ETV Bharat / state

ଯୋଗ ମଣିଷ ପାଇଁ ଏକ ଅମୋଘ ଅସ୍ତ୍ର: ରାଜ୍ୟପାଳ ଗଣେଣୀ ଲାଲ - ଭୁବନେଶ୍ବର

ଜୁନ 21କୁ  ଆନ୍ତର୍ଜାତୀୟ ଯୋଗ ଦିବସ ରୂପେ ପାଳନ କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା 2015ରୁ ଆରମ୍ଭ ଏହି ଦିବସକୁ ବିଶ୍ବବ୍ୟାପୀ ପାଳନ ହେଉଥିବା ବେଳେ ରାଜଧାନୀ ବିଶାଳ ଯୋଗ ସମାବେଶ ମଧ୍ୟ ଅନୁଷ୍ଠିତ ହୋଇଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jun 21, 2019, 2:09 PM IST

ଭୁବନେଶ୍ବର: ଆନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ରାଜଧାନୀରେ ମଧ୍ୟ ଆୟୋଜିତ ହୋଇଛି ଯୋଗ ଦିବସ । ସାରା ବିଶ୍ବ ଆଜି ଯୋଗ ଦିବସ ପାଳନ କରୁଥିବାବେଳେ ଜନତା ମଇଦାନରେ ମଧ୍ୟ ଏକ ବିଶାଳ ଯୋଗ ଶିବିର ଆୟୋଜନ ହୋଇଥିଲା । ଯେଉଁଥିରେ ରାଜ୍ୟପାଳ ଗଣେଣୀ ଲାଲ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ ।ଯୋଗ ଦିବସ ଉପଲକ୍ଷେ ବହୁ ସଂଖ୍ୟକ ଲୋକେ ଏହି ଶିବିରରେ ସାମିଲ ହୋଇଥିବା ବେଳେ ପୃଥିବୀ ପୃଷ୍ଠକୁ ଏକତ୍ର ରଖିବାର କ୍ଷମତା ଯୋଗ ମଧ୍ୟରେ ରହିଛି ବୋଲି ରାଜ୍ୟପାଳ ଗଣେଣୀ ଲାଲ କହିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଯୋଗର କାମ ଯୋଡିବା । ସାରା ବିଶ୍ବକୁ ବାନ୍ଧି ରଖିବା ଓ ପୃଥିବୀ ପୃଷ୍ଠକୁ ରକ୍ଷାର କ୍ଷମତାକୁ କେବଳ ଯୋଗ ମଧ୍ୟରେ ରହିଛି । ଯୋଗ ହିଁ ଆତ୍ମା ସହ ପରମାତ୍ମାକୁ ଯୋଡି ରଖିବା ସହ ଶାରୀରିକ ଓ ମାନସିକ ଶାନ୍ତି ମିଳିଥାଏ ବୋଲି ରାଜ୍ୟପାଳ କହିଛନ୍ତି ।
ଚେତନା ବୃଦ୍ଧି କରିବା ପାଇଁ ଯୋଗ ଏକାନ୍ତ ଆବଶ୍ୟକ ଥିବାବେଳେ ଯୋଗ ମାଧ୍ୟମରେ ମଣିଷ ନିଜ ସହିତ ପରିଚିତ ହୋଇପାରେ ।

ସେହିପରି ଯୋଗ ଭାରତୀୟ ପରମ୍ପରା ହୋଇଥିବାବେଲେ ଔଷଧ ଠାରୁ ଯୋଗର ଶକ୍ତି ଅଧିକ । ଖାଲି ଶାରୀରିକ ସ୍ବଚ୍ଛତା ନୁହେଁ ମାନସିକତା ଶାନ୍ତି ଦେବାରେ ଯୋଗ ସହାୟକ ହୋଇଥାଏ । ତେଣୁ ସମସ୍ତେ ଯୋଗକୁ ପ୍ରାଧାନ୍ୟ ଦେବା ଦରକାର ବୋଲି ରାଷ୍ଟ୍ର୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କହିଛନ୍ତି । ସେପଟେ, ଏହି ସାମୂହିକ ଯୋଗ ଦିବସରେ ସାମିଲ ହୋଇଥିବା ସ୍ଥାନୀୟ ବାସିନ୍ଦା ମଧ୍ୟ ଯୋଗ କରି ଆତ୍ମତୃପ୍ତି ସହ ଶାରୀରିକ ଓ ମାନସିକ ଶାନ୍ତିର ଅନୁଭବ କରୁଥିବାର କହିଛନ୍ତି ।

ଜୁନ 21କୁ ଆନ୍ତର୍ଜାତୀୟ ଯୋଗ ଦିବସ ରୂପେ ପାଳନ କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା 2015ରୁ ଆରମ୍ଭ ଏହି ଦିବସକୁ ବିଶ୍ବବ୍ୟାପୀ ପାଳନ କରାଯାଉଛି । ଯୋଗ ଦିବସ 5ବର୍ଷରେ ପାଦ ଥାପିଥିବା ବେଳେ ବିଶ୍ବର କୋଣଅନୁକୋଣରୁ ଯୋଗଭାସ୍ୟା କରାଯାଉଥିବା ବେଳେ ପ୍ରତିବର୍ଷ ଜନତା ମୈଦାନରେ ଏହି ଦିବସ ପାଳନ ହୋଇଆସୁଛି । ତେବେ ରାଜଧାନୀରେ ମଧ୍ୟ ସାମୂହିକ ଯୋଗାଭ୍ୟାସ କରାଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ଯୋଗର କାମ ଯୋଡିବା।ସାରା ବିଶ୍ୱକୁ ଯିଏ ଏକ ସୂତ୍ରରେ ବାନ୍ଧି ରଖେ ସେ ହେଉଛି ଯୋଗ,ଯଦି ପୃଥବୀ ପୃଷ୍ଠକୁ ରକ୍ଷା କରିବାର ଶକ୍ତି କାହା ପାଖରେ ଅଛି ସେ ହେଉଛି ଯୋଗ ଶୁକ୍ରବାର ଜନତା ମଇଦାନରେ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ରେ, ଏକ ବିଶାଳ ଯୋଗ ଶିବିରକୁ ସମ୍ବୋଧନ କରିବା ଅବସରରେ ଏହା କହିଛନ୍ତି ମୁଖ୍ୟ ଅତିଥି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ।ଯୋଗ ହିଁ ଆତ୍ମା ସହ ପରମାତ୍ମାଙ୍କୁ ଯୋଡ଼େ।ଯୋଗ ସାଧନ ଦ୍ୱାରା ଆନନ୍ଦ ମିଳିପାରିବ।ବିଶ୍ୱ ର ବଡ ସୌଭାଗ୍ୟ ଆଜି କାରଣ ଯୋଗ ହିଁ ବିଶ୍ୱକୁ ଯୋଡ଼ିଛି। ଯୋଗରୁ ଶାରୀରିକ ଶାନ୍ତି ମିଳିବା ସହ ମାନସିକ ଶାନ୍ତି ମିଳିଥାଏ।ଯୋଗ ମଣିଷର ଚେତନା ଶକ୍ତି ବଢ଼ାଏ।ବାସ୍ତବରେ ଯୋଗ ନିଜକୁ ନିଜର ସତ୍ତା ସହିତ ମିଶିବାକୁ ଦିଏ ଯାହା ପ୍ରଭୁ ଜଗନ୍ନାଥଙ୍କୁ ପାଇବାରେ ସକ୍ଷମ ହୁଏ ବୋଲି ରାଜ୍ୟପାଳ କହିଛନ୍ତି।

 ଭାରତୀୟ ପରମ୍ପରା ଯୋଗର ପରମ୍ପରା।ଔଷଧ ଠାରୁ ଯୋଗର ଶକ୍ତି ଅଧିକ।ଖାଲି ଶାରୀରିକ ସ୍ୱଚ୍ଛ ତା ନୁହେଁ ମାନସିକ ଶାନ୍ତି ଦେବାରେ ଯୋଗ ସହାୟକ ହୋଇଥାଏ।ସମସ୍ତେ ଯୋଗକୁ ପ୍ରାଧାନ୍ୟ ଦେବା ଦରକାର।ଆଜି ଭଳି ଦିନକୁ  ସାରା ବିଶ୍ୱ ପାଳନ କରୁଛି।ଦଳମତ ନିର୍ବିଶେଷରେ ସମସ୍ତେ ଯୋଗକୁ ନିଜର ଜୀବନ ଶୈଳୀରେ ଆପଣେଇବା ଦରକାର ବୋଲି ବିଜେପି ରାଷ୍ଟ୍ରୀୟ ଉପାଧକ୍ଷ ବୈଜୟନ୍ତ ପଣ୍ଡା।

ସାମୁହିକ ଭାବେ ଗୋଟେ ସ୍ଥାନରେ ଏଖାଟି ହୋଇ ଯୋଗ କରିବା ବହୁତ ଖୁସି ଲାଗୁଛି।ଯୋଗରୁ ଶାନ୍ତି ଅନୁଭବ ହେଉଛି।ଦୈନନ୍ଦିନ ଯୋଗ କରିବାକୁ ପ୍ରେରଣା ମିଳିଲା ବୋଲି ନିଉ ଏଲ ଆଇ ସି କଲୋନୀର ନର୍ମଦା ସ୍ୱାଇଁ।

କେନ୍ଦ୍ରାପଡାର ତପନ କୁମାରଙ୍କ ମତରେ ଯୋଗ ହିଁ ଜୀବନ।ଯୋଗ କରନ୍ତୁ ସୁସ୍ଥ ରୁହନ୍ତୁ।ଆଧୁନିକ ପ୍ରାଚୁର୍ଯ୍ୟ ଭିତରେ ଖାଦ୍ୟ ଠୁ ଆରମ୍ଭ କରି ସବୁ କିଛି ଖରାପ ହେବାକୁ ଲାଗିଛି ସବୁ କିଛି ବିଷ ସଦୃଶ ହୋଇଯାଇଛି।ପ୍ରଧାନମନ୍ତ୍ରୀ ଙ୍କୁ ଧନ୍ୟବାଦ ଏ କାର୍ଯ୍ୟକ୍ରମ କରିଥିବାରୁ।

ସୂଚନା ଥାଉକି ପ୍ରତିବର୍ଷ ଜୁନ ୨୧ ତାରିଖକୁ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ରୂପେ ପାଳନ କରାଯାଉଛି।ଯୋଗ କୁ ନେଇ ସମଗ୍ର ବିଶ୍ୱରେ ଭାରତ ଏକ ଉଦାହରଣ ସୃଷ୍ଟି କରିଛି।ଭୁବନେଶ୍ୱର ଜନତା ମୈଦାନରେ ପ୍ରତିବର୍ଷ ଏହି ଦିବସଟି ପାଳନ କରାଯାଉଛି।ଯୋଗ ଶରୀର, ମନକୁ ଓ ଆତ୍ମାକୁ ସଂଯୋଗ କରେ।ଯୋଗ ଦ୍ୱାରା ସୁସ୍ଥ ସମାଜ ଗଠନ ହୋଇପାରିବ ବୋଲି ଅନେକଙ୍କ ମତ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.