ETV Bharat / state

ନୂଆ ବାଟ ଦେଖାଇଲା ସିଲେଇ: ସ୍ୱାବଲମ୍ବୀ ହେବା ସହ ଗାଁ ମହିଳାଙ୍କୁ ସ୍ବାବଲମ୍ବୀ କରୁଛନ୍ତି ଗୀତାଞ୍ଜଳି

author img

By ETV Bharat Odisha Team

Published : Oct 3, 2023, 3:44 PM IST

ଚର୍ଚ୍ଚାରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅନ୍ତର୍ଗତ ବୋତଳମା ଗ୍ରାମର ଗୀତାଞ୍ଜଳି ଜେନା । ନିଜେ ଆତ୍ମନିର୍ଭର ହେବା ସହ ସ୍ଥାନୀୟ ଅଞ୍ଚଳର ଅନ୍ୟ ମହିଳାମାନଙ୍କୁ ରୋଜଗାରର ରାସ୍ତା ଦେଖାଇଛନ୍ତି ଗୀତାଞ୍ଜଳୀ । ଅଧିକ ପଢନ୍ତୁ

ନୂଆ ବାଟ ଦେଖାଇଲା ସିଲେଇ
ନୂଆ ବାଟ ଦେଖାଇଲା ସିଲେଇ
ନୂଆ ବାଟ ଦେଖାଇଲା ସିଲେଇ

ଖୋର୍ଦ୍ଧା: ଚର୍ଚ୍ଚାରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅନ୍ତର୍ଗତ ବୋତଳମା ଗ୍ରାମର ଗୀତାଞ୍ଜଳି ଜେନା । ନିଜେ ଆତ୍ମନିର୍ଭର ହେବା ସହ ସ୍ଥାନୀୟ ଅଞ୍ଚଳର ଅନ୍ୟ ମହିଳାମାନଙ୍କୁ ରୋଜଗାରର ରାସ୍ତା ଦେଖାଇଛନ୍ତି ଗୀତାଞ୍ଜଳି । ଯାହାକୁ ନେଇ ବିଭିନ୍ନ ମହଲରେ ବେଶ ପ୍ରଂଶସା ସାଉଁଟିଛନ୍ତି ।

ରୋଜଗାରର ବାଟ ଦେଖାଇବା ସହ ପରିବାର ଚଳାଉଛି ସିଲେଇ ମେସିନ୍‌ । ନିଜେ ଆତ୍ମନିର୍ଭର ହେବା ସହ ସ୍ଥାନୀୟ ଅଞ୍ଚଳର ଅନ୍ୟ ମହିଳାଙ୍କୁ ରୋଜଗାରର ରାସ୍ତା ଦେଖାଇଛନ୍ତି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅନ୍ତର୍ଗତ ବୋତଳମା ଗ୍ରାମର ଗୀତାଞ୍ଜଳି ଜେନା । 2004 ମସିହାରେ ସେ ବିବାହ କରିବା ପରେ ପରିବାରର ଦାୟିତ୍ବ ନେଇଥିଲେ ଗୀତାଞ୍ଜଳି । ପରିବାରର ଆର୍ଥିକ ସ୍ଥିତି ସୁଧାରିବା ପାଇଁ ନିଷ୍ପତ୍ତି ନେଇଥିଲେ ଗୀତାଞ୍ଜଳୀ। ନିଜର ପାରିଶ୍ରମିକ ଓ ବୁଦ୍ଧିରେ ନିଜେ ପ୍ରଥମେ ଟେଲରିଂ କାମକୁ ଆପଣାଇ ମେସିନ୍‌ କିଣି ଟେଲରିଂ କରିବା ଆରମ୍ଭ କରିଥିଲେ । ପରେ ପରେ ନିକଟ ବଜାରରେ ଘର ଭଡ଼ା ନେଇ ଆରମ୍ଭ କଲେ ନିଜର କପଡ଼ା ସିଲେଇ କ୍ୟାରିଅର ।

ଧୀରେଧୀରେ ଏକାଧିକ ଟେଲର ମେସିନ୍‌ କିଣିବା ସହିତ ନିଜ ପଞ୍ଚାୟତର ବେକାରୀ ମହିଳାମାନଙ୍କୁ କର୍ମନିଯୁକ୍ତି ଦେଇ ଆତ୍ମନିର୍ଭରଶୀଳ କରିପାରିଛନ୍ତି । ଗୀତାଞ୍ଜଳି ନିଜେ ଟେଲରିଂ କରିବା ସହିତ ନିଜ ଅଞ୍ଚଳର ଶତାଧିକ ମହିଳାଙ୍କୁ ଏହି ଟେଲରିଂ ଶିକ୍ଷା ଦେଇଛନ୍ତି । ଯାହାପାଇଁ ଅନେକ ମହିଳା ଏବେ ଗୀତାଞ୍ଜଳିଙ୍କ ଭଳି ଉଦ୍ୟୋଗୀ ହୋଇପାରିଛନ୍ତି । ଗୀତାଞ୍ଜଳି ଟେଲରିଂ କାମରେ ବ୍ୟବହୃତ ହେଉଥିବା କପଡ଼ା ଓ ସରଞ୍ଜାମକୁ କଟକରୁ ଆଣିଥାଆନ୍ତି, ଆଉ ଏହାପରେ ଚାହିଦା ଓ ଲୋକଙ୍କ ଅର୍ଡର ଅନୁସାରେ ତିଆରି ହୁଏ ଭଳିକି ଭଳି ପୋଷାକ । ଆଉ ଏହିସବୁ କାର୍ଯ୍ୟ ପାଇଁ ଗୀତାଞ୍ଜଳିଙ୍କ ସହିତ ଆଉ 4 ଜଣ ମହିଳା ନିୟୋଜିତ ହୋଇ ଦିନକୁ 3ଶହରୁ ଅଧିକ ଟଙ୍କା ରୋଜଗାର କରି ଆତ୍ମ ନିର୍ଭରଶୀଳ ହୋଇପାରିଛନ୍ତି ।

ଏହାମଧ୍ୟ ପଢନ୍ତୁ.. ସଫଳ ଉଦ୍ୟୋଗୀ ବନାନୀ ରାଣୀ, ବିଦେଶ ଯିବ ହାତ ତିଆରି ଶାଳ ଓ ଶିଆଳିପତ୍ର ଥାଳି

ଗୀତାଞ୍ଜଳିଙ୍କ ଦୋକାନରେ କର୍ମନିଯୁକ୍ତି ପାଇ ବେଶ ଖୁସି ଅଛନ୍ତି ଏଠାରେ ଥିବା କାର୍ଯ୍ୟରତ କର୍ମଚାରୀ ମହିଳାମାନେ । ନିଜ ଘର କାମ ସାରିବା ପରେ ଏହି ଟେଲରିଂ କାମ ପାଇଁ ସେମାନେ ବାହାରି ଆସନ୍ତି । ଆଉ ଏହି କପଡ଼ା ସିଲେଇ କାମ ଦ୍ଵାରା ସେମାନେ ରୋଜଗାର କ୍ଷମ ହୋଇ ନିଜର ପରିବାର ଖର୍ଚ୍ଚ ସହିତ ପିଲାଙ୍କ ପାଠପଢ଼ା ଖର୍ଚ୍ଚ ମଧ୍ୟ କରିପାରନ୍ତି । ନିଜର ଆର୍ଥିକ ଅନଟନ ଭିତରେ ଗୀତାଞ୍ଜଳିଙ୍କ ପାଖରେ ଏମାନେ ନିଯୁକ୍ତି ପାଇ ମଧ୍ୟ ନିଜର ପରିବାର ବୋଝକୁ ଟିକିଏ ହାଲୁକା କରିପାରୁଛନ୍ତି ।

ଏହାମଧ୍ୟ ପଢନ୍ତୁ.. ଶ୍ରୀଚୂଲ୍ଲା ନିର୍ମାଣ କରି ସଫଳ ଉଦ୍ୟୋଗୀ ଶୁଭରାଣୀ ମହାନ୍ତି

ତେବେ ଦୃଢ଼ ଇଚ୍ଛା ଶକ୍ତି ଦେଖାଇ ଗୀତାଞ୍ଜଳୀ ଆଜି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି । ଗୀତା କେବଳ ଗ୍ରାମାଞ୍ଚଳର ମହିଳାଙ୍କୁ ସିଲେଇ ଶିକ୍ଷା ପ୍ରଦାନ କରୁ ନାହାନ୍ତି ବରଂ ରାଜ୍ୟ ସରକାରଙ୍କ ଦ୍ୱରା ଭୁବନେଶ୍ୱର ରୁଡ଼ସେଡ ଟ୍ରେନିଂ ସେଣ୍ଟରରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଥିବା ମହିଳାଙ୍କୁ ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି । ଗୀତା ସଂଘର୍ଷ କରି ଏହି ସଫଳତା ପାଇଥିବା ବେଳେ ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.