ETV Bharat / state

ଦୁର୍ଗନ୍ଧରେ ବସ୍ତିବାସିନ୍ଦାଙ୍କ ଜୀବନ ଅସ୍ତବ୍ୟସ୍ତ, ବିଜେପି କହିଲା ସମାଧାନ ନେହେଲେ ଆଇନ ଅମାନ୍ୟ ଆନ୍ଦୋଳନ

author img

By ETV Bharat Odisha Team

Published : Dec 7, 2023, 8:41 PM IST

ଦୁର୍ଗନ୍ଧରେ ଫାଟୁଛି ସ୍ମାର୍ଟସିଟି ଭୁବନେଶ୍ବର । ସାରା ସହରର ଅଳିଆ କୃତ୍ରିମ ପାହାଡ଼ର ଭ୍ରମ ସୃଷ୍ଟି କରୁଛି । ଏହି ଆବର୍ଜନା ସୈନିକ ସ୍କୁଲଠୁ ଆରମ୍ଭ କରି ବାଣୀବିହାର, ଭିଏସଏସ ନଗର, ଦୁରଦର୍ଶନ କଲୋନୀ ପର୍ଯ୍ୟନ୍ତ ବ୍ୟାପିଛି । ଅସ୍ବାସ୍ଥ୍ୟକରଣ ପରିବେଶରେ ଅଣନିଶ୍ବାସୀ ଲୋକେ । ଦେଖନ୍ତୁ ଏହି ରିପୋର୍ଟ

Gadakana Dumping Yard makes life hard
Gadakana Dumping Yard makes life hard
ଦୁର୍ଗନ୍ଧରେ ବସ୍ତିବାସିନ୍ଦାଙ୍କ ଜୀବନ ଅସ୍ତବ୍ୟସ୍ତ

ଭୁବନେଶ୍ବର: ରାଜଧାନୀବାସୀଙ୍କୁ କଲବଲ କରୁଛି ଗାଡ଼କଣ ଡମ୍ପିଂୟାର୍ଡ । ଏଠାରେ ଗଦା ହୋଇଥିବା କୁଢ କୁଢ ଅଳିଆ ଆବର୍ଜନା କୃତ୍ରିମ ପାହାଡ଼ର ଭ୍ରମ ସୃଷ୍ଟି କରୁଛି । ଏବେବି ସହର ଯାକର ଅଳିଆ ବିଏମସି ଗାଡିରେ ଆସି ଏଇଠାରେ ଜମା ହେଉଛି । ଯୁଆଡେ ଦେଖ ଖାଲି ଅଳିଆ ଆବର୍ଜନା । ଏହି ଅଞ୍ଚଳଠାରୁ ୫ କୋଲିମିଟର ଦୂର ପର୍ଯ୍ୟନ୍ତ ଅଞ୍ଚଳର ବାସିନ୍ଦାମାନେ ତ୍ରାହି ତ୍ରାହି ଡାକିଲେଣି । ଅସ୍ବାସ୍ଥ୍ୟକର ପରିବେଶ ଯୋଗୁଁ ରୋଗ ମଧ୍ୟ ବ୍ୟାପିବାରେ ଲାଗିଛି । ସେପଟେ ସ୍ବଚ୍ଛ ପରିବେଶ ଦାବି କରି ବିଜେପିର ସତ୍ୟାଗ୍ରହ ଆଜି ୧୧ଦିନରେ ପହଞ୍ଚିଛି । ତୁରନ୍ତ ସମସ୍ୟାର ସମାଧାନ ନ ହେଲେ ବିଜେପି ଆଗକୁ ତୀବ୍ର ଆନ୍ଦୋଳନ କରିବ ବୋଲି କହିଛନ୍ତି ବିଜେପି ମୁଖପାତ୍ର ଦିଲ୍ଲୀପ ମହାନ୍ତି ।

ଗାଡ଼କଣରେ ସମୁଦାୟ ସହରର ଅଳିଆ ଆବର୍ଜନା ଗଦା ହେଉଥିବାରୁ ଏଠାରେ ଆବର୍ଜନାର ପାହାଡ ତିଆରି ହୋଇଛି । ପ୍ରଥମେ ଅସ୍ଥାୟୀ ଖୋଲା ଖତଗଦା କରି ଆରମ୍ଭ କଲେ ପରେ ଅଘୋଷିତ ଭାବେ ସ୍ଥାୟୀ କରିଦେଲେ । ଏହି ଡମ୍ପିୟାର୍ଡ ନିକଟରେ ରହିଛି ଧୀରିକୁଟି ସାହି । ଏହି ସାହିରେ ପାଖାପାଖି ୫ ହଜାର ଲୋକ ରୁହନ୍ତି । ସେମାନଙ୍କ ଅଭିଯୋଗ ହେଲା, ଦୁର୍ଗନ୍ଧରେ ପୁରା ପରିବେଶ ଫାଟି ପଡୁଛି । ଛୋଟ ପିଲାମାନଙ୍କଠାରୁ ଆରମ୍ଭ କରି ବୟସ୍କମାନେ ନାନାଦି ରୋଗର ଶିକାର ହେଉଛନ୍ତି । କେତେବେଳେ ଡେଙ୍ଗୁ ବ୍ୟାପୁଛି ତ ଆଉ କେତେବେଳେ ଥଣ୍ଡା ରୋଗ । ଚର୍ମ ରୋଗରେ ଆକ୍ରାନ୍ତ ହେଉଛନ୍ତି ପିଲାମାନେ । ବର୍ଷ ବର୍ଷ ଧରି ଏହି ସମସ୍ୟା ଲାଗି ରହିଛି । ବିଏମସି ତାଙ୍କ ସ୍ଥାନରେ ଅଳିଆ ପକାଉଛି। ଆମେ କଣ କରିପାରିବୁ ବୋଲି ପାଲଟା ପ୍ରଶ୍ନ କରିଛନ୍ତି । ସାମାନ୍ୟ ବର୍ଷା ହେଲେ ଦୁର୍ଗନ୍ଧ ଅଧିକ ବ୍ୟାପୁଛି । ସଂକ୍ରମଣ ବ୍ୟାପିବାର ମଧ୍ୟ ଆଶଙ୍କା ରହିଛି । ହେଲେ ସେମାନେ ନିରୁପାୟ ବୋଲି କହିଛନ୍ତି ।

ଏହା ବି ପଢନ୍ତୁ- ଦୁର୍ଗନ୍ଧରେ ଫାଟିପଡୁଛି ରାଜଧାନୀ; ଗାଡକଣ ଡମ୍ପିଂୟାର୍ଡ ଯାଇ ସ୍ଥିତି ନିରୀକ୍ଷଣ କଲା ବିଜେପି

ଅନ୍ୟପଟେ ସ୍ବଚ୍ଛ ସହର ପାଇଁ ଲଢେଇ ଜାରି ରଖିଛି ବିଜେପି । ଆଜି ୧୧ ଦିନରେ ପହଂଚିଛି ବିଜେପିର ସତ୍ୟାଗ୍ରହ । ଅଳିଆ ଗଦାର ପୋଷ୍ଟର ଲଗାଇ ଜନସାଧାରଣଙ୍କୁ ସଚେତନ କରାଯାଉଛି ଦଳ । ଏ ନେଇ ବିଜେପି ମୁଖପାତ୍ର ଦିଲ୍ଲୀପ ମହାନ୍ତି କହିଛନ୍ତି, "ଏହି ଆବର୍ଜନାର ପାହାଡ ଦ୍ବାରା ରାଜଧାନୀର ଭୂତଳ ଦଳ ପ୍ରଦୂଷିତ ହେଲାଣି । ମଶାମାନଙ୍କର ଉତ୍ପତି ସ୍ଥଳ ପାଲଟିଛି ଏହି ଅଞ୍ଚଳ । ବିପଦ ସମସ୍ତଙ୍କ ପରିବାର ପାଇଁ ଭୟଙ୍କର ହେଲାଣି । ଏହି ଆବର୍ଜନା ଦ୍ବାରା ସୈନିକ ସ୍କୁଲ ଅଞ୍ଚଳ ଲକ୍ଷ୍ମୀବିହାର, ବାଣୀବିହାର, ଭିଏସଏସ ନଗର, ଧୀରିକୁଟି ସାହି, ଗଜପତି ନଗର , ସାମନ୍ତ ବିହାର, ମୈତ୍ରି ବିହାର, ଦୁରଦର୍ଶନ କଲୋନୀର ବାସିନ୍ଦା ଅସୁରକ୍ଷିତ । ତୁରନ୍ତ ଏହି ସମସ୍ୟାର ସରକାର ସମାଧାନ କରନ୍ତୁ । ନଚେତ ସତ୍ୟାଗ୍ରହ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଚାଲିବ । ସମସ୍ୟାର ସମାଧାନ ନହେଲେ ଆଇନ ଆମାନ୍ୟ କରିବୁ ।"

ତେବେ ବିଏମସି କାର୍ଯ୍ୟାଳୟରେ କମିଶନର ବିଜୟ ଅମୃତ କୁଲାଙ୍ଗେଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲୁ । କିନ୍ତୁ ଅନୁପସ୍ଥିତ କାରଣରୁ ତାଙ୍କର ପ୍ରତିକ୍ରିୟା ମିଳିପାରିନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.