ETV Bharat / state

ସରିଲା ସ୍ୱାସ୍ଥ୍ୟ ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅସିଲା ନୂଆ ଆଡଭାଇଜରୀ

author img

By

Published : Dec 23, 2022, 9:28 PM IST

କୋଭିଡ ପାଇଁ ସ୍ବାସ୍ଥ୍ୟ ବିଭାଗର ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ । ସନ୍ଧ୍ୟା ସୁଦ୍ଧା ଆସିବ ନୂଆ ଆଡ଼ଭାଇଜାରୀ ଆସିବା ନେଇ ବୈଠକରେ ନିଷ୍ପତ୍ତି । ଅଧିକ ପଢନ୍ତୁ

ସରିଲା ସ୍ୱାସ୍ଥ୍ୟ ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ, ସନ୍ଧ୍ୟା ସୁଦ୍ଧା ନୂଆ ଆଡଭାଇଜରୀ

ଭୁବନେଶ୍ବର: କୋଭିଡ ପରିସ୍ଥିତି ପାଇଁ ସରିଲା ସ୍ବାସ୍ଥ୍ୟ ବିଭାଗର ଗୁରୁତ୍ବପୂର୍ଣ୍ଣ ବୈଠକ । ବୈଠକରେ ସାମିଲ ହେଲେ ସ୍ବାସ୍ଥ୍ୟ ସଚିବଙ୍କ ସହ ବରିଷ୍ଠ ଅଧିକାରୀ ଓ ବିଶେଷଜ୍ଞ ଯୋଗ ଦେଇଥିଲେ । କୋଭିଡ ପାଇଁ ସନ୍ଧ୍ୟା ସୁଦ୍ଧା ଆସିବ ନୂଆ ଆଡ଼ଭାଇଜାରୀ । ବିଶ୍ବରେ କୋଭିଡର ନୂଆ ଭାରିଆଣ୍ଟ ପୁଣି ସଂକ୍ରମିତ ହେବାରେ ଲାଗିଛି । ନୂଆ ଭାରିଆଣ୍ଟ ପ୍ରଭାବରେ ଏକାଧିକ ସମୃଦ୍ଧ ଦେଶର ସ୍ଥିତି ଗମ୍ଭୀର ହୋଇଛି । ଚୀନ ସମେତ ବିଶ୍ବର ବିଭିନ୍ନ ଭାଗରେ କୋଭିଡ ମହାମାରୀ ପୁଣିଥରେ ଲେଉଟିଛି । ତେଣୁ ଭିଡ଼କୁ ନ ଯିବା ଓ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ଉପରେ ବୈଠକରେ ଗୁରୁତ୍ବ ଦିଆଯାଇଛି । କୋଭିଡ ଲକ୍ଷଣ ଦେଖାଦେଲେ କରାଯିବ ଟେଷ୍ଟିଙ୍ଗ । ନ ହେଲେ ଅଯଥା ଟେଷ୍ଟ କରାଯିବ ନାହିଁ ବୋଲି ବୈଠକରେ କୁହାଯାଇଛି ।

ଯାହାର ପଜିଟିଭ ଚିହ୍ନଟ ହେବ ସେମନଙ୍କର ଜିନମ ସିକୁଏନ୍ସିଂ କରାଯିବ । ଆଗକୁ ନୂଆବର୍ଷ ଥିବାରୁ ଏବେଠୁ ସ୍ବାସ୍ଥ୍ୟବିଭାଗ ପ୍ରସ୍ତୁତ ରହିଛି । ସେହିପରି ଆଗକୁ ବିଶ୍ବକପ ହକି ରହିଛି । ଖେଳ ସମୟରେ ପରିସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ । ତଥାପି ଆଗୁଆ ସଚେତନ ହେବାକୁ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି ।

ସୂଚନା ଅନୁଯାୟୀ, ଭାରତ ସରକାରଙ୍କ ପକ୍ଷରୁ କିଛି ନିର୍ଦ୍ଦେଶ ନାମା ଆସିଛି । ତାକୁ କେମିତି କାର୍ଯ୍ୟକାରୀ କରାଯିବ ତାହାକୁ ନେଇ ବୈଠକ ବସିଥିଲା । ସ୍ବାସ୍ଥ୍ୟ ବିଶେଷଜ୍ଞ ଏବଂ RMRCଠାରୁ ଏବାବଦରେ ପରାମର୍ଶ ନିଆଯାଇଛି ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ତେବେ ଆଡଭାଇଜରୀ କେଉଁ କେଉଁ ନିୟମ ରହିବ ତାହା ସନ୍ଧ୍ୟା ସୁଦ୍ଧା ଘୋଷଣା କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.