ETV Bharat / state

ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟପାଳଙ୍କ ସୌଜନ୍ୟମୂଳକ ସାକ୍ଷାତ, ଜଣାଇଲେ ଦୀପାବଳି ଶୁଭେଚ୍ଛା

ଗୁରୁବାର ସନ୍ଧ୍ୟାରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟପାଳ ରଘୁବର ଦାସ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Nov 10, 2023, 6:48 AM IST

Updated : Nov 10, 2023, 10:30 AM IST

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟପାଳ ରଘୁବର ଦାସ

ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟପାଳଙ୍କ ସୌଜନ୍ୟମୂଳକ ସାକ୍ଷାତ

ଭୁବନେଶ୍ବର: ଗୁରୁବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ । ନବୀନ ନିବାସରେ ଉଭୟ ନେତାଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି । ଉଭୟଙ୍କ ଭେଟଘାଟ ସୌଜନ୍ୟମୂଳକ ବୋଲି କୁହାଯାଉଛି । ନୂଆଦିଲ୍ଲୀରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ଭେଟି ଫେରିବା ପରେ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଭେଟିଛନ୍ତି ରଘୁବର । ଏହି ଅବସରରେ ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କୁ ଦୀପାବଳି ଶୁଭେଚ୍ଛା ଜଣାଇବା ସହ ତାଙ୍କର ସୁସ୍ଥ ଓ ଦୀର୍ଘ ଜୀବନ କାମନା କରିଛନ୍ତି ।

ରାଜ୍ୟର ଦୁଇ ଶୀର୍ଷ ନେତାଙ୍କ ଆଲୋଚନା ସୌଜନ୍ୟମୂଳକ ବୋଲି କୁହାଯାଇଛି । ରାଜ୍ୟପାଳ ଭାବେ ଶପଥ ନେବା ପରେ ଉଭୟଙ୍କ ମଧ୍ୟରେ ଏହା ପ୍ରଥମ ସାକ୍ଷାତ । ରଘୁବର ଓଡ଼ିଶା ଆସିବା ଦିନ ଓ ଶପଥ ପାଠ ଉତ୍ସବରେ ନବୀନଙ୍କ ସହ ଭେଟ ହୋଇଛି । କିନ୍ତୁ ସେ ଭେଟ ସ୍ୱଳ୍ପ ସମୟ ପାଇଁ ଥିଲା । ରାଜ୍ୟପାଳ ଭାବେ ଆଜି(ଶୁକ୍ରବାର) ରଘୁବର ଦାସ ପ୍ରଥମ ଥର ରାଜଭବନ ବାହାରେ ସରକାରୀ କାର୍ଯ୍ୟକ୍ରମରେ ସାମିଲ ହେବେ । ଜନତା ମୈଦାନରେ ଚାଲିଥିବା ଦୁଇଦିନିଆ ଅନ୍ତର୍ଜାତୀୟ ମିଲେଟ ସମ୍ମିଳନୀର ଉଦଯାପନୀ ସନ୍ଧ୍ୟାରେ ଯୋଗ ଦେବେ ।

ଏହାମଧ୍ୟ ପଢନ୍ତୁ: Governor Visits Puri: ଦାୟିତ୍ବ ନେବା ପରେ ମହାପ୍ରଭୁଙ୍କ ଆଶିଷ ନେଲେ ରାଜ୍ୟପାଳ ରଘୁବର ଦାସ

ଗତ ଅକ୍ଟୋବର ୩୧ ତାରିଖରେ ଓଡିଶାର ୨୬ତମ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିଲେ ରଘୁବର ଦାସ । ପ୍ରଫେସର ଗଣେଶୀ ଲାଲଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ରଘୁବରଙ୍କୁ ରାଜ୍ୟର ନୂଆ ରାଜ୍ୟପାଳ ଭାବେ ରାଷ୍ଟ୍ରପତି ନିଯୁକ୍ତି ଦେଇଥିଲେ । ପ୍ରଭୁ ଜଗନ୍ନାଥ, ବାବା ଲିଙ୍ଗରାଜ ଓ ମା' ଭୁବନେଶ୍ଵରୀଙ୍କ ଦର୍ଶନ କରି ରାଜ୍ୟପାଳ ଭାବେ ଶପଥ ନେଇଥିଲେ ରଘୁବର । ବିଧିବଦ୍ଧ ଶପଥ ନେବା ପରେ ଗତ ୬ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନବନିଯୁକ୍ତ ରାଜ୍ୟପାଳ ସାକ୍ଷାତ କରିଥିଲ । ନୂଆଦିଲ୍ଲୀ ଗସ୍ତରେ ଯାଇ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରି ସେ ଆଲୋଚନା କରିଥିଲେ ।

ସେହିପରି ରାଜ୍ୟପାଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ସାହାଙ୍କୁ ମଧ୍ୟ ସାକ୍ଷାତ କରିଥିଲେ । ଓଡିଶାର ବିକାଶ ପାଇଁ ରାଷ୍ଟ୍ରପତିଙ୍କଠାରୁ ଅନେକ ପ୍ରେରଣା, ମାର୍ଗଦର୍ଶନ ପ୍ରାପ୍ତ କରିଥିବା ସେ କହିଥିଲେ । ରାଷ୍ଟ୍ରପତି ଓଡିଶା ନିବାସୀ ହୋଇଥିବାରୁ ଓଡିଶାର ବିକାଶ ନେଇ ତାଙ୍କର ମାର୍ଗଦର୍ଶନ ସହାୟକ ହେବ । ଓଡିଶାର ବିକାଶ ନେଇ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରି ମାର୍ଗଦର୍ଶନ ପ୍ରାପ୍ତ କରିଥିବା ରାଜ୍ୟପାଳ କହିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 10, 2023, 10:30 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.