ଖୋର୍ଦ୍ଧା: ଓଡିଶାର ପବିତ୍ର ମାଟିରେ ଜନ୍ମନେଇଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ପବିତ୍ର ବୋଲି କହିଲେ ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ। ସେମାନେ ଅନେକ ଗୁଣର ଅଧିକାରୀ ହୋଇ ଓଡିଶା ମାଟିରେ ଜନ୍ମ ନେଇଛନ୍ତି । କେବଳ ସେମାନଙ୍କୁ ନିଜ ଅନ୍ତର୍ନିହିତ ଗୁଣକୁ ଜଣାଇବା ଆବଶ୍ୟକ । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକ ନିରାକାରପୁର ସ୍ଥିତ କ୍ଷେତ୍ରବାସୀ ଡିଏଭି ମହାବିଦ୍ୟାଳୟର ହୀରକ ଜୟନ୍ତୀ ସମାରୋହରେ ଯୋଗଦେଇ ମହାମହିମ ରାଜ୍ୟପାଳ ଏପରି କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, 'ଆକାଶକୁ ଛୁଇଁବା ଅପେକ୍ଷା ଆକାଶକୁ ପ୍ରାପ୍ତ କରିବାର ଇଚ୍ଛାଶକ୍ତି ଛାତ୍ରଛାତ୍ରୀଙ୍କଠାରେ ରହିବା ଆବଶ୍ୟକ' । ଓଡିଶା ଏକ ପବିତ୍ର ରାଜ୍ୟ ଏଠାରେ ଜନ୍ମ ନେଇଥିବା ସବୁ ପିଲା ପବିତ୍ର । ସେଥିପାଇଁ ସେମାନଙ୍କ ପାଖରେ ଏତେ ଶକ୍ତି ରହିଛି ଯେ, କେବଳ ଏହି କଥା ତାଙ୍କୁ ଜଣାଇବା ଆବଶ୍ୟକ ।
ସେହିପରି ରାଜ୍ୟର ଏହି ସର୍ବ ପୁରାତନ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚଶିକ୍ଷା ଅନୁଷ୍ଠାନର ସ୍ଥାୟୀ ଜମିପଟ୍ଟା ନଥିବାରୁ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରି ସମସ୍ୟାର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଏହି ହୀରକ ଜୟନ୍ତୀ ଉତ୍ସବରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ, ଖୋର୍ଦ୍ଧା ବିଧାୟକଙ୍କ ସମେତ ଅନୁଷ୍ଠାନର ଅଧ୍ୟାପକ ଅଧ୍ୟାପିକା ଏବଂ ବହୁ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ