ETV Bharat / state

ରାଜ୍ୟପାଳ ରଘୁବର ଦାସଙ୍କ ଜଟଣୀ ଗସ୍ତ, ସାଧାରଣଲୋକଙ୍କ ହେଲେ ନିକଟତର

author img

By ETV Bharat Odisha Team

Published : Dec 14, 2023, 7:19 PM IST

Governor Visits Jatani: ଖୋର୍ଦ୍ଧା ଜିଲ୍ଲାର ଜଟଣୀ ଗସ୍ତରେ ରାଜ୍ୟପାଳ ରଘୁବର ଦାସ । ତୃଣମୂଳ ସ୍ତରରେ ଜନହିତକର ଯୋଜନାର ବାସ୍ତବିକତାକୁ ପରଖିଲେ । ଅଧିକ ପଢନ୍ତୁ

ରାଜ୍ୟପାଳ ରଘୁବର ଦାସଙ୍କ ଜଟଣୀ ଗସ୍ତ , ପରଖିଲେ ସରକାରୀ ଯୋଜନାର ସ୍ଥିତି

ଖୋର୍ଦ୍ଧା: ଆଜି ଜଟଣୀ ଗସ୍ତ କରିଛନ୍ତି ରାଜ୍ୟପାଳ ରଘୁବର ଦାସ । ଏହି କ୍ରମରେ ସେ ପ୍ରଥମେ ଜଟଣୀ ପୌର ପରିଷଦ 10 ନମ୍ବର ୱାର୍ଡର ବିଜୁ ଆଦର୍ଶ କଲୋନୀ ବୁଲି ଦେଖିଥିଲେ । କେନ୍ଦ୍ର ସରକାର ବୃଦ୍ଧ, ଗରିବ ଲୋକ, ମହିଳା ଶକ୍ତି ଓ ଯୁବଶକ୍ତି ମାନଙ୍କ ପାଇଁ ବେଟି ବଚାଓ ବେଟି ପଢାଓ, ମୁଦ୍ରା ଯୋଜନା, ଆତ୍ମ ନିର୍ଭର ଭାରତ ଅଭିଯାନ, ଜନଧନ ଯୋଜନା, ଉଜ୍ବଳା ଯୋଜନା, ଅମୃତ ଯୋଜନା, ପିଏମ ଆବାସ ଯୋଜନା ଭଳି ଅନେକ ଜନହିତକର ଯୋଜନା ସାରା ଦେଶରେ ଲାଗୁ କରିଛନ୍ତି ।

ଏହି ଯୋଜନା ଗୁଡିକ ତୃଣମୂଳସ୍ତରରେ ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଁଚୁଛି କି ନାହିଁ ତାହା ଜାଣିବା ପାଇଁ ରାଜ୍ୟପାଳ ଜଟଣୀ ଅଞ୍ଚଳର ବିଭିନ୍ନ ଗ୍ରାମ ଗସ୍ତ କରିଥିଲେ । ହିତାଧିକାରୀ ମାନଙ୍କ ଘରେ ବିଜୁଳି, ପାଣି, ଗ୍ୟାସ ଅଛିକି ନାହିଁ ତାହା ନିଜେ ଦେଖିବା ସହ ପଚାରି ବୁଝିଛନ୍ତି । ସାଧାରଣ ଲୋକଙ୍କ ଘରୁ ଚା ଓ ପାଣି ମଧ୍ୟ ପିଇଛନ୍ତି ରାଜ୍ୟପାଳ । ଜଟଣୀ ବିଜୁ ଆଦର୍ଶ କଲୋନୀ ବୁଲି ସାରିବା ପରେ ସେଠାରୁ ଖୁଦୁପୁର ଗ୍ରାମରେ ଥିବା ଭିନ୍ନକ୍ଷମ ଆଇଟିଆଇ କେନ୍ଦ୍ର ବୁଲି ଦେଖିବା ସହ ଖୁଦୁପୁର ଗାଁ ବୁଲି ସାଧାରଣ ଲୋକଙ୍କ ସହ ଆଲୋଚନା କରିଥିଲେ ।

ଏହା ମଧ୍ୟ ପଢନ୍ତୁ ... ରାଜ୍ୟପାଳ ରଘୁବର ଦାସଙ୍କ ଅନୁଗୋଳ ଗସ୍ତ, ଶୁଣିଲେ ଲୋକଙ୍କ ସମସ୍ୟା

ସେଠାରୁ ତରାଵୋଇ ଗ୍ରାମରେ 150 ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସ୍ବାବଲସ୍ବୀ ମହିଳାମାନଙ୍କ ସହ ଆଲୋଚନା କରି ସରକାର ଯୋଗାଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ । ସେଠାରୁ ରାଜ୍ୟପାଳ ବେଣାପଞ୍ଜରୀ ଗ୍ରାମରେ ଥିବା 5ଟି ସ୍କୁଲ ପରିଦର୍ଶନ କରି ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଆଲୋଚନା କରିଥିଲେ । ସେହିପରି ବେଣାପଞ୍ଜରୀ ଗ୍ରାମରେ ବହୁ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ ।

ଏହା ମଧ୍ୟ ପଢନ୍ତୁ ... ନାରୀଶକ୍ତିର ପ୍ରଗତିରେ ଦେଶର ପ୍ରଗତି:ରାଜ୍ୟପାଳ

ରାଜ୍ୟର ରାଜ୍ୟପାଳଙ୍କୁ ଏମିତି ଗାଁ ଦାଣ୍ଡରେ ଦେଖି ଜନସାଧାରଣ ବେଶ ଆନନ୍ଦିତ ହୋଇଥିଲେ । ରାଜ୍ୟପାଳ ରଘୁବର ଦାସ ଲୋକଙ୍କ ପାଖକୁ ଆସି ସେମାନଙ୍କର ସୁଖ ଦୁଃଖ ବୁଝି ଥିବାରୁ ସେମାନେ ଖୁସି ହେବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲାପାଳ, ଜଟଣୀ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ, ଅନ୍ୟାନ୍ୟ ଅଧିକାରୀଙ୍କ ସହ ସାଧାରଣ ଲୋକମାନେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.