ETV Bharat / state

ଆସିଲା 'ଆମ ଓଡ଼ିଶା ନବୀନ ଓଡ଼ିଶା’ ଗାଇଡଲାଇନ: ପ୍ରକଳ୍ପ ପ୍ରସ୍ତାବ ଦେବେ ଗ୍ରାମବାସୀ, ପଞ୍ଚାୟତ ସମିତି ହାତରେ କାର୍ଯ୍ୟାନ୍ବୟନ ଦାୟିତ୍ୱ - ଆମ ଓଡ଼ିଶା ନବୀନ ଓଡ଼ିଶା ଗାଇଡଲାଇନ

'ଆମ ଓଡ଼ିଶା ନବୀନ ଓଡ଼ିଶା' ଯୋଜନା କାର୍ଯ୍ୟକାରୀ କରିବା ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି । ପ୍ରାଥମିକ ଶିକ୍ଷା ଭିତ୍ତିଭୂମି, କ୍ରୀଡ଼ା ବିକାଶ, ମିଶନ ଶକ୍ତି ପାଇଁ ଅତିରିକ୍ତ ସୁବିଧା, ମହିଳା ଓ ଯୁବ ସଶକ୍ତିକରଣ ପାଇଁ କ’ଣ କରାଯିବ ସେ ସଂପର୍କରେ ଗ୍ରାମବାସୀ ଏବଂ ଜନ ପ୍ରତିନିଧି ଦେବେ ପ୍ରସ୍ତାବ । ପ୍ରକଳ୍ପ କାର୍ଯ୍ୟାନ୍ୱୟନ ଦାୟିତ୍ୱ ସମ୍ଭାଳିବ ପଞ୍ଚାୟତ ସମିତି । ଅଧିକ ପଢ଼ନ୍ତୁ...

Ama Odisha Naveen Odisha scheme
ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା
author img

By

Published : Jul 17, 2023, 10:13 PM IST

ଭୁବନେଶ୍ବର: ଗତ ୧୦ ତାରିଖ ଦିନ 'ଆମ ଓଡ଼ିଶା ନବୀନ ଓଡ଼ିଶା' ନୂଆ ଯୋଜନାକୁ ମଞ୍ଜୁରୀ ଦେଇଥିଲା ରାଜ୍ୟ କ୍ୟାବିନେଟ । ଏନେଇ ବିସ୍ତୃତ ମାର୍ଗଦର୍ଶିକା ଜାରି କରିଛି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ । ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନିଙ୍କ ପକ୍ଷରୁ ଜାରି ହୋଇଥିବା ମାର୍ଗଦର୍ଶିକାରେ ସ୍ପଷ୍ଟ କରାଯାଇଛି ଯେ, କୌଣସି ପୁରୁଣା ପ୍ରକଳ୍ପରେ ଏହି ଯୋଜନାର ଅର୍ଥ ଖର୍ଚ୍ଚ କରି ହେବନାହିଁ । ସମ୍ପୂର୍ଣ୍ଣ ନୂଆ ପ୍ରକଳ୍ପ କରି ଏଥିରେ ଅର୍ଥ ଖର୍ଚ୍ଚ କରିବେ । ପ୍ରତି ପ୍ରକଳ୍ପରେ ଅଢ଼େଇ ଲକ୍ଷ ଟଙ୍କାରୁ ନେଇ ସର୍ବାଧିକ ୧୦ ଲକ୍ଷ ଟଙ୍କା ଯାଏ ଖର୍ଚ୍ଚ ହୋଇପାରିବ । ଏହି ଯୋଜନା ମନିଟରିଂ ପାଇଁ ଏକ ସ୍ୱତନ୍ତ୍ର ଆପର ବିକାଶ କରାଯିବ । ପ୍ରତି ପ୍ରକଳ୍ପ ପୂର୍ବ, ପ୍ରକଳ୍ପ କାମ ଚାଲିବା ସମୟର ଓ ପ୍ରକଳ୍ପ ସରିବା ପରବର୍ତ୍ତୀ ସମୟର ଫଟୋ ଏଥିରେ ଅପଲୋଡ ହେବ ଏବଂ ଏହାକୁ ଜିଆଇଏସ ଟ୍ୟାଗିଂ ମଧ୍ୟ କରାଯିବ । ରାଜ୍ୟସ୍ତରରେ ମନିଟରିଂ ପାଇଁ ପଞ୍ଚାୟତିରାଜ ବିଭାଗ ଏକ ୱେବ ବେସଡ ମ୍ୟାନେଜମେଣ୍ଟ ଇନଫର୍ମମେସନ ସିଷ୍ଟମ ବା ଏମଆଇଏସ ରଖିବ ।

Ama Odisha Naveen Odisha scheme
ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା

ପୂର୍ବରୁ ଲାଗୁ ହୋଇଥିବା 'ଆମ ଗାଁ ଆମ ବିକାଶ' ଯୋଜନାକୁ ନୂଆ ରୂପ ଦେଇ ଏହି ଯୋଜନା ଅଣାଯାଇଛି । ଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ପ୍ରଚାର ପ୍ରସାର ସହ ଧାର୍ମିକ ଉପାସନାସ୍ଥଳୀ ଓ ପର୍ଯ୍ୟଟକଙ୍କ ଗହଳି ହେଉଥିବା ସ୍ଥାନରେ ବିଭିନ୍ନ ସୁବିଧା ସୁଯୋଗ ସୃଷ୍ଟି କରିବା ପାଇଁ ପଞ୍ଚାୟତ ଗୁଡ଼ିକ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ । ଆଉ ୪୦ ଲକ୍ଷ ଟଙ୍କା ବିଭିନ୍ନ ବାଟରେ ଖର୍ଚ୍ଚ କରିବେ । ମହିଳା ଓ ଯୁବକଙ୍କୁ ସଶକ୍ତିକରଣ କରିବା ପାଇଁ ପ୍ରଶିକ୍ଷଣ କେନ୍ଦ୍ର ସ୍ଥାପନା, ମିଶନ ଶକ୍ତି ସଦସ୍ୟାଙ୍କ ପାଇଁ ଅତିରିକ୍ତ ସୁବିଧା, ପ୍ରାଥମିକ ଶିକ୍ଷାର ବିକାଶ ପାଇଁ ଭିତ୍ତିଭୂମି ସୃଷ୍ଟି, ସ୍କୁଲରେ ଅତିରିକ୍ତ ଶିକ୍ଷା ସୁବିଧା, ନୂଆ ଭିତ୍ତିଭୂମି, ସ୍କୁଲ ଶିକ୍ଷାର ଆଧୁନିକୀକରଣ ଓ ଏହାର ସଂପ୍ରସାରଣରେ 'ଆମ ଓଡ଼ିଶା ନବୀନ ଓଡ଼ିଶା' ଯୋଜନା ଟଙ୍କା ଖର୍ଚ୍ଚ କରି ହେବ ।

ଏହା ମଧ୍ୟ ପଢ଼ନ୍ତୁ: ଆମ ଓଡ଼ିଶା ନବୀନ ଓଡିଶା ଏକ ନୂଆ ଓଡ଼ିଶାର ସୂତ୍ରପାତ କରିବ: ମୁଖ୍ୟମନ୍ତ୍ରୀ

ପଞ୍ଚାୟତ ଲୋକଙ୍କୁ ସହରୀ ସୁବିଧା ଦେବା ପାଇଁ ମଧ୍ୟ ଏହି ଯୋଜନାରୁ ଟଙ୍କା ଦେଇ ହେବ । ଗାଁ ବା ପଞ୍ଚାୟତର ସାମଗ୍ରିକ ବିକାଶ ସହ ଯେଉଁ ପ୍ରକଳ୍ପ ପାଇଁ ଅର୍ଥ ନାହିଁ, ସେଥିରେ ଏହି ଟଙ୍କା ଖର୍ଚ୍ଚ କରିବାର ସୁଯୋଗ ଦିଆଯାଇଛି । ସେହିଭଳି ପ୍ରକଳ୍ପ ଯେଭଳି ଉପଯୋଗୀ ସମ୍ବଳ ସୃଷ୍ଟି କରିବ ଓ ସାମୂହିକ ସ୍ୱାର୍ଥ ସାଧନ କରିବ ତାକୁ ଦୃଷ୍ଟି ଦେବାକୁ କୁହାଯାଇଛି । 'ଆମ ଓଡ଼ିଶା ନବୀନ ଓଡ଼ିଶା' ଯୋଜନାରେ ପଞ୍ଚାୟତ ପାଇଁ କେଉଁ କେଉଁ ପ୍ରକଳ୍ପ କରିହେବ ତାହା ଗାଁ ଲୋକେ ପ୍ରସ୍ତାବ ଦେବେ । ସେହିଭଳି ସରପଞ୍ଚଙ୍କ ସହ ଅନ୍ୟ ଜନପ୍ରତିନିଧି ଓ ଗୋଷ୍ଠୀ ସଂଗଠନଗୁଡ଼ିକ ଦେଇଥିବା ପ୍ରସ୍ତାବ ଆଧାରରେ ଯୋଜନା ହେବ ।

ବ୍ଲକସ୍ତରରେ ସବୁ ପଞ୍ଚାୟତର ପ୍ରକଳ୍ପ ତାଲିକା ପ୍ରସ୍ତୁତ ହେବ । ଏଥିରେ ଜିଲ୍ଲାପାଳ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦସ୍ତଖତ କରି ଅନୁମୋଦନ ପାଇଁ ପଞ୍ଚାୟତିରାଜ ବିଭାଗକୁ ପଠାଇବେ । ଯେଉଁ ପ୍ରକଳ୍ପକୁ ଅନୁମୋଦନ ମିଳିବ ତାକୁ ବିଡିଓ ପଞ୍ଚାୟତ ସମିତି ବୈଠକରେ ଉପସ୍ଥାପନା କରିବେ । ପଞ୍ଚାୟତ ସମିତି ଏହି ଯୋଜନାକୁ କାର୍ଯ୍ୟକାରୀ କରିବ । ଜିଲ୍ଲାପାଳ ଏହି ଯୋଜନାକୁ ତଦାରଖ ଓ ମନିଟରିଂ କରିବେ । ଯୋଜନାରେ ବିଭିନ୍ନ ପ୍ରକଳ୍ପ ଶୀଘ୍ର କାର୍ଯ୍ୟକାରୀ ହେଉଛି କି ନାହିଁ ଜିଲ୍ଲାପାଳ ନିୟମିତ ବୈଠକ ଡାକି ତାର ସମୀକ୍ଷା କରିବେ । ଉକ୍ତ ଯୋଜନା ପାଇଁ ସମସ୍ତ ବ୍ଲକ ଓ ଜିଲ୍ଲାରେ ଜଣେ ଲେଖାଏଁ ଏମଆଇଏସ ଏକ୍ସପର୍ଟ ରହିବେ । ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ମଧ୍ୟ ଯୋଜନାର ମନିଟରିଂରେ ଜିଲ୍ଲାପାଳଙ୍କୁ ସହାୟତା କରିବେ । ଏହି ଯୋଜନା ପାଇଁ ମିଳିବାକୁ ଥିବା ଅର୍ଥ ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ପିଏଲ ଆକାଉଣ୍ଟକୁ ଯିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.