ETV Bharat / state

କାଲି ହକି ବିଶ୍ୱକପ୍ ଉଦଘାଟନୀ ଉତ୍ସବ, କଟକରେ ବନ୍ଦ ରହିବ ସ୍କୁଲ ଓ କଲେଜ

ଆସନ୍ତାକାଲି ହକି ବିଶ୍ବକପର ଉଦଘାଟନୀ ଉତ୍ସବ । ଏନେଇ କଟକରେ ଅପରାହ୍ନରେ ବନ୍ଦ ରହିବ ସମସ୍ତ ସ୍କୁଲ ଓ କଲେଜ । ସେହିପରି ଭୁବନେଶ୍ୱର ସ୍ଥିତ ସରକାରୀ ପଲିଟେକ୍ନିକ ଶିକ୍ଷାନୁଷ୍ଠାନ ପକ୍ଷରୁ ବିଶାଳ ଶୋଭାଯାତ୍ରାର ଆୟୋଜିତ । ଅଧିକ ପଢନ୍ତୁ

author img

By

Published : Jan 10, 2023, 4:39 PM IST

Updated : Jan 10, 2023, 7:57 PM IST

half holiday of schools and colleges
half holiday of schools and colleges
half holiday of schools and colleges in Cuttack tomorrow
half holiday of schools and colleges

କଟକ/ଭୁବନେଶ୍ବର : ଆଉ ମାତ୍ର 3 ଦିନ ପରେ ହକି ବିଶ୍ବକପ । ଦ୍ବିତୀୟ ଥର ପାଇଁ ଓଡିଶା ଆୟୋଜନ କରୁଛି ଏହି ମେଗା ଇଭେଣ୍ଟ । ଯାହାକୁ ନେଇ ସମଗ୍ର ଓଡିଶା ଆଜି ଉତ୍ସବ ମୁଖର । ଏପଟେ ଆସନ୍ତାକାଲି (ବୁଧବାର) ବାରବାଟୀରେ ହକି ବିଶ୍ବକପର ହେବ ଉଦଘାଟନୀ ଉତ୍ସବ । ଏନେଇ କଟକର ସମସ୍ତ ସ୍କୁଲ ଓ କଲେଜ କେବଳ ଅପରାହ୍ନରେ ବନ୍ଦ ରହିବା ନେଇ ଘୋଷଣା କରିଛନ୍ତି କଟକ ଜିଲ୍ଲାପାଳ ଡ. ଭବାନୀ ଶଙ୍କର ଚୟିନୀ ।

ଏହି ଉତ୍ସବ ଅବସରରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଷ କରାଯିବାର କାର୍ଯ୍ୟକ୍ରମ ରହିଛି । ବଲିଉଡ ଷ୍ଟାର ରଣବୀର ସିଂ ଓ ଦିଶା ପଠାନୀ ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଅବସରର ଯୋଗ ଦେବେ । ଏହା ସହିତ ପ୍ରତିଷ୍ଠିତ ସଂଙ୍ଗିତ ନିର୍ଦ୍ଦେଶକ ପ୍ରିତମ ଓ ତାଙ୍କର ଗୃପ ଦ୍ବାରା ସଂଙ୍ଗିତ ପରିବେଶଷ କରାଯିବ । ସବୁ ଠାରୁ ଆକର୍ଷଣୀୟ ହେବ ରଣବୀର ସିଂଙ୍କ ଟେଜ ଏଣ୍ଟି । ବାରବାଟୀ ଷ୍ଟାଡିୟମର ସେର୍ବୋଚ୍ଚର ସ୍ଥାନରେ ଥିବା "ପ୍ରେସ ବକ୍ସ ଅପର" ବା ଏକ ଗ୍ୟାଲେରୀରୁ ଏକ ରୋଫ୍ ଯୋଗେ ସିଧାସଳଖ ଷ୍ଟେଜକୁ ଏଣ୍ଟି କରିବେ ରଣବୀର ।

ବିଶ୍ବକପର ଉଦଘାଟନି ଉତ୍ସବ ପାଇଁ ଶେଷ ହୋଇଛି ସମସ୍ତ ପ୍ରସ୍ତୁତି। ଏକ ଭବ୍ୟ ମଞ୍ଚରେ ଆୟୋଜିତ ହେବ ବିଶ୍ବକପର ଉଦଘାଟନି ଉତ୍ସବ। ଆଜି ଅପରାହ୍ନରେ ଶେଷ ଥର ପାଇଁ ମଞ୍ଚରେ ନିଜ ନିଜ ଅଭ୍ୟାସ ଶେଷ କରିଛନ୍ତି ନୃତ୍ୟ ଶିଳ୍ପୀ ଓ କଳାକାର।ଆସନ୍ତାକାଲି ଅପରାହ୍ନ 3ଟାରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇ ରାତି 9ଟା ପର୍ଯ୍ୟନ୍ତ ଜାରି ରହିବ । ସଂନ୍ଧ୍ୟା ଟିକ 6 ଟା ବେଳେ ମୁଖ୍ୟମନ୍ତ୍ରୀ ଉତ୍ସବରେ ଯୋଗ ଦେବା ସହ ଆନୁଷ୍ଠାନିକ ଭାବେ ଏହାକୁ ଉଦଘାଟିତ କରିବେ । ରାଜ୍ୟ ସରକାର ଏହି ଉଦଘାଟନ ଉତ୍ସବକୁ ଦେଶର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଯୋଗ ଦେବା ପାଇଁ ନିମନ୍ତ୍ରଣ କରିଥିବାରୁ ବହୁ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ଅନୁମାନ କରାଯାଉଛି ।

ଏହା ସହିତ ଆସନ୍ତାକାଲି ଉଦଘାଟନ ଉତ୍ସବକୁ ଦେଖବା ପାଇଁ ବିଶ୍ବକପରେ ଭାଗ ନେଉଥିବା ସମସ୍ତ ଦେଶର ଖେଳାଳି, ସେମାନଙ୍କ ସପୋଟିଂ ଷ୍ଟାଫ, ସେହି ଦେଶଗୁଡ଼ିକର ଦୁତାବାସ ଅଧିକାରୀ, ହକି ଇଣ୍ଡିଆ ଓ ହକି ଫେଡ୍ରେସନର ଅଧିକାରୀ, କେନ୍ଦ୍ର ସରକାର ଓ ରାଜ୍ୟର ସରକାରଙ୍କ ଅନେକ ମନ୍ତ୍ରୀ ବିଧାୟକ, ହାଇକୋର୍ଟ ବିଚାରପତି ଇତ୍ୟାଦି ଭିଭିଆଇପିଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି ।ତେବେ ଆସନ୍ତାକାଲି ଜିଲ୍ଲାର ସମସ୍ତ ସ୍କୁଲ ଓ କଲେଜ ର ଛୁଟି ଘୋଷଣା କରିଛନ୍ତି କଟକ ଜିଲ୍ଳାପାଳ ଡ଼ଃ ଭବାନୀ ଶଙ୍କର ଚୟିନୀ । ଅପରାହ୍ନ ସମୟରେ କେବଳ ବନ୍ଦ ରହିବ ଜିଲ୍ଲାର ସମସ୍ତ ସ୍କୁଲ ଓ କଲେଜ ।

ପ୍ରାୟ 35 ହଜାର ଦର୍ଶକ ଷ୍ଟାଡିୟମରେ ବସି ଏହି ଉଦଘାଟନ ଉତ୍ସବକୁ ଦେଖି ପାରିବେ । ସେଥିମଧ୍ୟରୁ 5 ହଜାର ଭିଭିଆଇପିଙ୍କ ପାଇଁ ପଡ଼ିଆ ମଧ୍ୟରେ ବସି ଉତ୍ସବକୁ ଉପଭୋଗ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ଉଦଘାଟନ ଉତ୍ସବ ପାଇଁ ଆସନ୍ତାକାଲି ଅପରାହ୍ନ 2ଟା ବେଳେ ଷ୍ଟାଡିୟମକୁ ସାଧାରଣ ଦର୍ଶକମାନଙ୍କ ପାଇଁ ଖେଲାଯିବ । ସେପଟେ ସୁରକ୍ଷା ବ୍ୟବସ୍ଥା ସହ ଟ୍ରାଫିକ ନିୟନ୍ତ୍ରଣ ପାଇଁ ପ୍ରାୟ 50 ପ୍ଲାଟୁନ ପୋଲିସ ଫୋର୍ସ ସହ 250ରୁ ଉର୍ଦ୍ଧ ପୋଲିସ ଅଫିସରଙ୍କୁ ନିୟୋଜିତ କରାଯାଇଛି । ଏବଂ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ ପାଇଁ ତିନିଜଣ ଡିସିପି ପାହ୍ୟାର ଅଧିକାରୀଙ୍କୁ ଦାୟୀତ୍ବ ଦିଆଯାଇଛି ।

ଅନ୍ୟପଟେ ସ୍ପୋର୍ଟସ ହବ ଭୁବନେଶ୍ୱରରେ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ବିଶ୍ୱକପ ହକି ଆୟୋଜନର ପ୍ରଚାର ଓ ପ୍ରସାର ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହି କ୍ରମରେ ଭୁବନେଶ୍ୱର ସ୍ଥିତ ସରକାରୀ ପଲିଟେକ୍ନିକ ଶିକ୍ଷାନୁଷ୍ଠାନ ପକ୍ଷରୁ ବିଶାଳ ଶୋଭାଯାତ୍ରାର ଆୟୋଜନ କରାଯାଇଛି। ଶିକ୍ଷାନୁଷ୍ଠାନର 5 ଶହରୁ ଅଧିକ ଛାତ୍ରଛାତ୍ରୀ ହାତରେ ହକି ଷ୍ଟିକ ଧରି ଚକ ଦେ ଇଣ୍ଡିଆ ଓ ଚକ ଦେ ଭୁବନେଶ୍ୱର ନାରା ଦେଇ ସହର ପରିକ୍ରମା କରି ଲୋକଙ୍କୁ ସଚେତନ କରିବା ସହ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ଓଡିଶା କ୍ରମାଗତ ଦ୍ୱିତୀୟ ଥର ପାଇଁ ବିଶ୍ୱକପ ହକିର ଆୟୋଜନ କରୁଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ସମସ୍ତେ ।

ସାରା ରାଜ୍ୟରେ ଏବେ ହକିର ମାହୋଲ । ପୁରପଲ୍ଲୀ, ସହର ବଜାର ସବୁଆଡେ ଏବେ ହକିକୁ ନେଇ ଚର୍ଚ୍ଚା । କଟକରୁ ସୁନ୍ଦରଗଡ, ସବୁଆଡେ ଉତ୍ସବ ଚାଲିଛି । ଏଥର ପ୍ରଥମ ଥର ପାଇଁ ହକିର ଏନ୍ତୁଡିଶାଳ ସୁନ୍ଦରଗଡରେ ହକି ବିଶ୍ବକପ୍‌ ଆୟୋଜନ କରାଯାଇଛି । ତା ସହିତ ରାଉରକେଲାରେ ବିଶ୍ବର ବୃହତ୍ତମ ହକି ଷ୍ଟାଡିୟମ ବିର୍ସାମୁଣ୍ଡା ହକି ଷ୍ଟାଡିୟମ ମଧ୍ୟ ନିର୍ମିତ ହୋଇଛି । ସେଠାରେ ଖେଳାଯିବ ବିଶ୍ବକପ୍‌ର ଉଦ୍‌ଘାଟନୀ ମ୍ୟାଚ । ତେଣୁ ପୁରା ସୁନ୍ଦରଗଡ ଜିଲ୍ଲାରେ ବିପୁଳ ଉତ୍ସାହ ଦେଖାଦେଇଛି । ରାଉରକେଲା ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଚଳିତ ଥର ବିଶ୍ବକପ୍‌ର ଆୟୋଜନ କରାଯାଇ ଥିବାରୁ ସାରା ସୁନ୍ଦରଗଡ ଉତ୍ସବ ମୁଖର ହୋଇ ଉଠିଛି । ତେବେ ବିଶେଷ କରି ଯୁବସମାଜ ମଧ୍ୟରେ ଦେଖାଦେଇଛି ଅପୂର୍ବ ଉତ୍ସାହ ।

ଇଟିଭି ଭାରତ,କଟକ /ଭୁବନେଶ୍ବର

Last Updated : Jan 10, 2023, 7:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.