ETV Bharat / state

ଜଳିଗଲା ୧୫ ଏକରରୁ ଊର୍ଦ୍ଧ୍ବ ଧାନ ଫସଲ, ସହାୟତା ଅପେକ୍ଷାରେ ଚାଷୀ

author img

By ETV Bharat Odisha Team

Published : Dec 2, 2023, 2:02 PM IST

Updated : Dec 2, 2023, 2:31 PM IST

ଚାଷୀମୁଣ୍ଡରେ ଚଡକ । ଅଗ୍ନିକାଣ୍ଡରେ ଜଳିଗଲା ୧୫ ଏକରରୁ ଉର୍ଦ୍ଧ୍ବ ଧାନ ଫସଲ । ସରକାରୀ ସହାୟତା ପାଇଁ ଆକୁଳ ନିବେଦନ । ଅଧିକ ପଢନ୍ତୁ

ଜଳିଗଲା ୧୫ ଏକରରୁ ଉର୍ଦ୍ଧ୍ବ ଧାନ ଫସଲ
ଜଳିଗଲା ୧୫ ଏକରରୁ ଉର୍ଦ୍ଧ୍ବ ଧାନ ଫସଲ
ଜଳିଗଲା ୧୫ ଏକରରୁ ଊର୍ଦ୍ଧ୍ବ ଧାନ ଫସଲ

ନିଆଳି: ଅଗ୍ନିକାଣ୍ଡରେ ଜଳିଗଲା ଏକର ଏକର ଧାନ ଫସଲ । ଧାନ ଜମିର ଅଗମଳାରେ ନିଆଁ ଲଗାଉଥିବା ବେଳେ 15 ଏକରରୁ ଊର୍ଦ୍ଧ୍ବ ଧାନ ଫସଲ ପୋଡି ପାଉଁଶ ହୋଇଯାଇଛି । ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ତହସିଲ ଅଧିନସ୍ଥ ଆଳିଶି ଶାସନ ପଞ୍ଚାୟତ ଦନାପଡା ମୌଜାରେ ଏଭଳି ଦୁଃଖଦ ଘଟଣା ଘଟିଥିବା ବେଳେ ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ବର୍ଷ ଯାକର ଅମଳ ପାଉଁଶ ହୋଇଯାଇଥିବା ବେଳେ ସରକାରଙ୍କ ନିକଟରେ କ୍ଷତିପୂରଣ ପାଇଁ ଆକୁଳ ନିବେଦନ କରିଛନ୍ତି କ୍ଷତିଗ୍ରସ୍ତ ଚାଷୀ ।

ଟିକିଏ ଅସାବଧାନତା ଯୋଗୁଁ ପୋଡ଼ି ପାଉଁଶ ହୋଇଗଲା ୧୫ ଏକରରୁ ଊର୍ଦ୍ଧ୍ବ ଧାନ ଚାଷ । ବାରି ଖଳାକୁ ଯିବା ପୂର୍ବରୁ ଧାନ ଜମିରେ ନଷ୍ଟ ହୋଇଛି କୁଇଣ୍ଟାଲ କୁଇଣ୍ଟାଲ ଧାନ । ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ତହସିଲ ଅଧିନସ୍ଥ ଆଳିଶି ଶାସନ ପଞ୍ଚାୟତ ଦନାପଡା ମୌଜାରେ । ଏହି ଅଞ୍ଚଳର ପାଖାପାଖି ୧୫ ଜଣ ଧାନ ଚାଷୀଙ୍କ ଧାନ ଜମିରେ ଠିଆ ଧାନ ପୋଡ଼ି ପାଉଁଶ ହୋଇଯାଇଥିବା ନେଇ ଅଭିଯୋଗ ହୋଇଛି ।

ଏହାମଧ୍ୟ ପଢନ୍ତୁ.. ଧାନ ଫସଲରେ ମାଡୁଛି ଚକଡ଼ା ପୋକ, ମୁଣ୍ଡରେ ହାତ ଦେଲେଣି ଚାଷୀ

ଦନାପଡା ମୌଜାର ଜଣେ ବୃଦ୍ଧ ଚାଷୀ ନିଜ ବିଲରେ ଧାନ କାଟି ସାରିବା ପରେ ଧାନ ଜମିରେ ଗଦା ହୋଇଥିବା ଅଗମଳାରେ ନିଆଁ ଲଗାଇ ଦେଇଥିଲେ । ଫଳରେ ପବନରେ ନିଆଁ ଅଣାୟତ୍ତ ହୋଇ ନିଆଁ ଅନ୍ୟ ବିଲକୁ ବ୍ୟାପି ଯାଇଥିଲା । କିଛି ସମୟ ମଧ୍ୟରେ ଏକର ଏକର ସୁନାର ଫସଲ ପୋଡ଼ି ପାଉଁଶ ହୋଇଯାଇଥିଲା । ଖବର ପାଇ ବାଲିପାଟଣା ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଥିଲେ ସୁଦ୍ଧା ନିଆଁକୁ ଆୟତ୍ତ କରି ପାରିନଥିଲା ।

ଆଳିଶି ଶାସନ ପଞ୍ଚାୟତ ବିଭିନ୍ନ ଗାଁର ୧୫ ଜଣ ଧାନ ଚାଷୀମାନଙ୍କର ଧାନ ଜମିରେ ଏହି ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ଧାନ ପୋଡ଼ି ପାଉଁଶ ହୋଇଯାଇଛି । ଚାଷୀର ବର୍ଷର ଯାକର ଅମଳ ନିଆଁରେ ପୋଡି ପାଉଁଶ ହୋଇଯାଇଛି । ଏହି ଅଗ୍ନିକାଣ୍ଡରେ ବହୁ ଭାଗଚାଷୀଙ୍କ ସହିତ ଧାନ ମାଲିକଙ୍କ ବର୍ଷକର ଧାନ ଫସଲ ନଷ୍ଟ ହୋଇଛି । ଯାହାକୁ ନେଇ ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀମାନେ । ସରକାରୀ ସହାୟତା ପାଇଁ ଆକୁଳ ନିବେଦନ କରିଛନ୍ତି ଏହି ଚାଷୀମାନେ । ଅନ୍ୟପଟେ ଏହି ଚାଷୀମାନଙ୍କୁ ସରକାରୀ ସାହାଯ୍ୟ ଯୋଗାଇଦେବା ପାଇଁ ଖୋର୍ଦ୍ଧା ଜିଲ୍ଲା ବିଜେପି କାର୍ଯ୍ୟକାରିଣୀ ସମ୍ପାଦକ ପ୍ରଭାତ କୁମାର ସ୍ବାଇଁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।‌

ଇଟିଭି ଭାରତ, ନିଆଳି

Last Updated : Dec 2, 2023, 2:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.