ETV Bharat / state

ମତ୍ସ୍ୟଜୀବୀଙ୍କୁ କାଳ ରାଜଦଳ - ମତ୍ସ୍ୟଜୀବୀ

ଧିବରକୁ ଅଡୁଆରେ ପକାଉଛି ଚିଲିକାର ରାଜଦଳ । ଚିଲିକାରେ କୂଳେକୂଳେ ଦଳ କାୟା ବିସ୍ତାର କରିଥିବାରୁ ଡଙ୍ଗା ଚଲାଇବା ଏକ ପ୍ରକାର କଷ୍ଟସାଧ୍ୟ ହୋଇ ପଡିଛି ମତ୍ସ୍ୟଜୀବୀଙ୍କ ପାଇଁ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା
author img

By

Published : Jun 7, 2019, 11:42 PM IST

ଖୋର୍ଦ୍ଧା: ମତ୍ସ୍ୟଜୀବୀଙ୍କ ବାଟରେ କଣ୍ଟା ହୋଇ ଛିଡା ହୋଇଛି ରାଜଦଳ । ଚିଲିକା ନିଳ ଗଭୀର ଜଳରାଶିରେ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି ରାଜଦଳ । ଫଳରେ ଚିଲିକାରେ ଡଙ୍ଗା ଚଲାଇବାରେ ବ୍ୟାଘାତ ସୃଷ୍ଟି ହେଉଛି । ଯାହାକୁ ନେଇ ଚିନ୍ତାରେ ପଡିଯାଇଛନ୍ତି ମତ୍ସ୍ୟଜୀବୀ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଚିଲିକାର କୂଳ କୂଳ ମାଡି ଚାଲିଛି ରାଜଦଳ । ଫଳରେ ଏହାକୁ ପାର କରି ଡଙ୍ଗା ଚଳାଇବା ଏକ ପ୍ରକାର ମୁସ୍କିଲ ହୋଇପଡିଛି ଧିବରଙ୍କ ପାଇଁ । ତେବେ ଏହାକୁ ସଫା କରି କରି ନୟାନ୍ତ ହୋଇପଡିଲେଣି ସେମାନେ । ସେପଟେ ଦଳ ଗୁଡିକ ସଫା ନ କାରଣରୁ ଧିରେ ଧିରେ ମାଛ, କଙ୍କଡା ଓ ଚିଙ୍ଗୁଡି ଭଳି ଜଳଚର ଜୀବ ହ୍ରାସ ପାଇବାକୁ ଲାଗିଲାଣି । ଫଳରେ ଏବେ ମାଛ, କଙ୍କଡା ଓ ଚିଙ୍ଗୁଡି ବିକ୍ରି କରି ପେଟ ପୋଷୁଥିବା ମତ୍ସ୍ୟଜୀବୀ ଚିନ୍ତାରେ ପଡିଯାଇଛନ୍ତି । ଦଳ ଗୁଡିକ ସଫା କରିବା ଦିଗରେ ସରକାର ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Slug-UD minister visited cuttack to solve waterlogging problem,Pkg,Ctc,07.06.19,Rep- Narayan.

ଆଂଙ୍କର ---କଟକ ସହର ଉନ୍ନତି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ହେଲେ ସହରବାସୀ ଜଳବନ୍ଦୀଠାରୁ ଆରମ୍ଭ କରି କଦର୍ଯ୍ୟ ରାସ୍ତା ଭଳି ଅନେକ ସମସ୍ୟା ରେ ଘାଣ୍ଟିଚକଟି ହେଉଛନ୍ତି । ତେଣୁ ଏହାକୁ ନେଇ ଆଜି ସମୀକ୍ଷା କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା । ଖାସ କରି ବାଦମବାଡି ରାସ୍ତାରେ ପାଣି ଜମିବା,ଜାଇକା ଓ ରକ୍ସି ଲେନ ରେ ଜଳବନ୍ଦୀ ସମସ୍ୟାକୁ ନେଇ ବ୍ୟକ୍ତିଗତଭାବେ ସେସବୁ ସ୍ଥାନକୁ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି ମନ୍ତ୍ରୀ । କିଛିଟା ସ୍ଥାନରେ ଡ୍ରେନେଜ ସମସ୍ୟାକୁ ନେଇ ମହାନଗର ନିଗମ ଉପରେ ବିରକ୍ତି ପ୍ରକାଶ କରିଥିଲେ ମନ୍ତ୍ରୀ । ସହର ରେ ଯେଉଁ ସବୁ ସମସ୍ୟା ରହିଛି ଦୂର କରାଯିବା ପାଇଁ ପ୍ରୟାସ କରାଯିବ ବୋଲି କହିଛନ୍ତି ସି.ଏମ.ସି କମିଶନର ।

ଭିଓ-୧—ବର୍ଷ ପରେ ବର୍ଷ ବିତିବାରେ ଲାଗିଛି । ମାତ୍ର କଟକ ସହରରେ ଜଳବନ୍ଦୀ ସମସ୍ୟା ଦୂର ହେବାର ନାଁ ଧରୁନାହିଁ । ମାତ୍ର କେଇ ମିନିଟ ବର୍ଷା  ରେ ବେହାଲ ହୋଇଯାଉଛି କଟକ ସହର । ଖାସ କରି ବାଦାମବାଡି ର ରକ୍ସି ଲେନ ର ଅବସ୍ଥା ଢେର ଦୟନୀୟ ହୋଇଥାଏ । ରକ୍ସି ଲେନ ର ଜଳବନ୍ଦୀ ସମସ୍ୟା ବି ଦୀର୍ଘ ବର୍ଷ ର ।ତେଣୁ ଏହି ସମସ୍ୟା ଦୂର କରିବା ଲାଗି ସରକାରୀ ସ୍ତରରେ କୋଟି କୋଟି ଟଙ୍କା ମଧ୍ୟ ଖର୍ଚ୍ଚ କରାଯାଉଛି । ହେଲେ କାହିଁକି ସହର ରେ ଜଳବନ୍ଦୀକୁ ସମସ୍ୟାକୁ ଏଡାଯାଇପାରୁନାହିଁ ସେ ବାବଦରେ ଆଜି ଗ୍ରାଉଣ୍ଡ ଜିରୋ ରେ ପହଞ୍ଚି ସ୍ଥିତି ପରଖିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା । ଯଦିଓ ସେ ରକ୍ସି ଲେନ ର କାମ ଦେଖିଥିଲେ ହେଲେ ସେଥିରେ ବିଶେଷ ସନ୍ତୁଷ୍ଟ ହୋଇ ନ ଥିଲେ ମନ୍ତ୍ରୀ । ଅପରପଟେ ସିଏମସି କମିଶନର କହିଛନ୍ତି ମନ୍ତ୍ରୀ ଦେଖିସାରିଲେଣି ଆମକୁ ଯାହା ନିର୍ଦ୍ଦେଶ ରହିବ ସେହି ଅନୁସାରେ ସମସ୍ତ କାମ ସମ୍ପାଦନ କରାଯିବ । ଏବେ କାମ ଏଠାରେ ଜାରି ରହିଛି ତେଣୁ ନିଶ୍ଚିତରୂପେ ଏଥର ରକ୍ସି ଲେନ ରେ ଜଳବନ୍ଦୀ ସମସ୍ୟା ଦୂର ହେବ ବୋଲି କହିଛନ୍ତି କହିଛନ୍ତି ସି.ଏମ.ସି କମିଶନର ।

ବାଇଟ-୧- ଶରତ ଚନ୍ଦ୍ର ନାୟକ, କମିଶନର, ସି.ଏମ.ସି
ବାଇଟ - ୨-ଡାକ୍ତର ଅନ୍ତର୍ୟାମି ମହାନ୍ତି, ରକ୍ସି ଲେନ ବାସିନ୍ଦା।
ବାଇଟ-୩- ଡାକ୍ତର ଅନାଦୀ ବିଶ୍ବାଳ, ରକ୍ସି ଲେନ ବାସିନ୍ଦା

ଭିଓ-୨-  କଟକ ସହର ର ଆଉ ଏକ ପ୍ରମୁଖ ସ୍ଥାନ ହେଉଛି ବାଦାମବାଡି ବସଷ୍ଟାଣ୍ଡ ଏବଂ ତାର ଆଖାପାଖ ଅଞ୍ଚଳ । ପ୍ରତିଦିନ ହଜାର ହଜାର ବସ ଯାତାୟତ କରିବା ସହିତ ଲକ୍ଷଲକ୍ଷ ଯାତ୍ରୀ ମଧ୍ୟ ଯା ଆସ କରୁଛନ୍ତି । ହେଲେ ଟିକିଏ ବର୍ଷା ରେ ଏଠାରେ ବି ସ୍ଥିତି ସଂପୂର୍ଣ୍ଣ ଅଣାୟତ ହୋଇଯାଉଛି । ବର୍ଷା ସମୟରେ ବାଦାମବାଡୀ ଅଞ୍ଚଳ ରେ ପାଣି ଜମି ରହି ନଦୀର ଭ୍ରମ ସୃଷ୍ଟି କରିଥାଏ ।  ତେଣୁ ଏହା ଉପରେ ମଧ୍ୟ ନଗର ଉନ୍ନୟନ ମନ୍ତ୍ରୀ ଫୋକସ କରିଛନ୍ତି । ଏହି ସମସ୍ୟାକୁ ଦୂର କରିବା ସହ କଟକ ସହରକୁ ସରସ ସୁନ୍ଦର କରିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ପ୍ରତାପ ଜେନା । ରାସ୍ତାଘାଟ ଠାରୁ ଆରମ୍ଭ କରି ଲାଇଟ୍‌ ବ୍ୟବସ୍ଥା ଓ ବାଦାମବାଡି ରେ ଜାଇକା କାମ ର ସମସ୍ତ ଅପଡେଟ୍‌ ରପୋର୍ଟ ବାବଦରେ ମଧ୍ୟ ବିଭିନ୍ନ ବିଭାଗ ଅଧିକାରୀ ସହିତ ବିକାଶ ଭବନ ରେ ଆଲୋଚନା କରିଥିଲେ ନଗର ଉନ୍ନୟନ ମନ୍ତ୍ରୀ  । 

ବାଇଟ-୪- ପ୍ରତାପ ଜେନା, ମନ୍ତ୍ରୀ, ନଗର ଉନ୍ନୟନ ବିଭାଗ

ଫାଭିଓ—କଟକ ସହର ପାଇଁ ଦୀର୍ଘ ବର୍ଷ ର ସମସ୍ୟାରେ ପାଲିଟିଛି ଜଳବନ୍ଦୀ ସମସ୍ୟା ଓ ଜାଇକା ସମସ୍ୟା । ତେବେ ମନ୍ତ୍ରୀଙ୍କ ଗସ୍ତ ଓ ତାଗିଦ ପରେ ଆଗକୁ କି ଫଳ ମିଳୁଛି ତାହାକୁ ଏବେ ଅପେକ୍ଷା କରିଛନ୍ତି ସହରବାସୀ । କଟକରୁ ନାରାୟଣ ସାହୁ, ଇଟିଭି ଭାରତ।

Visuals byte through MOJO...

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.