ETV Bharat / state

ଡହଡହ ତାତିରେ ସିଝୁଛନ୍ତି ରାଜ୍ୟବାସୀ, ୪୬ ଟପିଲା ସମ୍ବଲପୁର

author img

By

Published : Jun 12, 2023, 5:25 PM IST

Updated : Jun 12, 2023, 7:09 PM IST

ତତଲା କଡ଼େଇ ଭାଜି ହେଉଛି ପୁରା ଓଡ଼ିଶା । ରାଜ୍ୟରେ ଆହୁରି ପାଞ୍ଚ ଦିନ ତାତିରୁ ନିସ୍ତାର ନାହିଁ । ସମ୍ବଲପୁରରେ ସର୍ବୋଚ୍ଚ ତାପମାତ୍ରା ୪୬ ଡିଗ୍ରୀ ରେକର୍ଡ । ଅଧିକ ପଢ଼ନ୍ତୁ

heat wave in odisha
ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି
ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି

ଭୁବନେଶ୍ବର: ସାରା ରାଜ୍ୟରେ ଅସହ୍ୟ ଖରା । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି । ଆଜି ସମ୍ବଲପୁରରେ ସର୍ବୋଚ୍ଚ ତାପମାତ୍ରା ୪୬.୧ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଭୁବନେଶ୍ବରରେ ଦିନ ତାପମାତ୍ରା ୪୪.୩ ଡିଗ୍ରୀ ରେକର୍ଡ କରାଯାଇଛି । ତେବେ ରାଜ୍ୟରେ ଆହୁରି ପାଞ୍ଚଦିନ ଖରା ଜାରି ରହିବ । ସ୍ୱାଭାବିକଠାରୁ ୫ରୁ ୭ ଡିଗ୍ରୀ ଉପରେ ତାପମାତ୍ରା ରହିବ । ଉପକୂଳର ଓଡ଼ିଶାରେ ଗୁଳୁଗୁଳି ସହ ଆଭ୍ୟନ୍ତରୀଣ ଓଡ଼ିଶାରେ ଭୀଷଣ ତାତି ଅନୁଭୂତ ହେବ । ଗ୍ରୀଷ୍ମ ପ୍ରବାହ ନେଇ ଅଂଶୁଘାତ ଲାଗି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

ଆସନ୍ତା ୫ ଦିନ ଯାଏଁ ଗ୍ରୀଷ୍ମପ୍ରବାହ ଜାରି ରହିବ । ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶା ସାଙ୍ଗକୁ ଉପକୂଳର କିଛି ସ୍ଥାନରେ ହିଟ୍ ୱେବ୍ ସ୍ଥିତି ଲାଗି ରହିଥିବା କହିଛି ପାଣିପାଗ ବିଭାଗ । ଆସନ୍ତା ଦୁଇ ଦିନ ଭୀଷଣ ହିଟ୍ ୱେବ୍ ରହିବ । ୧୪ ତାରିଖରେ କାଳବୈଶାଖୀ ସମ୍ଭାବନା ଥିବାରୁ ତାପମାତ୍ରା ସାମାନ୍ୟ ହ୍ରାସ ପାଇବ । ଯଦିଓ ୧୪ରେ ସାମାନ୍ୟ ତାପମାତ୍ରା କମିବ ହେଲେ ୧୩, ୧୪ ଓ ୧୫ ତାରିଖରେ ଅଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲା ଗୁଡିକରେ ଗ୍ରୀଷ୍ମ ପ୍ରବାହ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଉତ୍ତର ଆଭ୍ୟନ୍ତରୀଣରେ ତାପମାତ୍ରାରେ କୌଣସି ସୁଧାର ଆସିବ ନାହିଁ ।

ଅନ୍ୟପଟେ ଭୀଷଣ ଗ୍ରୀଷ୍ମ ପ୍ରବାହକୁ ନେଇ ଗତ ୨୪ ଘଣ୍ଟାରେ ୧୬ ଜିଲ୍ଲା ମୟୂରଭଞ୍ଜ, କେନ୍ଦୁଝର, ଝରସୁଗୁଡା, ସମ୍ବଲପୁର, ଖୋର୍ଦ୍ଧା, ସୁନ୍ଦରଗଡ଼, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, ବରଗଡ଼, ନୟାଗଡ଼, କଟକ, ସୋନପୁର, ବୌଦ୍ଧ, ବଲାଙ୍ଗୀର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଆଲର୍ଟ କରାଯାଇଛି । ଏହାସହ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଜିଲ୍ଲାଗୁଡ଼ିକ ହେଲା ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଗଜପତି, ପୁରୀ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼, ଜଗତସିଂପୁର । ପ୍ରଚଣ୍ଡ ରୌଦ୍ରତାପ ଓ ଗୁଳୁଗୁଳିକୁକୁ ନଜରରେ ରଖି ଘରୁ ବାହାରିବା ସମୟରେ ସତର୍କତା ସହ ଅବଶ୍ୟକୀୟ ଜିନିଷ ସାଙ୍ଗରେ ନେଇ ଯିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି ।

ଆଜି ଭୁବନେଶ୍ୱରର ଆଦ୍ରତା ୪୦ ପ୍ରତିଶତ ରହିଛି । ତେଣୁ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି । ସେପଟେ ମୌସୁମୀ ଟ୍ରାଞ୍ଜିସନ୍ ସମୟରେ ଜଳୀୟବାଷ୍ପ ସ୍ୱାଭାବିକ ଭାବେ ଆସିଥାଏ ।ଏଣୁ ଖରା ସାଙ୍ଗକୁ ଗୁଳୁଗୁଳି ଅନୁଭୁତ ହୁଏ । ତେବେ ଗତ ୨୪ ଘଣ୍ଟାରେ ବଲାଙ୍ଗୀର ଓ ବରଗଡ଼ ସବୁଠାରୁ ଉତ୍ତପ୍ତ ସହର ଭାବେ ୪୪ .୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ହୋଇଥିବା ବେଳେ କେନ୍ଦ୍ରାପଡ଼ାରେ ସର୍ବାଧିକ ୧୭ ପ୍ରତିଶତ ତାପମାତ୍ରା ରେକର୍ଡ ହୋଇଛି ।

ଇଟିିଭି ଭାରତ, ଭୁବନେଶ୍ବର

Last Updated : Jun 12, 2023, 7:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.