ETV Bharat / state

ନବ ଦାସଙ୍କୁ ହତ୍ୟା: କେଉଁଠି ରହିଲା ତ୍ରୁଟି, ପୋଲିସ ସୁରକ୍ଷାରେ ଅବହେଳା ନା କର୍ମୀଙ୍କ ଭିଡ ?

author img

By

Published : Jan 30, 2023, 10:52 PM IST

ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା ପରେ ଏହାର କାରଣ ଖୋଜୁଛି କ୍ରାଇମବ୍ରାଞ୍ଚ । ତେବେ ଏହାପରେ ଏବେ ଭିଭିଆଇପି ଗସ୍ତ ଓ ସୁରକ୍ଷା ନେଇ ଉଠିଛି ବଡ ପ୍ରଶ୍ନ । ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଗସ୍ତବେଳେ SOP ପାଳନ ହୋଇଥିଲା କି ନାହିଁ, ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ପୋଲିସ ଅଧିକାରୀ । ଅଧିକ ପଢ଼ନ୍ତୁ

ନବ ଦାସଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠାଇଲେ ପୂର୍ବତନ ପୋଲିସ ଅଧିକାରୀ

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟର ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା ପରେ ଏବେ ଘଟଣାର କାରଣ ଖୋଜା ଆରମ୍ଭ ହୋଇଛି । କେଉଁଠାରେ ତୃଟି ରହିଲା, ଯାହା ପାଇଁ ମନ୍ତ୍ରୀଙ୍କ ଜୀବନ ଗଲା । ଏହାପରେ ଏବେ ଭିଭିଆଇପି ଗସ୍ତ ଓ ସୁରକ୍ଷା ନେଇ ଉଠିଛି ଏକ ବଡ ପ୍ରଶ୍ନ । କିପରି ରାଜ୍ୟରେ ଭିଭିଆଇପିଙ୍କ ଗସ୍ତ ବେଳେ ପାଳନ ହେଉଛି SOP ଓ ସୁରକ୍ଷା ଦୃଷ୍ଟିରୁ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଗସ୍ତବେଳେ SOP ପାଳନ ହୋଇଥିଲା କି ନାହିଁ, ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ପୋଲିସ ଅଧିକାରୀ ।

ମନ୍ତ୍ରୀଙ୍କ ଗସ୍ତ ନେଇ ସୁରକ୍ଷା ବ୍ୟବସ୍ଥାର ପ୍ରୋଟୋକଲ ରହିଥିବାବେଳେ ଏଥିରେ କେଉଁ ତୃଟି ରହିଲା, ଯେଉଁ କାରଣରୁ ଏପରି ଏକ ଅଘଟଣ ଘଟିଲା ତାହା ଏବେ ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ଏନେଇ ପୂର୍ବତନ‌ ପୋଲିସ ଅଧିକାରୀ ବଟକୃଷ୍ଣ ତ୍ରିପାଠୀ କହିଛନ୍ତି, "ଯଦି ଏପରି କୌଣସି ସନ୍ଦେହ ଥିଲା ତାହାଲେ ପୋଲିସ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରିବାର ଥିଲା । ମନ୍ତ୍ରୀଙ୍କ ପାଖକୁ ଲୋକଙ୍କୁ ଛାଡିବାର ନଥିଲା । ତେବେ ଇଣ୍ଟିଲେଜେନ୍ସ ରିପୋର୍ଟ ଥିଲା କି ନାହିଁ ଏପର୍ଯ୍ୟନ୍ତ ଜଣାପଡିନାହିଁ । ତେବେ ଯଦି ନଥିଲା ତାହାଲେ ଇଣ୍ଟେଲିଜେନ୍ସ ସମ୍ପୂର୍ଣ୍ଣ ଫେଲ ବୋଲି କହିବା କଥା । କାରଣ ଏନେଇ ଏସଓପି ବା ସର୍କୁଲାର ଅଛି । ଯଦି ଫଲୋ କରାନଯାଏ, ତେବେ ଏପରି ବିପଦ ଆସିବ । ଭିଆଇପି ବା ମନ୍ତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ସେସବୁ ଏସଓପି ଚେକ୍ କରିବା କଥା । ଏପରିକି କାର୍ଯ୍ୟକ୍ରମକୁ କିଏ ଆସୁଛି, ଫୁଲମାଳକୁ ଚେକ୍ କରାଯାଉଛି କି ନାହିଁ, କିଏ କାର୍ଯ୍ୟକ୍ରମକୁ ଆସିବ ଏବଂ କିଏ ପେଣ୍ଡାଲରେ ବସିବେ, ସେନେଇ ଯାଞ୍ଚ ହେବା କଥା । ନଚେତ ଭିଆଇପିମାନଙ୍କୁ ବିପଦ ଆସିବାର ସମ୍ଭାବନା ଅଛି ।"

ଏଥିପାଇଁ ଯେଉଁ ଷ୍ଟ୍ରାଟେଜି ଓ ଯେଉଁ ପ୍ରକାର ଏସଓପି ଦରକାର ସେନେଇ ଗାଇଡଲାଇନ ଅଛି, ତାକୁ ପାଳନ କରିବା ଦରକାର ବୋଲି କହିଛନ୍ତି ପୂର୍ବତନ ପୋଲିସ ଅଧିକାରୀ । ତେବେ ନବ ଦାସଙ୍କ କ୍ଷେତ୍ରରେ ତାହା ପାଳନ ହୋଇଥିଲା କି ନାହିଁ ତଦନ୍ତ ହେବା ଦରକାର । ଅନ୍ୟପଟେ ଯଦି ASI ଗୋପାଳ ଦାସ ମାନସିକ ସ୍ଥିତି ଭଲନଥିଲା ତାଙ୍କୁ କିପରି ଏପରି ଭିଆଇପିଙ୍କ ସୁରକ୍ଷା ଦାୟିତ୍ବ ଦିଆଯାଇଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି, "କିପରି ତାଙ୍କୁ ବନ୍ଧୁକ ଇସ୍ୟୁ କରାଯାଇଥିଲା ତାହା ମଧ୍ୟ ତଦନ୍ତ ହେବା ଦରକାର । ଦ୍ବିତୀୟ କଥା ଏହା ପଛରେ ଅନ୍ୟ କୌଣସି ସଂସ୍ଥା, ବ୍ୟକ୍ତି ବିଶେଷ କିମ୍ବା ବ୍ୟବସାୟିକ ବା ଅନ୍ୟ କୌଣସି ଷଡ଼ଯନ୍ତ୍ର ଥାଇପାରେ, ତାହାର ମଧ୍ୟ ତଦନ୍ତ ନିହାତି ଦରକାର ।"

ତେବେ ନବଙ୍କ ଗସ୍ତ ସମୟରେ ଝାରୁସୁଗୁଡା ପୋଲିସ ସେସବୁ ଏସଓପି ପାଳନ କରିଥିଲା କି ନାହିଁ, ଏନେଇ ଇଣ୍ଟେଲିଜେନ୍ସ କିଛି ଖବର ରଖିଥିଲା କି, ମନ୍ତ୍ରୀଙ୍କ ଗସ୍ତ ସମୟରେ ପୋଲିସ ସଠିକ ପ୍ରୋଟୋକଲରେ ମନ୍ତ୍ରୀଙ୍କୁ ସୁରକ୍ଷା ଦେଇଥିଲା କି, ନା କର୍ମୀଙ୍କ ଗହଣରେ ପୋଲିସ ଚାପଗ୍ରସ୍ତ ହୋଇ କର୍ମୀଙ୍କୁ ମୁକୁଳା ଛାଡିଦେଇଥିଲା ତାହା ଏବେ ସନ୍ଦେହ ସୃଷ୍ଟି କରିଛି । କାରଣ ଗହଳିର ସୁଯୋଗରେ ଅତି ନିକଟରୁ ମନ୍ତ୍ରୀଙ୍କୁ ଗୁଳି କରାଯାଇଥିବା ଜଣାପଡ଼ିଛି । ଯାହା ଫଳରେ ଗୁଳିଟି ମନ୍ତ୍ରୀଙ୍କ ଛାତିରେ ବାଜି ହାର୍ଟ ଓ ଲଙ୍ଗସକୁ ଭେଦ କରି ବାହାରକୁ ପଛପଟେ ବାହାରିଥିବା ଡାକ୍ତରୀ ରିପୋର୍ଟରୁ ଜଣାପଡଥିବା କହିଛନ୍ତି କ୍ୟାପିଟାଲ ହସ୍ପିଟାଲର ଡାଇରେକ୍ଟର ଲକ୍ଷ୍ମୀଧର ସାହୁ ।

ତେବେ ମନ୍ତ୍ରୀ ନବଦାସ ପଶ୍ଚିମ ଓଡ଼ିଶାର ଜଣେ ଟାଣୁଆ ନେତା ଥିଲେ । କ୍ରାଇମବ୍ରାଞ୍ଚ ଅଭିଯୁକ୍ତ ଦର୍ଶାଇଥିବା ଗୋପାଳକୃଷ୍ଣ ଦାସଙ୍କ ଏହା ବ୍ୟକ୍ତିଗତ ଶତୃତା ନା ଅନ୍ୟ କୌଣସି ଷଡ଼ଯନ୍ତ୍ର ତାହା ମଧ୍ୟ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ୍ । କାରଣ ନବ ଦାସଙ୍କର ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ଅନେକ ବ୍ୟବସାୟ ରହିଛି । ହୋଟେଲ ବ୍ୟବସାୟ ଠାରୁ ଖଣି ଟ୍ରାନସପୋର୍ଟ ଭଳି ଅନେକ ସଂସ୍ଥା ରହିଛି । ଅନ୍ୟପଟେ ରାଜନୈତିକ ମହଲରେ ମଧ୍ୟ ବେଶ ଟାଣୁଆ ନେତା ଥିଲେ ନବ । ତେଣୁ ଏହି ହତ୍ୟାକାଣ୍ଡ ପଛରେ ଗୋପାଳ ଦାସ ପ୍ରଭାବିତ ହୋଇନାହାନ୍ତି ତ । ସେନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ପୋଲିସ ଅଧିକାରୀ । ତେବେ ସୁରକ୍ଷା ଓ ଏସଓପି ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଓ ମନ୍ତ୍ରୀଙ୍କ ଗସ୍ତ ସମୟରେ ଗୃହ ବିଭାଗର ହେଲୋ ବୁକ୍ ସିକ୍ୟୁରିଟି ହିସାବରେ ସୁରକ୍ଷା ବ୍ୟବସ୍ଥା ହେବାର ଏସଓପି ରହିଛି । ମନ୍ତ୍ରୀଙ୍କ ଗସ୍ତ ସମୟରେ ବିଭାଗୀୟ ସଚିବ ଏନେଇ ଜିଲ୍ଲାର ଏସପି ଓ ଜିଲ୍ଲାପାଳଙ୍କୁ ଅବଗତ କରିବା କଥା । ମନ୍ତ୍ରୀଙ୍କ ପିଏସଓ ସୁରକ୍ଷା ସମ୍ବନ୍ଧିତ ସମସ୍ତ ତଥ୍ୟ ଜିଲ୍ଲା ଏସପି ବା ଦାୟିତ୍ବରେ ଥିବା ଅତିରିକ୍ତ ଏସପି କିମ୍ବା ଡିଏସପି ଅଧିକାରୀଙ୍କୁ ଅବଗତ କରିବା କଥା । ଏସବୁ ପାଳନ ହୋଇଛି ନା ନାହିଁ ସେ ନେଇ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ‌ ପୋଲିସ ଅଧିକାରୀ ବଟକୃଷ୍ଣ ତ୍ରିପାଠୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.