ଖୋର୍ଦ୍ଧା: ଜିଲ୍ଲାର ବାଲୁଆଁ ନିକଟସ୍ଥ 16 ନମ୍ବର ଜାତୀୟ ରାଜପଥ କଡ଼ ସ୍ଥିତ ବିଲ ଭିତରୁ ମଙ୍ଗଳବାର ଜଣେ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତେବେ ବୃଦ୍ଧଙ୍କ ଏଯାଏଁ ବି ପରିଚୟ ମିଳିନଥିବା ଜଣାପଡିଛି । ପୋଲିସ ଘଟଣାସ୍ଥଳରୁ ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ।
ସୂଚନାଯୋଗ୍ୟ, ବିଲ ପାଖ ଏକ ଗଛରେ ଜଣେ ବୃଦ୍ଧାଙ୍କ ମୃତଦେହ ଝୁଲୁଥିବାର କିଛି ଲୋକ ଦେଖି ପୋଲିସକୁ ଖବର ଦେଇଥିଲେ। ମୃତଦେହଟି ସମ୍ପୂର୍ଣ୍ଣ ପଚି ଯାଇଥିବା ହେତୁ ଏହାକୁ ଚିହ୍ନିବା କଷ୍ଟ ହୋଇଛି । ତେବେ ଦୁଇରୁ ଚାରିଦିନ ହେବ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ନେଇ ଅନୁମାନ କରାଯାଉଛି । ତେବେ ମୃତ ବ୍ୟକ୍ତି ଜଣକ କିଏ ଏବଂ ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କିଏ ହତ୍ୟା କରିଛି ତାହାର ତଦନ୍ତ କରୁଛି ପୋଲିସ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ