ETV Bharat / state

ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ: ଭୁବନେଶ୍ବରକୁ ହେଲେ ଏୟାରଲିଫ୍ଟ - ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ

ଗୁଳିମାଡରେ ଆହତ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଭୁବନେଶ୍ବର ଏୟାରଲିଫ୍ଟ କରାଯାଇଛି । ଅଧିକ ପଢନ୍ତୁ

ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ
ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ
author img

By

Published : Jan 29, 2023, 2:34 PM IST

Updated : Jan 29, 2023, 3:31 PM IST

ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ

ଭୁବନେଶ୍ବର ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ ହୋଇଛି । ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳି କରିଛି ପୋଲିସ । ଗୁଳିମାଡରେ ଆହତ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଝାରସୁଗୁଡାରୁ ଭୁବନେଶ୍ବରକୁ ଏୟାରଲିଫ୍ଟ କରାଯାଇଛି । ନବ ଦାସଙ୍କ ଛାତିରେ ଗୁଳି ବାଜିଛି । ଏକ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ଯାଉଥିବା ବେଳେ ଗାନ୍ଧି ଛକ ନିକଟରେ ଗୁଳି କରାଯାଇଛି । ମନ୍ତ୍ରୀଙ୍କ ଉପରେ ୫ ରାଉଣ୍ଡ ଗୁଳି ଚାଳନା କରାଯାଇଥିବା ବେଳେ ଗୋଟିଏ ଗୁଳି ଛାତିରେ ବାଜିଛି । ତେବେ ପୋଲିସର ଉପସ୍ଥିତିରେ ଗୁଳିମାଡ ହୋଇଥିବା ବେଳେ ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି ।

ଯାହା ସୂଚନା ମିଳିଛି ମନ୍ତ୍ରୀ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ନିଜ କାରରେ ଯାଉଥିଲେ । କାରରୁ ଓହ୍ଲାଉଥିବା ବେଳେ ଖୋଦ ପୋଲିସ ASI ତାଙ୍କୁ ଗୁଳି କରିଥିବା ଜଣାପଡିଛି । ଗାନ୍ଧି ଛକ ଫାଣ୍ଡିର ASI ଗୋପାଳ ଚନ୍ଦ୍ର ଦାଶ ଗୁଳିମାଡ କରିଥିବା ନେଇ ବ୍ରଜରାଜନଗର ଏସଡିପିଓ ସୂଚନା ଦେଇଛନ୍ତି । ମନ୍ତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଥିବା ନେଇ ଖବର ମିଳିଛି । ତେବେ ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ଏଏସଆଇ ଗୋପାଳ ଚନ୍ଦ୍ର ଦାଶଙ୍କୁ ପଚରାଉଚରା କରାଯାଉଛି । ଗୁଳିକାଣ୍ଡ ପଛରେ ରାଜନୈତିକ କାରଣ ରହିଛି ନା ଅନ୍ୟ କିଛି ତାହା ମଧ୍ୟ ଅସ୍ପଷ୍ଟ ରହିଛି ।

ଏହାମଧ୍ୟ ପଢନ୍ତୁ: ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳିମାଡ଼ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ, ଆପୋଲୋ ହସ୍ପିଟାଲରେ ମୁଖ୍ୟମନ୍ତ୍ରୀ

ପୂର୍ବରୁ ଏଏସଆଇଙ୍କ ସହ କିଛି ରାଜନୈତିକ ଶତ୍ରୁତା ରହିଛି କି ? ଏନେଇ ବର୍ତ୍ତମାନ ପ୍ରଶ୍ନ ସୃଷ୍ଟି ହୋଇଛି । ଗୁଳିମାଡ ପରେ ମନ୍ତ୍ରୀଙ୍କୁ ପ୍ରଥମେ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ମନ୍ତ୍ରୀଙ୍କ ଅବସ୍ଥା ଗୁରୁତର ହେବାରୁ ଏବେ ତାଙ୍କୁ ଝାରସୁଗୁଡାରୁ ଭୁବନେଶ୍ବର ଏୟାରଲିଫ୍ଟ କରାଯାଇଛି । ବିମାନ ବନ୍ଦରରେ ପହଞ୍ଚିବା ପରେ ଚିକିତ୍ସା ପାଇଁ ଆପୋଲୋ ହସ୍ପିଟାଲ ନିଆଯାଇଥିବା ସୂଚନା ରହିଛି । ଏହି ଘଟଣା ସମ୍ପର୍କରେ ନବ ଦାସଙ୍କ ସରକାରୀ ବାସଭବନରୁ ଅଧିକ ସୂଚନା ଦେଉଛନ୍ତି ଆମ ଭୁବନେଶ୍ବର ପ୍ରତିନିଧି

Last Updated : Jan 29, 2023, 3:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.