଲାଣ୍ଟର କ୍ଷମତାକୁ ୨୪ ନିୟୁତ ଟନ୍ କରିବା ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏଥିରେ ସଂସ୍ଥା ଆଉ ୭୫ ହଜାର କୋଟି ଟଙ୍କାର ନିବେଶ ହେବ । ଫଳରେ ଅତିରିକ୍ତ ୧୨ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ସେହିପରି ଜିନ୍ଦଲ ଫେରୋୟେସ ଲିମିଟେଡ୍ ଦ୍ୱାରା ୩୪୪୯ କୋଟି ଟଙ୍କା ବ୍ୟୟରେ ଯାଜପୁରର କଳିଙ୍ଗନଗରରେ ୨.୩୫ ନିୟୁତ ଟନ୍ ବିଶିଷ୍ଟ କାର୍ବନ ଷ୍ଟିଲ୍ ପ୍ଲାଣ୍ଟ୍ ସ୍ଥାପନ ହେବ । ସେଥିରେ ୧୩୯୬ ଜଣଙ୍କୁ ନିଯୁକ୍ତି ରୋଜଗାର ମିଳିପାରିବ । ଏମଏସପି ମେଟାଲିକ୍ସ ଝାରସୁଗୁଡ଼ାର ମାରାକୁଟାରେ ଥିବା ରେଳୱେ ସାଇଡିଂ, ପାୱାର ପ୍ଲାଣ୍ଟ୍ ଓ ଷ୍ଟିଲ୍ ପ୍ଲାଣ୍ଟର ସମ୍ପ୍ରସାରଣ କରିବ । ଏଥିରେ ଅତିରିକ୍ତ ୧୫୦୦ କୋଟି ଟଙ୍କା ବିନିଯୋଗ ହେବ । ୪ ହଜାର ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ ।
ଏହା ବି ପଢନ୍ତୁ...ଜଟଣୀ ଖାସମାହଲ ଜମି ସମସ୍ୟାର ହେଲା ସମାଧାନ, ଡିସେମ୍ବରରୁ ପଟ୍ଟା ବଣ୍ଟନ
ସେହିପରି ଆଭଡ଼ା ଇଲେକ୍ଟ୍ରୋ ପ୍ରାଇଭେଟ ଲିମିଟେଡ ଦ୍ୱାରା ୧୧୩୦୦ କୋଟି ଟଙ୍କା ବ୍ୟୟରେ ଖୋର୍ଦ୍ଧାର ହଳଦିଆପଡ଼ାରେ ଗ୍ରୀନ ଏନର୍ଜି ଉପକରଣ ଆଦି ନିର୍ମାଣ କରିବ । ଏଥିରେ ୪ ହଜାର ଲୋକଙ୍କୁ ନିଯୁକ୍ତି ମିଳିପାରିବ । ବର୍ଗର ପେଂଟସ ଦ୍ୱାରା ୧୪୫୮ କୋଟି ଟଙ୍କା ବ୍ୟୟରେ ଖୋର୍ଦ୍ଧାରେ କେମିକାଲ ପ୍ରକଳ୍ପ ସ୍ଥାପନ କରାଯିବ । ଏଥିରେ ୩୫୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ । ସେହିପରି ଏଲଆଣ୍ଡଟି ଗ୍ରୀନ ଏନର୍ଜି ଦ୍ୱାରା ୧୦୩୦ କୋଟି ଟଙ୍କା ବ୍ୟୟରେ ଜଗତସିଂହପୁରର ପାରାଦୀପରେ ପ୍ରକଳ୍ପ ପ୍ରତିଷ୍ଠା ହେବ । ଏଥିରେ ୧୩୧୦ ଜଣଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
ଇଣ୍ଡିଆନ ଅଏଲ କର୍ପୋରେସନ ଦ୍ୱାରା ୪୩୭୭ କୋଟି ଟଙ୍କା ବ୍ୟୟରେ ଭଦ୍ରକର ଭଣ୍ଡାରୀପୋଖରୀରେ ଟେକ୍ସଟାଇଲ ପ୍ରକଳ୍ପ ପ୍ରତିଷ୍ଠା କରାଯିବ । ଏହା ଦ୍ୱାରା ୪୩୦୦ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ପେଟ୍ରୋନେଟ୍ ଏଲ୍ଏନ୍ଜି ଦ୍ୱାରା ୨୩୦୬ କୋଟି ଟଙ୍କା ବ୍ୟୟରେ ଗଞ୍ଜାମର ଗୋପାଳପୁରରେ ତୈଳ ଏବଂ ଗ୍ୟାସ ପ୍ରକଳ୍ପ ପ୍ରତିଷ୍ଠା ହେବ । ସେଥିରେ ୬୬୦ଜଣଙ୍କୁ ରୋଜଗାର ମିଳିବ । ସେହିପରି ତୋଷାଳୀ ସିମେଣ୍ଟର ଏକ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । କମ୍ପାନୀ କୋରାପୁଟସ୍ଥିତ ଏହା ୟୁନିଟର କ୍ଲିଙ୍ଗର କ୍ଷମତାକୁ 1.75 ଏମଟିପିଏକୁ ଏବଂ ସିମେଣ୍ଟ ଗ୍ରାଇଣ୍ଡିଂ କ୍ଷମତାକୁ 1.40 ଏମଟିପିଏକୁ ବଢାଇବ । ଏଥିରେ କମ୍ପାନୀ ୧, ୩୮୩ କୋଟି ଟଙ୍କା ଖର୍ଚ୍ଚ କରିବ । ଏହା ଫଳରେ ୫୪୯ ନିଯୁକ୍ତି ସୁଯୋଗ ଆଣିବ ।
ଇଟିଭି ଭାରତ, ଭୁବନେଶ୍ବର